କେନ୍ଦ୍ର, ରାଜ୍ୟକୁ କୋର୍ଟ ନୋଟିସ

ପୁରୀ ଅଫିସ,୧୪।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ମାମଲାରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟ ଶୁକ୍ରବାର କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ), ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ), ଟାଟା କମ୍ପାନୀ, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌ (ଓବିସିସି), ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲାପାଳ ଏବଂ ପୌର କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମେଘନାଦ ପାଚେରିର ଶହେ ମିଟର ପରିଧି ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ ଓ ଖନନ ବିରୋଧରେ ପୁରୀ ଓକିଲ ସଂଘ ପକ୍ଷରୁ କୋର୍ଟରେ ଦେୱାନୀ ମକଦ୍ଦମା ଦାଏର କରାଯାଇଥିଲା। ଏ ନେଇ ମାମଲା ନଂ. ୧୭୯/୨୨ ରୁଜୁ ହୋଇଥିଲା। ଏହି ମାମଲାକୁ କୋର୍ଟ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ଜୁନ୍‌ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଉକ୍ତ ଦିନ ସମ୍ପୃକ୍ତ କର୍ତ୍ତୃପକ୍ଷ ଏବଂ ଅଧିକାରୀମାନେ ହାଜର ହୋଇ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣ ବିରୋଧରେ ପୁରୀ ଓକିଲ ସଂଘ ତରଫରୁ ଗତ ଏପ୍ରିଲ ୨୦ରେ ପୁରୀ ସିଭିଲ ଜଜ୍‌ ସିନିୟର ଡିଭିଜନ୍‌ରେ ମକଦ୍ଦମା ଦାଏର କରାଯାଇଥିଲା। ଆମ୍‌ସାର୍‌ ଆକ୍ଟ-୧୯୫୮ର ଉଲ୍ଲଂଘନ କରି ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା କମ୍ପାନୀ, ଓବିସିସି ଭଳି ଅଂଶୀଦାରମାନେ ପ୍ରକଳ୍ପ କାର୍ଯ୍ୟରେ ସାମିଲ ଥିବା ମକଦ୍ଦମାରେ ଉଲ୍ଲେଖ ରହିଛି। ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ବେଆଇନ ହୋଇଥିବାବେଳେ ଏଏସ୍‌ଆଇ, ଏନ୍‌ଏମ୍‌ଏ ଏବଂ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗକୁ ଅଣଦେଖା କରାଯାଇଛି। ଖୋଲାଖୋଲି ଭାବେ ଆଇନ ଉଲ୍ଲଂଘନ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଣୁ ସମସ୍ତଙ୍କୁ ପକ୍ଷଭୁକ୍ତ କରି ଦେୱାନୀ ମାମଲା ହୋଇଛି। ଦେୱାନୀ ଆଇନ ଧାରା ୯୧ ଓ ଅର୍ଡର ରୁଲ୍‌ ୮ରେ ୧୧ ଜଣଙ୍କୁ ପ୍ରତିବାଦୀ ଭାବେ ପକ୍ଷଭୁକ୍ତ କରାଯାଇଛି। ଜିଲାପାଳ, ଶ୍ରୀମନ୍ଦିର ପରିଚାଳନା କମିଟି, ଟାଟା ପ୍ରୋଜେକ୍ଟ ଏମ୍‌ଡି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ, ଓବିସିସି, ଏଏସ୍‌ଆଇ ଡିଜି, ପୁରୀ ଏଏସ୍‌ଆଇର ସଂରକ୍ଷଣ ସହାୟକ, ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ, ଏନ୍‌ଏମ୍‌ଏ, କେନ୍ଦ୍ର ସଂସ୍କୃତି ବିଭାଗ ଏବଂ ପୁରୀ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ପକ୍ଷଭୁକ୍ତ କରାଯାଇଛି। ବାଦୀ (ପ୍ଲେଟିଫ) ଭାବେ ପୁରୀ ବାର୍‌ ଆସୋସିଏସନ୍‌, ଲୋକନାଥ ସୁଆର, କାଶୀନାଥ ଖୁଣ୍ଟିଆ ଓ ବିଶ୍ୱନାଥ ଦାସ ରହିଛନ୍ତି। ଏଥିରେ ମଧ୍ୟବର୍ତ୍ତୀକାଳୀନ ଆବେଦନରେ ରାଜ୍ୟ ସରକାର, ଟାଟା, ଓବିସିସି, ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରି କାମ ବନ୍ଦ ପାଇଁ ଆଇନଜୀବୀ ସଂଘ ନିବେଦନ କରିଥିଲା। ଅନୁମତି ବିନା ନିର୍ମାଣ କାର୍ଯ୍ୟ ଚାଲିଥିବାରୁ କୋର୍ଟଙ୍କ ହସ୍ତକ୍ଷେପ ଏକାନ୍ତ ଜରୁରୀ ବୋଲି ଓକିଲ ସଂଘ କର୍ମକର୍ତ୍ତା କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୁରୀ ଓକିଲ ସଂଘ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରାଯାଇ ପ୍ରଥମେ ପ୍ରକଳ୍ପ ଖନନ ସ୍ଥଳୀ ପରିଦର୍ଶନ କରାଯାଇଥିଲା। ଏହାପରେ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା। ଏହି ଏତଲା ଆଧାରରେ ଅଭିଯୋଗ ଦାଖଲ ନ ହେବାରୁ ସଂଘ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲା। ଏସ୍‌ପିଙ୍କ ସହଯୋଗ ନ ମିଳିବା ପରେ ଏନେଇ ଏସ୍‌ଡିଜେଏମ୍‌ କୋର୍ଟରେ ମକଦ୍ଦମା ଦାଏର କରାଯାଇଥିଲା। ଏସମ୍ପର୍କରେ ସଂଘର ସଦସ୍ୟ ତଥା ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ବିନା ଅନୁମୋଦନରେ ନିର୍ମାଣ କାର୍ଯ୍ୟ କରାଯାଇଛି। ଏଏସ୍‌ଆଇ ବାରମ୍ବାର ଓବିସିସି, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ନିର୍ମାଣ ରୋକିବା ପାଇଁ କହିଥିଲେ ମଧ୍ୟ କେହି ଖାତିର କରିନାହାନ୍ତି। ସେହିଭଳି ଆମ୍‌ସାର୍‌ ଆକ୍ଟ-୧୯୫୮ ୩୦(ଏ) ଅନୁଯାୟୀ ବେଆଇନ ନିର୍ମାଣ ବିରୋଧରେ ମକଦ୍ଦମା କରିବାର ପ୍ରାବଧାନ ଥିଲେ ମଧ୍ୟ ଏଏସ୍‌ଆଇ ଏଭଳି ପଦକ୍ଷେପ ନେଇନାହିଁ। ଏଣୁ ସମସ୍ତଙ୍କୁ ପ୍ରଶ୍ନ କରାଯିବାର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି କୋର୍ଟ ମାମଲାକୁ ଗ୍ରହଣ କରିଥିବାରୁ ଓକିଲ ସଂଘ ତାହାକୁ ସ୍ବାଗତ କରୁଛି ବୋଲି ରାୟଗୁରୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ନାମାଙ୍କନପତ୍ର ଦାଖଲ କଲେ ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୨୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡି ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri