ମୟୂରଭଞ୍ଜ ଜିଲା: ଦୁର୍ଘଟଣା ମୃତ୍ୟୁ ଚିନ୍ତାଜନକ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ଦ୍ୱାରଶୁଣୀ ଘାଟି ମୟୂରଭଞ୍ଜ ଜିଲାର ବିପଦପୂର୍ଣ୍ଣ ସ୍ଥାନ। ପ୍ରତି ମାସରେ ଏଠି ୨ରୁ ୩ଟି ଦୁର୍ଘଟଣା ଘଟୁଛି। ଡିଆର୍‌ଏସ୍‌ସି ବୈଠକରେ ଏହି ସମସ୍ୟା ଉପରେ ନିୟମିତ ଆଲୋଚନା ହେଉଛି। ହେଲେ ଏନ୍‌ଏଚ୍‌ଏଆଇ ପକ୍ଷରୁ ଏନେଇ ଅସହଯୋଗ କରାଯାଉଛି। ଡିଆର୍‌ଏସ୍‌ସି ବୈଠକରେ ଯୋଗଦେବା ପାଇଁ ଡକାଯିବା ସତ୍ତ୍ବେ ଏନ୍‌ଏଚ୍‌ଏଆଇ, ବାଲେଶ୍ୱର ପିଡି ନିଜେ ଯୋଗ ଦେଉନାହାନ୍ତି କିମ୍ବା ତାଙ୍କର ପ୍ରତିନିଧିଙ୍କୁ ମଧ୍ୟ ପଠାଉନାହାନ୍ତି। ଏହା ସଡ଼କ ସୁରକ୍ଷା ଦିଗରେ ଏନ୍‌ଏଚ୍‌ଏଆଇର ଅବହେଳା ମନୋଭାବକୁ ଦର୍ଶାଉଛି। ମୟୂରଭଞ୍ଜ ଜିଲାପାଳଙ୍କ ଚିଠିକୁ ଆଧାରକରି ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଜାତୀୟ ରାଜପଥ ପ୍ରାଧିକରଣର ଚିଫ୍‌ ଜେନେରାଲ ମ୍ୟାନେଜର ଏବଂ ଆର୍‌ଓଙ୍କୁ ଚିଠି ଲେଖି ଏ ବାବଦରେ ମଙ୍ଗଳବାର ଅବଗତ କରାଇଛନ୍ତି। ଏଥିସହ ଦ୍ୱାରଶୁଣୀ ଘାଟିକୁ ସର୍ଭେ ପାଇଁ ବୈଷୟିକ ଅଧିକାରୀ ଏବଂ ଏନ୍‌ଏଚ୍‌ଏଆଇ, ବାଲେଶ୍ୱର ପିଡିଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

ସଚିବ ସେଠୀ ତାଙ୍କ ଚିଠିରେ ଲେଖିଛନ୍ତି, ସଡ଼କ ଦୁର୍ଘଟଣା ଏବଂ ଏଥିଜନିତ ମୃତ୍ୟୁ କମାଇବା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଗତ ଦଶନ୍ଧିରେ ରାଜ୍ୟରେ ପ୍ରାୟ ୪୫ ହଜାର ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଯୁବ ଏବଂ ସେମାନେ ପରିବାରର ରୋଜଗାରିଆ ଥିଲେ। ସଡ଼କ ସୁରକ୍ଷା ଦୃଷ୍ଟିରୁ ମୟୂରଭଞ୍ଜ ଅତ୍ୟନ୍ତ ସମ୍ବେଦନଶୀଳ ଜିଲା। ୨୦୨୧ରେ ଜିଲାରେ ୫୪୦ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୩୧୨ ଲୋକଙ୍କ ଜୀବନ ଯାଇଛି। ୨୦୧୭-୧୯ ଦୁର୍ଘଟଣା ତଥ୍ୟ ଅନୁସାରେ ଜିଲାରେ ୧୩ଟି ବ୍ଲାକ୍‌ସ୍ପଟ୍‌ ରହିଥିବା ଚିହ୍ନଟ ହୋଇଛି। ମୟୂରଭଞ୍ଜ ଜିଲାପାଳଙ୍କ ସୂଚନାନୁଯାୟୀ ଡିଆର୍‌ଏସ୍‌ସି ବୈଠକରେ ଏ ସମସ୍ୟା ଉପରେ ନିୟମିତ ଆଲୋଚନା କରାଯାଉଛି। ହେଲେ ଏନ୍‌ଏଚ୍‌ଏଆଇର ବାଲେଶ୍ୱର ପିଡି ଏହି ବୈଠକରେ ଯୋଗ ନ ଦେଇ ତାଙ୍କର ଅସହଯୋଗ ମନୋଭାବକୁ ଦର୍ଶାଉଛନ୍ତି। ନିୟମିତ ଭାବେ ଡିଆର୍‌ଏସ୍‌ସି ବୈଠକ ପାଇଁ ସୁପ୍ରିମକୋର୍ଟ କମିଟି ଗୁରୁତ୍ୱ ଦେଇଛନ୍ତି। ବାଲେଶ୍ୱରର ଏନ୍‌ଏଚ୍‌ଏଆଇ ପିଡିଙ୍କ ତରଫରୁ ବୈଠକରେ ଯୋଗ ଦେଇଥିବା ପ୍ରତିନିଧି ୪ ଥାକିଆ କାମ ନ ସରିବା ଯାଏ ରାସ୍ତାର ମରାମତି ନେଇ ଅକ୍ଷମତା ପ୍ରକାଶ କରିଛନ୍ତି। ମୟୂରଭଞ୍ଜ ଆର୍‌ଟିଓଙ୍କ ଦ୍ୱାରା ଦ୍ୱାରଶୁଣୀ ଘାଟି ଉପରେ ଏକ ସର୍ଭେ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫ୍‌ ନିଆଯାଇଥିଲା। ଏଗୁଡ଼ିକ ଅବଗତି ନିମନ୍ତେ ସଂଲଗ୍ନ କରାଯାଇଛି। ଫଟୋଗ୍ରାଫ୍‌ରୁ ସ୍ପଷ୍ଟ ଭାବେ ଜଣାଯାଉଛି ଯେ, ସେଠାରେ ବହୁ ଗର୍ତ୍ତ ଓ ବିପଦପୂର୍ଣ୍ଣ ରୋଡ୍‌ ସୋଲ୍‌ଡର ରହିଛି। ରାସ୍ତାରେ କୌଣସି ଡ୍ୟାମେଜ୍‌ କ୍ରାସ୍‌ ବ୍ୟାରିଅର ନ ଥିବାବେଳେ ସାଇନେଜ୍‌ କିମ୍ବା ରିଫ୍ଲେକ୍ଟିଭ୍‌ ଟେପ୍‌ ଆଦି ନାହିଁ। ସଡ଼କର ଘୋର ଅବ୍ୟବସ୍ଥା ଏହି ଫଟୋରେ ଦେଖାଯାଉଛି। ଜିଲାର ଏହି ଗୁରୁତ୍ୱପୂର୍ଣ୍ଣ ଘାଟି ରାସ୍ତାର ବିସ୍ତାର ଅତ୍ୟନ୍ତ ନିମ୍ନସ୍ତରର। ସଡ଼କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ରାଜ୍ୟରେ ଦୁର୍ଘଟଣା ଏବଂ ମୃତ୍ୟୁ କମାଇବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଦ୍ୱାରଶୁଣୀ ଘାଟି ପରିଦର୍ଶନ ସର୍ଭେ ପାଇଁ ବୈଷୟିକ ଅଧିକାରୀ ଏବଂ ଏନ୍‌ଏଚ୍‌ଏଆଇ, ବାଲେଶ୍ୱର ପିଡିଙ୍କୁ ନିର୍ଦ୍ଦେଶ ଦେବାକୁ ପ୍ରମୁଖ ସଚିବ ସେଠୀ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି। ଏହାସହ ମୟୂରଭଞ୍ଜ ଜିଲାପାଳ, ଆର୍‌ଟିଓଙ୍କ ସହ ପରାମର୍ଶ କରି ତ୍ରୁଟି ଚିହ୍ନଟ ସହ ଏହାକୁ ସୁଧାରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

ହାତୀ, ବାର୍‌ହାଙ୍କ ଉତ୍ପାତ: ଉଜାଡିଲେଣି ୬୪ ଏକର

ବେଗୁନିଆ,୨୯।୧୨(ହରପ୍ରସନ୍ନ ପଣ୍ଡା): ଚଳିତ ଖରିଫ ଋତୁରେ ଏବେ କ୍ଷେତରୁ ଧାନ ଫସଲ ଅମଳ ଜାରି ରହିଛି। ଏଥିସହ ଜମିରେ ରବି ଫସଲ ବୁଣାଯାଇଛି। ଅପରପକ୍ଷେ ପନିପରିବା,...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri