ଗୋବରୀକୂଳ ପଡ଼ାର ଦୁଃଖ ପାଲଟିଛି ଗୋବରୀ ନାଳ

ନାଉଗାଁ,୧୦ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ ଦେଇ ପ୍ରବାହିତ ଗୋବରୀ ନାଳ ପାର୍ଶ୍ୱବର୍ତ୍ତୀ ଗୋବରୀପଡାବାସୀଙ୍କ ଦୁଃଖର କାରଣ ସାଜିଛି। ନାଳ ଖନନ, ବନ୍ଧ ଓ ପୋଲି ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିଯୋଗୁ ପଡାକୁ ଯାଇଥିବା ରାସ୍ତାରୁ ମାଟି ଅତଡା ଧସିବାରେ ଲାଗିଛି। ଏଥିଯୋଗୁ ପଡ଼ାବାସୀଙ୍କ ଯାତାୟାତରେ ବାଧା ଉପୁଜିଛି।
ଗୋବରୀ ନାଳ ଦେଇ ବର୍ଷାଦିନେ ଚାଷ ଜମିରୁ ଉଦ୍‌ବୃତ୍ତ ଜଳ ନିଷ୍କାସିତ ହୋଇଥାଏ। ୨୦୨୧-୨୨ ଆର୍ଥତ୍କ ବର୍ଷରେ ଜଳ ସମ୍ପଦର ଡ୍ରେନେଜ ବିଭାଗ ପକ୍ଷରୁ ଏହାର ସଫେଇ କାର୍ଯ୍ୟ ଜାରି ରହିଛି। ଏଥିସହ ନାଳରେ ପୋଲ ଓ ୨ ପାର୍ଶ୍ୱରେ ବନ୍ଧ ନିର୍ମାଣ କରାଯାଉଛି। ଉକ୍ତ ନାଳ ସଫେଇ ହେବା ଫଳରେ ବାଂଶ ପଞ୍ଚାୟତର ଗୋବରୀକୂଳପଡାର ୪୦ରୁ ଊର୍ଦ୍ଧ୍ୱ ପରିବାରଙ୍କ ଦୁଃଖ ବଢ଼ିବାରେ ଲାଗିଛି। ନାଳ ପାର୍ଶ୍ୱ ଦେଇ ବାଂଶ ଗ୍ରାମରୁ ଏହି ପଡାକୁ ଏକ ସଂଯୋଗୀ କରଣ ରାସ୍ତା ଯାଇଛି। ନାଳ ସଫେଇ ହେବା ଦ୍ୱାରା ରାସ୍ତା ପାର୍ଶ୍ୱରୁ ମାଟି ଖୋଳା ଯାଉଛି। ରାସ୍ତା ନଷ୍ଟ ହେବାକୁ ଦୃଷ୍ଟିରେ ରଖି ଡ୍ରେନେଜ ବିଭାଗ ପକ୍ଷରୁ ଏଠାରେ ଗାର୍ଡ ଓ୍ବାଲ ମଧ୍ୟ ନିର୍ମାଣ ହୋଇଛି। କିନ୍ତୁ ଏହି ଗାର୍ଡ ଓ୍ବାଲଟି ନାଳ ପାର୍ଶ୍ୱରେ ନିର୍ମାଣ କରାଯାଇଛି। ଫଳରେ ରାସ୍ତା ଉଚ୍ଚା ହୋଇଥିବା ବେଳେ ଓ ଗାର୍ଡ ଓ୍ବାଲଟି ତଳେ ରହି ଯାଉଛି। ଏଥିଯୋଗୁ ରାସ୍ତାରୁ ମାଟି ଅତଡା ଖସୁଛି। ମାଟି ଅତଡା ଖସିବାରୁ ପଡାକୁ ସଂଯୋଗ କରୁଥିବା ୨ କି.ମି. ରାସ୍ତା ନଷ୍ଟ ହେବାରେ ଲାଗିଛି। ଉକ୍ତ ପଡା ମଧ୍ୟକୁ ଚାରି ଚକିଆ ଯାନ ଯିବା ତ ଦୂରର କଥା, ଦୁଇ ଚକିଆ ଯାନ ଯିବା କଷ୍ଟକର ହୋଇପଡିଛି। ଏପରିକି ରାତି ଅଧରେ କାହାରେ ଦେହ ଖରାପ ହେଲେ ପଡା ମଧ୍ୟକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ଯାଇ ପାରୁନାହିଁ। କେବଳ ସେତିକି ନୁହେଁ ଗର୍ଭବତୀ, ବୃଦ୍ଧାବୃଦ୍ଧ ଆଦି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ମାଟି ଅତଡା ଖସିବା ଦ୍ୱାରା ରାସ୍ତାଟି ସମ୍ପୂନ୍ନ ନଷ୍ଟ ହେବାକୁ ବସିଛି। ଅପରପକ୍ଷେ ଲଘୁଚାପ ଜନିତ ବର୍ଷା ସହ ଆଗକୁ ବର୍ଷାଦିନ ଆସୁ ଥିବାରୁ ତୁହାକୁ ତୁହା ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷାରେ ଉକ୍ତ ରାସ୍ତାଟି ଧୋଇ ଯିବାର ଆଶଙ୍କା ପ୍ରକାଶ ପାଇଛି। ରାସ୍ତା ଧୋଇ ହୋଇ ଗଲେ ପଡା ମଧ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ମାଟି ଅତଡା ଖସୁ ଥିବାରୁ ଏହାକୁ ଅଟକାଇବା ପାଇଁ ପଡାବାସୀଙ୍କ ପକ୍ଷରୁ ବାଉଁଶ, ବାଲି ବସ୍ତା ଆଦି ପକା ଯାଉଛି। ଏହି ରାସ୍ତାପାର୍ଶ୍ୱକୁ ଯଥାଶୀଘ୍ର ପଥର ପ୍ୟାକିଂ ସହ ରାସ୍ତା ମରାମତି କରିବାକୁ ପଡାର ସୁରେଶ ଚନ୍ଦ୍ର ଦାସ, ଚୈତନ୍ୟ ଚରଣ ଦାସ, ଉଲ୍ଲାସ ଚନ୍ଦ୍ର ଦାସ, ଚକ୍ରଧର ଦାସ, ଶଙ୍କର ପଲେଇ, ଶଙ୍କର ଦାସ ପ୍ରମୁଖ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଡ୍ରେନେଜ ବିଭାଗର କନିଷ୍ଠ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ଦୀକ୍ଷିତଙ୍କୁ ପଚାରିବାରେ ଗୋବରୀ ନାଳ ସଫେଇ କାର୍ଯ୍ୟ ଜାରି ରହିଛି। ରାସ୍ତାକୁ ସୁରକ୍ଷା ଦେବା ପାଇଁ ସେଠାରେ ଗାର୍ଡ ଓ୍ବାଲ ନିର୍ମାଣ କରାଯାଇଛି। ପରବର୍ତ୍ତୀ ସମୟରେ ଉକ୍ତ ସ୍ଥାନରେ ପଥର ପ୍ୟାକିଂ କରାଯିବ ବୋଲି ମତବ୍ୟକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri