ପର୍ଯ୍ୟଟନସ୍ଥଳୀର ବିକାଶ ନାହିଁ

କେନ୍ଦୁଝର, ୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବାବେଳେ ପ୍ରଶାସନ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି। ଜିଲାର ପ୍ରାକୃତିକ ଦୃଶ୍ୟରାଜି ଦେଖିବାକୁ ଜିଲାକୁ ପ୍ରତ୍ୟେକ ବର୍ଷ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ନିମନ୍ତେ ସରକାର ଆଗ୍ରହ ପ୍ରକାଶ କରୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ କରାଯାଉଛି। ଯଦି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଆନ୍ତା। ରାଜ୍ୟ ତଥା ଦେଶରେ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ କେନ୍ଦୁଝର ସ୍ଥାନ ପାଆନ୍ତା ବୋଲି ମତ ପ୍ରକାଶ ପାଇଛି।
ଜିଲାରେ ଅଧିକାଂଶ ପର୍ଯ୍ୟଟନସ୍ଥଳୀ ପ୍ରକୃତି ଜଳପ୍ରପାତକୁ ନେଇ ଅବସ୍ଥିତ। ଏହା ବ୍ୟତୀତ କିଛି ଡ୍ୟାମ୍‌ ମଧ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବାବେଳେ ଘଟଗାଁ ମା’ତାରିଣୀଙ୍କ ମନ୍ଦିର ପର୍ଯ୍ୟଟକଙ୍କୁ ବହୁତ ଆକୃଷ୍ଟ କରିଥାଏ। ଜିଲାରେ ଅନେକ ଜଳପ୍ରପାତ ସହ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମାତ୍ର ୧୬ଟିକୁ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନଟ କରାଯାଇଛି ା
ସେଗୁଡିକ ମଧ୍ୟରୁ ଘଟଗାଁ ବ୍ଲକର ମା’ତାରିଣୀଙ୍କ ପୀଠ, ସୀତାବିଞ୍ଜ, ପୁରୁଣା ସହରରେ ଥିବା ବଳଦେବଜୀଉ ମନ୍ଦିର, ବାଂଶପାଳ ବ୍ଲକରେ ଥିବା ସାନଘାଗରା ଜଳପ୍ରପାତ, ଗୋନାସିକା, ବଡଘାଗରା, ଖଣ୍ଡାଧାର, ଯୋଡା ବ୍ଲକରେ ଥିବା ହାଣ୍ଡିଭଙ୍ଗା ଜଳପ୍ରପାତ, ଚମ୍ପୁଆ ବ୍ଲକର କେଶରୀକୁଣ୍ଡ, ମୁର୍ଗାମହାଦେବ, ହଦଗଡ ଡ୍ୟାମ୍‌, ଘଷିପୁରା ବ୍ଲକ କୁଶଳେଶ୍ୱର ପ୍ରଭୃତି ରହିଛି। ତେବେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଥିବା ଏହି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ନିମନ୍ତେ କୌଣସି ସୁବିଧା ନାହିଁ। ପାଟଣା ବ୍ଲକର ଭୀମକୁଣ୍ଡରେ ଦୀର୍ଘ ୬ ବର୍ଷ ପୂର୍ବରୁ ଏକ ରୋପ୍‌ୱେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହା ଉପରେ କୌଣସି ନିଷ୍ପତ୍ତି ହୋଇନାହିଁ ା ଏହା ବ୍ୟତୀତ ଖଣ୍ଡାଧାର ଜଳପ୍ରପାତରେ ଆଲୋକୀକରଣ ବ୍ୟବସ୍ଥା ନାହିଁ। ଯଦ୍ୱାରା କି ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକ ରହିଲେ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ଶୌଚାଳୟ ବ୍ୟବସ୍ଥା ନାହିଁ। ମା’ତାରିଣୀଙ୍କ ପୀଠରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀରେ ଶୌଚାଳୟ କରିବାକୁ ଜିଲା ପର୍ଯ୍ୟଟନ ବିଭାଗ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟଦିଗରେ ଘଟଗାଁ ବ୍ଲକର ବାରହାଟିପୁରା ମନ୍ଦିର, ବାଂଶପାଳ ବ୍ଲକର କାଇଁଝର ଜଳପ୍ରପାତ, ଆନନ୍ଦପୁର ବ୍ଲକର ଦରଗଡିଶୀଳା, ଝୁମ୍ପୁରା ବ୍ଲକର କାଇଜାଡା ଜଳପ୍ରପାତ, ତେଲକୋଇ ବ୍ଲକର ଟେଣ୍ଟେଇନାଳୀ ଜଳପ୍ରପାତ, ଯୋଡା ବ୍ଲକର ଝିକିରିଆ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ବିଧାୟକ, ସେ ଅଞ୍ଚଳର ବାସୀନ୍ଦା ତଥା କମିଟି ମାନଙ୍କ ତରଫରୁ ପର୍ଯ୍ୟଟନ ବିଭାଗକୁ ଅନେକ ଥର ଅନୁରୋଧ କରିଥିଲେ ବି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ସବୁଠୁ ବଡକଥା ଜିଲାର ପର୍ଯ୍ୟଟନ କାର୍ଯ୍ୟାଳୟ ନିର୍ମାଣ ପାଇଁ ୨୦୧୪-୧୫ ମସିହାରେ ୯୯.୮୩ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇନାହିଁ। ଏସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ରମେଶ ନାଏକ କହିଛନ୍ତି ୧୬ଟି ମାନ୍ୟତା ପାଇଥିବା ପର୍ଯ୍ୟଟନସ୍ଥଳୀରେ ସବୁ ସୁବିଧା ପ୍ରତି ପଦକ୍ଷେପ ନିଆଯିବା ସହ ପର୍ଯ୍ୟଟନ କାର୍ଯ୍ୟାଳୟ ନିର୍ମାଣ କାମ ତୁରନ୍ତ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

ଖୁସିଖବର ଦେଲେ ମୁଖ୍ୟମନ୍ତ୍ରୀ: ୫୬ହଜାର ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର,୨୦।୧୨(ରବିନାରାୟଣ ଜେନା):ଓଡ଼ିଶା ଦେଶର ବିକାଶର ଇଞ୍ଜିନ୍‌ ହେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ହାଇଦ୍ରାବାଦ୍‌ସ୍ଥିତ ଇନଭେଷ୍ଟର୍ସ ମିଟ୍‌ସର ଉଦ୍‌ଯାପନୀ ଅବସରରେ...

ବଦଳିଗଲେ ନବୀନ, ପ୍ରଥମରୁ ଏମିତି ନ ଥିଲେ…

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର):ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ସମ୍ପର୍କିତ ବିଲ୍‌ ଯାହା ବିଧାନସଭାରେ ପାରିତ ହୋଇଛି ସେଥିରେ ସଂଶୋଧନ ହେବା...

ଆହୁରି ୭ଦିନ ପ୍ରବଳ ଶୀତ

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ):  ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri