କେନାଲକୁ ୨୦ ପର୍ଯ୍ୟନ୍ତ ଜଳ ଯୋଗାଣ

ଜୟପୁର, ୫।୫ (ନି.ପ୍ର. ): ଅପର କୋଲାବ ପ୍ରକଳ୍ପ ପାଣି ପଞ୍ଚାୟତର ସର୍ବୋଚ୍ଚ କମିଟିର ଏକ ବୈଠକ ବୁଧବାର ବୋରିଗୁମ୍ମା କାର୍ଯ୍ୟାଳୟ ପରିସରରେଅନୁଷ୍ଠିତ ହୋଇଛି। ମୁଖ୍ୟଯନ୍ତ୍ରୀ ଶତ୍ରୁଘନ ମହାରଣା ସଭାପତିତ୍ୱ କରିଥିଲେ। ଚଳିତ ରବି ଋତୁରେ କେନାଲରେ ଜଳ ଚଳିତ ମାସ ୧୦ ତାରିଖ ପରିବର୍ତ୍ତେ ୨୦ ତାରିଖ ପର୍ଯ୍ୟନ୍ତ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଥିଲା। ପାଣି ପଞ୍ଚାୟତ ମାଧ୍ୟମରେ ଏମ୍‌ଏନଆରଇଜିଏସ୍‌ ସହ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ କମିଟିର ସଭାପତି ବାଳକୃଷ୍ଣ ବିଶୋୟୀ, କାର୍ଯ୍ୟନିର୍ବାହୀ ସଦସ୍ୟ ଭାସ୍କର ବିଶୋୟୀ, ସଦାଶିବ ତ୍ରିପାଠୀ, ତପନ ପାଣିଗ୍ରାହୀ, କରଣାଳ କମିଟିର ସମ୍ପାଦକ ରମେଶ ବିଶୋୟୀ, ସଭାପତି ରମାକାନ୍ତ ବିଶୋୟୀ ପ୍ରମୁଖ ବୈଠକରେ ଦାବି କରିଥିଲେ। ପଞ୍ଚାୟତ ସମିତି ମାଧ୍ୟମରେ ବିନା ଅନୁମୋଦନରେ ଆଉଟଲେଟ କରାଯାଇ କ୍ଷେତ୍ର ନାଳୀ ନିର୍ମାଣ କରାଯାଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବା ଲାଗି ବିଡିଓମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖରିଫ ଚାଷ ଲାଗି ଆଗାମୀ ଶୀର୍ଷ କମିଟି ବୈଠକ ଜୁନ ୨୨ରେ ବସିବାକୁ ସ୍ଥିର କରାଯାଇଥିଲା। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅନିଲ ପାଣିଗ୍ରାହୀ ପରିଚାଳନା କରିଥିଲେ। ବୈଠକରେ ଅଧୀକ୍ଷଣ ଯନ୍ତ୍ରୀ ପୀତବାସ ସେଠୀ, ସରୋଜ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ସହକରୀ ଯନ୍ତ୍ରୀ ଅରୁଣ କୁମାର ଗିରି, ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଶୀତ ପାଇଁ ସକାଳୁଆ ସ୍କୁଲ ବନ୍ଦ

କୋରାପୁଟ,୫ା୧୨(ଅମିତାଭ ବେହେରା)-କୋରାପୁଟ ଜିଲାରେ ଅସହ୍ୟ ଶୀତ ହେଉଥିବାରୁ ଫ୍ରେବୃଆରୀ ଯାଏ ସକାଳୁଆ କ୍ଲାସ ବନ୍ଦ ରଖିବାକୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏକ ନିର୍ଦ୍ଦେଶନାମା ଜାରି...

ହଠାତ୍‌ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ

ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍‌...

ଛାତ୍ରବାସକୁ ଫେରିଲେ ନିଖୋଜ ୨୦ ଛାତ୍ର: ଜାଣନ୍ତୁ ଯାଇଥିଲେ କୁଆଡ଼େ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ନିଖୋଜ ୨୦ ଛାତ୍ର ପୁଣି ଫେରିଛନ୍ତି। ସମସ୍ତେ ନିକଟସ୍ତ ପଣ୍ଡି ପିକନିକ ସ୍ପଟକୁ ଯାଇଥିଲେ...

ବିଦ୍ୟାଳୟରୁ ୨୦ ଛାତ୍ର କୁଆଡ଼େ ଉଭାନ: ଚିନ୍ତାରେ ଅଭିଭାବକ

କୋରାପୁଟ,୧।୧୨(ଅମିତାଭ ବେହେରା): କୋରାପୁଟ ସରକାରୀ ଉଛ ବିଦ୍ୟାଳୟ -ଲଙ୍କାପୁଟର ଛାତ୍ରବାସରୁ ୨୦ ଛାତ୍ର ନିଖୋଜ। ଆଜି ସକାଳୁ ପ୍ରଥମରୁ ପଞ୍ଚମ ର ୨୦ ଜଣ ଛାତ୍ର...

କାର୍ଯ୍ୟରେ ଯୋଗଦେଲେ କୋରାପୁଟ ନୂତନ ଏସଡିପିଆରଓ

କୋରାପୁଟ,୨୮।୧୧(ଅମିତାଭ ବେହେରା): କୋରାପୁଟର ନୂତନ ଏସ୍‌ଡିପିଆରଓ ଭାବେ ରାଧାରାଣୀ ସରକାର ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟସ୍ଥିତ ଜିଲା ସୂଚନା ଓ ଲୋକସମ୍ପର୍କ...

ଓଭରଟେକ୍‌ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା: କାର୍‌ ଚୁରମାର, ଡ୍ରାଇଭର…

କୋରାପୁଟ,୨୫।୧୧(ଅମିତାଭ ବେହେରା): କୋରାପୁଟ ସହର ଉପକଣ୍ଠରେ ଥିବା ଲାଣ୍ଡିଗୁଡାସ୍ଥିତ ଡିଏଭି ମହାବିଦ୍ୟାଳୟ ନିକଟରେ ଥିବା ୨୬ ନଂ ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି।...

କୋରାପୁଟରେ ହେବ ଜିଲା ସଂସ୍କୃତି ଭବନ

କୋରାପୁଟ,୨୧।୧୧(ଅମିତାଭ ବେହେରା): କୋରାପୁଟ ସହରର ଭବାନୀନଗରଠାରେ ୧୦ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଜିଲା ସଂସ୍କୃତି ଭବନ ଓ କାର୍ଯ୍ୟାଳୟ ନିର୍ମାଣ କରାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri