ପୁଷ୍ଟିକର ଖାଦ୍ୟଯୋଗାଣ ବନ୍ଦ ହେବା ଆଶଙ୍କା

ବାରିପଦା ଅଫିସ, ୫।୫: ସମନ୍ବିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ପୁଷ୍ଟିକର ଖାଦ୍ୟର ଦରବୃଦ୍ଧି ପାଇଁ ପ୍ରସ୍ତୁତକାରୀ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଏକ ନକଲ ଡିଏସ୍‌ଡବ୍ଳ୍ୟୁଓଙ୍କୁ ପ୍ରଦାନ କରାଯାଇଥିଲେ ହେଁ ଅଦ୍ୟାବଧି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଯୋଗାଣକାରୀ ସଂସ୍ଥାର ମହିଳାମାନେ କ୍ଷତି ସହୁଥିବାରୁ ଋଣ ବୋଝରୁ ମୁକ୍ତି ପାଇବା ପାଇଁ ଏଥିରୁ ମୁହଁ ଫେରାଇ ନେବାକୁ ବସିଛନ୍ତି। ମହଙ୍ଗା ମାଡ଼କୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଗାମୀ ଦିନରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ବନ୍ଦ ଆଶଙ୍କା ଉପୁଜିଛି।
ମୟୂରଭଞ୍ଜ ଜିଲାରେ ଥିବା ୫, ୧୫୩ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ, ପ୍ରସୂତି ଏବଂ ୬ମାସରୁ ୩ବର୍ଷର ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦିଆଯାଉଛି। ଏଥିରେ ୧୮,୬୬୫ ଗର୍ଭବତୀ, ୨୦,୬୭୯ ପ୍ରସୂତି ଏବଂ ୧ଲକ୍ଷ ୧ହଜାର ୩୦୫ଜଣ ଶିଶୁଙ୍କୁ ମିଶାଇ ମୋଟ ୧ଲକ୍ଷ ୪୦ହଜାର ୬୪୯ଜଣ ଉପକୃତ ହେଉଛନ୍ତି। ୫୫ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଛତୁଆ, ଚିନି, ସୁଜି ବେସନ ହାଲୁଆ ଓ ଅଟା ବେସନ ଲଡୁ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଧାର୍ଯ୍ୟ ପରିମାଣ ଅନୁସାରେ ଯୋଗାଇ ଦେଉଛନ୍ତି। ତେବେ ୪ବର୍ଷର ପୂର୍ବଧାର୍ଯ୍ୟକୁ ନେଇ ସାମଗ୍ରୀଗୁଡିକ ଯୋଗାଣ କରାଯାଉଥିଲେ ହେଁ ବଜାର ଦରଦାମ୍‌ ବୃଦ୍ଧି ପାଇଁଁ ଅଦ୍ୟାବଧି ସମସ୍ତେ କ୍ଷତି ସହି ସାମଗ୍ରୀ ଯୋଗାଉଛନ୍ତି। ରନ୍ଧନ, ବିଦ୍ୟୁତ୍‌ ବିଲ୍‌, ଡିଜେଲ, ପେଟ୍ରୋଲ ଆଦିର ଦରଦାମ୍‌ ବୃଦ୍ଧି ହେବାରୁ ଆବଶ୍ୟକ କଞ୍ଚାମାଲ ଦର ଆକାଶଛୁଆଁ ହୋଇଯାଇଛି। ଏପରିସ୍ଥଳେ ବ୍ୟାଙ୍କ ଋଣ କିସ୍ତି ଠିକ୍‌ ସମୟରେ ଦେଇ ନ ପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସୁକାନ୍ତି ନାଏକ, ଗୁରୁବାରୀ ମହାନ୍ତ ଓ ଜ୍ୟୋତ୍ସ୍ନା ମହାନ୍ତ କହିଛନ୍ତି। ସେହିପରି ବର୍ଦ୍ଧିତ କଞ୍ଚାମାଲ କ୍ରୟଠାରୁ ଆରମ୍ଭ କରି ସାମଗ୍ରୀ ପ୍ରସ୍ତୁତ ପରେ ପ୍ୟାକେଟିଂ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ବୁଲି ବୁଲି ଯୋଗାଣ କରିବା ପରେ ଏସ୍‌ଏଚ୍‌ଜି ଅନେକ କ୍ଷତି ସହୁଛନ୍ତି। ଏପରିକି ମାସକୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ୬୦ରୁ ୮୦ହଜାର ଟଙ୍କା କ୍ଷତି ହେଉଛି ବୋଲି ପ୍ରସ୍ତୁତକାରୀ ସଂସ୍ଥାର ମହିଳାମାନେ ଦାବିରେ ଉଲ୍ଲେଖ କରିଛନ୍ତି। ସେହିପରି ୨ବର୍ଷ ତଳେ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ୟାକେଟ ଦର ୧୬୩ ଟଙ୍କା ଥିବା ବେଳେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ରିପୋର୍ଟକୁ ଭିତ୍ତି କରି ୨ବର୍ଷ ପୂର୍ବେ ଡିଏସଡବ୍ଲ୍ୟୁଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପ୍ୟାକେଟ ଦରରୁ ୬ଟଙ୍କା ଲେଖାଏଁ ହ୍ରାସ କରାଯାଇଛି। ଫଳରେ ଏହାକୁ ନେଇ ସାମଗ୍ରୀ ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ସଂଘର ସଭାନେତ୍ରୀ ଆରତୀ ପ୍ରତିହାରୀ ଓ ସମ୍ପାଦିକା ରମାମଣୀ ପ୍ରଧାନଙ୍କ ନେତୃତ୍ୱରେ ଏକ ନିବେଦନପତ୍ର ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଡିଏସଡବ୍ଲ୍ୟୁଓ କୁସୁମବାଳା ମିଶ୍ର କହିଛନ୍ତି, ବିଭାଗ ପକ୍ଷରୁ ନିର୍ଦ୍ଦେଶ ନ ଆସିଲେ ଦରବୃଦ୍ଧି ସମ୍ଭବ ନୁହେଁ। ତେବେ ପୁଷ୍ଟିକର ଖାଦ୍ୟର ଦରଦାମ୍‌ ବୃଦ୍ଧି କରା ନ ଗଲେ ଆଗାମୀ ଦିନରେ ଯୋଗାଣ ବାଧାପ୍ରାପ୍ତ ହେବାର ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ଆଉ ସହି ହେବନି,ଏଥର ଭୋଟ ବର୍ଜନ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ପାଦଦେଶ ଯଦୁନାଥପୁର ପଞ୍ଚାୟତବାସୀ ଅବହେଳିତ ଓ ନିଷ୍ପେଷିିତ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଦେଶ ସ୍ବାଧୀନତାର ୭୭ବର୍ଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri