Posted inଜାତୀୟ

୫ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ଚର୍ଚ୍ଚା ଆରମ୍ଭ…

ନୂଆଦିଲ୍ଲୀ, ୩୦।୪ : ସେପ୍ଟେମ୍ବର-ଅକ୍ଟୋବରରେ ଖାଲି ହେବାକୁ ଯାଉଥିବା କେତେକ ରାଜ୍ୟର ରାଜ୍ୟପାଳ ଏବଂ ଉପରାଜ୍ୟପାଳଙ୍କ ନିଯୁକ୍ତିକୁ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବରର ଉପରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥି ସହିତ ନାଗାଲାଣ୍ଡ ରାଜ୍ୟପାଳଙ୍କ ଅତିରିକ୍ତ ଚାର୍ଜ ଆସାମର ରାଜ୍ୟପାଳ ଜଗଦୀଶ ମୁଖୀଙ୍କ ପାଖରେ ରହିଛି। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପରେ ରାଜ୍ୟପାଳଙ୍କ ଏହି ଖାଲି ପଦଗୁଡ଼ିକ ତୁରନ୍ତ ପୂରଣ କରାଯିବ। ନୂତନ ରାଜ୍ୟପାଳ ନିଯୁକ୍ତ ହେବାର ସମ୍ଭାବନା ଥିବା ପାଞ୍ଚଟି ରାଜ୍ୟ ଉତ୍ତର-ପୂର୍ବର। ଏଭଳି ପରିସ୍ଥିତିରେ ଏହି ରାଜ୍ୟଗୁଡିକର ରାଜନୀତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟପାଳଙ୍କ ନିଯୁକ୍ତି ମାଧ୍ୟମ ଏକ ରାଜନୈତିକ ବାର୍ତ୍ତା ଦେବାକୁ ଯାଉଛନ୍ତି। ଯେପରି ଏହାର ପ୍ରଭାବ ୨୦୨୪ ଲୋକ ସଭା ନିର୍ବାଚନ ରାଜନୀତିରେ ଉପରେ ସିଧାସଳଖ ପଡ଼ିବ।

ଅକ୍ଟୋବରରେ ଆସାମ ରାଜ୍ୟପାଳ ଜଗଦୀଶ ମୁଖୀ, ଅରୁଣାଚଳ ରାଜ୍ୟପାଳ ବି.ଡି ମିଶ୍ର, ସିକମ ରାଜ୍ୟପାଳ ଗଙ୍ଗା ପ୍ରସାଦ ଏବଂ ଆଣ୍ଡାମାନ ଏବଂ ନିକୋବର ଉପରାଜ୍ୟପାଳ ଡି.କେ ଯୋଶୀଙ୍କ କାର୍ଯ୍ୟକାଳ ଶେଷ ହେବ। ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବ। ପୁଡୁଚେରୀରେ ଉପରାଜ୍ୟପାଳଙ୍କ ପଦ ମଧ୍ୟ ଖାଲି ଅଛି, ଏହାର ଅତିରିକ୍ତ ଚାର୍ଜ ତାମିଲନାଡୁର ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନଙ୍କ ଉପରେ ରହିଛି। ପଞ୍ଜାବର ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ ଏବଂ ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କ ଦ୍ୱିତୀୟ ପାଳିର କାର୍ଯ୍ୟକାଳ ଜାରି ରହିଛି। ଦିଲ୍ଲୀର ଉପ ରାଜ୍ୟପାଳ ଅନିଲ ବୈଜଲଙ୍କ ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟ ଚାଲିଛି।

ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ କେନ୍ଦ୍ର ସରକାର ଏବଂ ଭାଜପା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। କୃଷକ ଆନ୍ଦୋଳନର ସମୟ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସେ କେନ୍ଦ୍ର ଓ ଭାଜପାକୁ ସମାଲୋଚନା କରିଛନ୍ତି। ଏଭଳି ପରିସ୍ଥିତିରେ ମଧ୍ୟଭାଗରେ ତାଙ୍କୁ ହଟାଇବା ନେଇ କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ସରକାର ତାଙ୍କ କାର୍ଯ୍ୟକାଳ ଶେଷ କରିବା ଉଚିତ୍‌ ବୋଲି ଭାବିଥିଲେ। ଏହା ପଛରେ ରାଜନୈତିକ ଏବଂ ସାମାଜିକ ସମୀକରଣ ମଧ୍ୟ ରହିଥିଲା।

ପାଞ୍ଚ ବର୍ଷ ପୂର୍ବେ ରାଷ୍ଟ୍ରପତି ନିର୍ବାଚନ ସମୟରେ ବିହାରର ତତ୍କାଳୀନ ରାଜ୍ୟପାଳ ରାମ ନାଥ କୋବିନ୍ଦଙ୍କୁ ଯେଉଁଭଳି ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା, ସେହିପରି ମଧ୍ୟ ଅନେକ ରାଜ୍ୟପାଳଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଚାଲିଛି। ତେବେ ଏଥର ରାଜ୍ୟପାଳ ନିଯୁକ୍ତି ପାଇଁ ଏକ ଭିନ୍ନ ସୂତ୍ର ଗ୍ରହଣ କରାଯିବାର ସୂଚନା ରହିଛି। ଯାହା ସହିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ସାମାଜିକ ସମୀକରଣକୁ ଏକ ରାଜନୈତିକ ବାର୍ତ୍ତା ମଧ୍ୟ ଦିଆଯାଇପାରି।

ରାଜ୍ୟପାଳ ଦୌଡ଼ରେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଡିୟୁରପ୍ପା ଅଛନ୍ତି। ଆସନ୍ତା ୨୦୨୩ ବର୍ଷରେ କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ରାଜ୍ୟପାଳ ଭାବେ ନିଯୁକ୍ତ କରି ଭାଜପା ରାଜ୍ୟର ଶକ୍ତିଶାଳୀ ଲିଙ୍ଗାୟତ ସମ୍ପ୍ରଦାୟକୁ ଏକ ବଡ଼ ବାର୍ତ୍ତା ପଠାଇପାରେ। ରାଜ୍ୟ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ମଧ୍ୟ ଲିଙ୍ଗାୟତ ସମ୍ପ୍ରଦାୟର। ସେହିପରି ରାଜ୍ୟପାଳ ନିଯୁକ୍ତି ନେଇ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ କୁମାର ଧୁମଲ ଏବଂ ବିହାରର ବରିଷ୍ଠ ନେତା ସିପି ଠାକୁରଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ସହାୟକଙ୍କ ଘରୁ ୩୦ କୋଟି ଜବତ

ରାଞ୍ଚି,୬ା୫ : ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ଆଲମଗିର ଆଲମଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ୍‌ଙ୍କ ଘରୋଇ ସହାୟକଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର...

କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଲା

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଅଡୁଆ ବଢିଛି। ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବିରୋଧରେ ଏନଆଇଏ ତଦନ୍ତ ପାଇଁ...

ଭାଙ୍ଗିବ ସବୁ ରେକର୍ଡ! ଅମିତ ଶାହାଙ୍କ ପାଇଁ ଭାଜପା ରଖିଲା ବଡ ଟାର୍ଗେଟ

ନୂଆଦିଲ୍ଲୀ,୬।୫: ଚଳିତ ଲୋକ ସଭା ନିର୍ବାଚନ ୨୦୨୪ ରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଭାଜପାର ପାରମ୍ପାରିକ ଆସନ ଗାନ୍ଧୀ ନଗରରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।...

ସୁନା, ରୂପା ନୁହେଁ ଚୋରି ହେଲା ୭୦ ୟୁନିଟ ପ୍ଲାଜମା

ଜୟପୁର,୬।୫: ରାଜଧାନୀ ଜୟପୁରରେ ଅବସ୍ଥିତ ଜେ.କେ ଲନ ହସ୍ପିଟାଲରୁ ୭୦ ୟୁନିଟ ପ୍ଲାଜମା ଚୋରି ହୋଇଛି। ପ୍ଲାଜମା ଚୋରି ଘଟଣା ସାମ୍ନାକୁ ଆସିବା ମାତ୍ରେ ଡାକ୍ତରଖାନା...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପୁଞ୍ଚ ଆକ୍ରମଣରେ ସାମିଲ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ ଜାରି

ଶ୍ରୀନଗର,୬।୫: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ଅନ୍ତର୍ଗତ ଭାରତୀୟ ବାୟୁସେନା କନଭେନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କ ଉପରେ ୨୦ ଲକ୍ଷ...

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri