ପାନୀୟ ଜଳ ସମସ୍ୟା ଉପରେ ଗୁରୁତ୍ୱ

ନାଉଗାଁ,୩୦ା୪(ସ୍ବ.ପ୍ର.): ନାଉଗାଁ ପଞ୍ଚାୟତ ସମିତି ୩ୟ ଅଧିବେଶନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମିତି ସମ୍ବିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେଇ କହିଥିଲେ,ସମସ୍ତ ଜନପ୍ରତିନିଧି ହେଉଛନ୍ତି ନାଉଗାଁ ପଞ୍ଚାୟତ ସମିତିର ପରିବାର ବୋଲି କହିଥିଲେ। ବୈଠକରେ ଘୋଡାଂଶ ପଞ୍ଚାୟତ ସଭ୍ୟ ତରୁଣକାନ୍ତ ବାରିକ, ଜାମୁଗାଁ ସରପଞ୍ଚ ଶୁଭ୍ରସ୍ମୃତି ପରିଡା, ଗଳଦାରୀ ସରପଞ୍ଚ ଦିଲୀପ ନାୟକ, ଡାବର ସଭ୍ୟ ସୁବଳ ବେହେରା ପ୍ରମୁଖ ଯୋଗଦେଇ ପାନୀୟ ଜଳ ସମସ୍ୟା ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ବିଧାୟକ ପରାମର୍ଶ ଦେଇଥିଲେ।
ସେହିପରି ସମନ୍ବିତ ଶିଶୁ ବିକାଶ ମଧ୍ୟରେ ପ୍ରଦାନ କରାଯାଉଥିବା ଖାଦ୍ୟର ମାନପରୀକ୍ଷା, ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି, ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ପୂରଣ, ବିଦ୍ୟାଳୟର ଭିତ୍ତି ଭୂମି ସଜାଡିବା ସହ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦେବାକୁ ସରପଞ୍ଚ ପ୍ରାଚୀ ସାଗରିକା ଜେନା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାଉଗଁା ବ୍ଲକର ନାମକୁ ବିଭିନ୍ନ ସରକାରୀ ପୋର୍ଟାଲ, ମ୍ୟାପ ଓ ନକ୍ସା ଆଦିରେ ନୂଆଗାଁ ଲେଖା ହୋଇଛି। ଏହାକୁ ସଂଶୋଧନ କରିବା ପାଇଁ ଅଧ୍ୟକ୍ଷା ତୃଷ୍ନା ଲେଙ୍କାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କିଛି କର୍ମଚାରୀ ରାତିରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ନିଶା ସେବନ କରି ରୋଗୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଘୋଡାଂଶ ପଞ୍ଚାୟତ ସରପଞ୍ଚ ନିହାର ରଞ୍ଜନ ବସ୍ତିଆ ଓ ସଭ୍ୟ ତରୁଣକାନ୍ତ ବାରିକ କହିଥିଲେ। ସମ୍ପୃକ୍ତ କର୍ମଚାରୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଦିନେ ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ଜାମୁଗଁା ଓ ଘୋଡାଂଶ ପଞ୍ଚାୟତର ଘୋଡେଶ୍ୱର ଠାରେ ଏକ କଲଭର୍ଟ ନିର୍ମାଣ କରିବାକୁ ସ୍ଥାନୀୟ ପଞ୍ଚାୟତ ସଭ୍ୟ ତରୁଣ କାନ୍ତ ବାରିକ ଦାବି କରିଥିଲେ। ସେହିପରି ନନ୍ଦିଗ୍ରାମରୁ ଡାବରକୁ ଏକ ରାସ୍ତା ନିର୍ମାଣ କରିବା ସହ ଦେଓପଡା -ଡାବରକୁ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସୁବଳ ବେହେରା ଦାବି କରିଥିଲେ। ଏହି ଅବସରରେ ସମିତି ସଭ୍ୟା ସୁଶ୍ରୀ ଶ୍ରାବଣୀ ରାୟ ନାଉଗାଁରୁ ଅଲଣା ପଞ୍ଚାୟତ ମଧ୍ୟରେ ଥିବା ଜୋରକୁ ସଫେଇ କରିବା କରିବାକୁ ଦାବି କରିଥିଲେ। ଏଥିସହ ଗତ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ବୀମା କେବେ ମିଳିବ ବୋଲି ପ୍ରଶ୍ନ କରିଥିଲେ। ବିଭିନ୍ନ ପଞ୍ଚାୟତରେ ଥିବା ସମସ୍ୟା ସମ୍ପର୍କରେ ଜନପ୍ରତିନିଧିଙ୍କ ସହ ଆଲୋଚନା କରି ଯଥାଶୀଘ୍ର ପଦକ୍ଷେପ ନେବାକୁ ବିଧାୟକ ମୁଦୁଲି ପ୍ରଶାସନିକ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ଲେଙ୍କାଙ୍କ ପୌରୋହିତ୍ୟ ଆୟୋଜିତ ବୈଠକରେ ଉପାଧ୍ୟକ୍ଷ ସୁଜିତ ପୁହାଣ,ଜିଲା ପରିଷଦ ସଭ୍ୟା ଅମିତା ସ୍ବାଇଁ, ଏମ୍‌ପିଙ୍କ ପ୍ରତିନିଧି ଅଜୟ ମହାନ୍ତି, ଏବିଡିଓ ଦେବେନ୍ଦ୍ର ପ୍ରଧାନ, ଜିପିଓ ଦିନେଶ ରାୟଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri