ବାଲିଚନ୍ଦ୍ରପୁର-କଳାଶ୍ରୀ ରାସ୍ତା ନିର୍ମାଣରେ ଅନିୟମିତତା

ଚଣ୍ଡିଖୋଲ,୨୮ା୪(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁରଠାରୁ କଳାଶ୍ରୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ରାସ୍ତାଟି ପୂର୍ବରୁ ଜଳସମ୍ପଦ ବିଭାଗ ଅଧୀନରେ ଥିଲାବେଳେ ୨ ବର୍ଷ ତଳେ ଏହାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ପୂର୍ତ୍ତ ବିଭାଗ ତରଫରୁ ୫ କିଲୋମିଟର ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ପାଇଁ ୭ କୋଟି ୪୮ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ତେବେ ରାସ୍ତା ପ୍ରଶସ୍ତୀକରଣ ନାମରେ ଠିକାଦାର ସରକାରୀ ମୂଳ ଗାଇଡ୍‌ଲାଇନକୁ ପରିବର୍ତ୍ତନ କରି ନିଜସ୍ବ ଢଙ୍ଗରେ ରାସ୍ତା ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଫଳରେ ରାସ୍ତାର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଥାଉକି, ବାଲିଚନ୍ଦ୍ରପୁରଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟି ବିରୂପା ନଦୀବନ୍ଧ ଭାବରେ ଜଳସମ୍ପଦ ବିଭାଗ ଅଧୀନରେ ରହିଥିଲା। ବିରୂପା ନଦୀରେ ବନ୍ୟା ଆସିଲେ ଏହି ବନ୍ଧ ବନ୍ୟା ଦାଉରୁ ରକ୍ଷା କରିଥାଏ। ଏହି ବନ୍ଧ ଉପରେ ରାସ୍ତା ନିର୍ମାଣ କରାଯାଇ ୩ଟି ବ୍ଲକର ଲକ୍ଷାଧିକ ଲୋକ ଯାତାୟାତ କରିଥାନ୍ତି। ୨୦୧୪ରେ ରାସ୍ତାର ଉନ୍ନତୀକରଣ ସହିତ ନଦୀବନ୍ଧକୁ ଉଚ୍ଚ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିଚନ୍ଦ୍ରପୁରଠାରୁ ଇନ୍ଦୁପୁର ପର୍ଯ୍ୟନ୍ତ ଦୀର୍ଘ ୨୦ କିଲୋମିଟର ରାସ୍ତାରେ ୧୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏଥିରେ ୨୦୧୬ ଜୁନ୍‌ରେ ରାସ୍ତା କାର୍ଯ୍ୟ ଶେଷ ହୋଇଥିଲା। ତେବେ ରାସ୍ତା କାର୍ଯ୍ୟ ଶେଷ ହେବାର ୨ ମାସ ପରେ ପିଚୁ ଉଠିଯିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏହାପରେ ମରାମତି ନାମରେ ୨୦୧୮ ମସିହା ପର୍ଯ୍ୟନ୍ତ କୋଟିକୋଟି ଟଙ୍କା ଖର୍ଚ୍ଚ କରାଗଲା। ତଥାପି ରାସ୍ତାର ଅବସ୍ଥା ନ ସୁଧୁରିବାରୁ ଏହାକୁ ୨୦୧୯ ଡିସେମ୍ବରରେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲା। ପୂର୍ତ୍ତ ବିଭାଗ ପକ୍ଷରୁ ୨୦୨୦ରେ ରାସ୍ତାର ମରାମତି ନାମରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଇଛି। ଏହାପରେ ୨୦୨୧ରେ ମାତ୍ର ୫ କିଲୋମିଟର ରାସ୍ତା ପାଇଁ ଟେଣ୍ଡର କରାଗଲା। ଟେଣ୍ଡର ଅନୁଯାୟୀ ଠିକାଦାର ରାସ୍ତାକୁ ୩୦ ଫୁଟ ଚଉଡ଼ା କରିବା ପାଇଁ ପ୍ରସ୍ତାବ ରହିଥିଲା। ତେବେ ପୂର୍ବରୁ ଯେଉଁ ରାସ୍ତା ଥିଲା ଏହାର ଦୁଇ ଗୁଣା କରାଯାଇ ସମ୍ପୂର୍ଣ୍ଣ ଏକ ନୂତନ ନଦୀ ବନ୍ଧ ରାସ୍ତା ନିର୍ମାଣ କରିବ ବୋଲି ସ୍ଥିର କରାଯାଇଥିଲା। ହେଲେ ଠିକାଦାର ବନ୍ଧର ମୂଳଦୁଆକୁ ନ ଯାଇ ବନ୍ଧ ରାସ୍ତାର ଅଧାସ୍ଥିତିରୁ କାଟି କେବଳ ଉପରକୁ ଚଉଡ଼ା କରିବା ପାଇଁ ଯୋଜନା କରିଛନ୍ତି। ଏହି ଉପାୟ ଅବଲମ୍ବନ କରିବା ସହିତ ଦକ୍ଷିଣ ପାର୍ଶ୍ୱରେ ଥିବା ପଟ୍ଟାମୁଣ୍ଡାଇ କେନାଲ ଶଯ୍ୟାକୁ ପୋତି ଦିଆଯାଉଛି, ଯଦ୍ଦ୍ବାରା ଜଗତପୁରଠାରୁ ପଟାମୁଣ୍ଡାଇ ପର୍ଯ୍ୟନ୍ତ ଯାଇଥିବା କେନାଲଟି ଭବିଷ୍ୟତରେ ପୋତି ହୋଇଯିବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏପରି କି ଏହି ଘଟଣା ପାଇଁ ଜଳ ସମ୍ପଦ ବିଭାଗ କଟକ ଚାରିବାଟିଆ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି ଲେଖି କେନାଲ ଶଯ୍ୟାକୁ ନ ପୋତିବା ପାଇଁ ଅନୁରୋଧ କରିଛି। ଯଦି ଏ ଭଳି କରାଯାଏ ଭବିଷ୍ୟତରେ କେନାଲ ପୋତି ହୋଇଯିବ। ଏହା ସହ ନଦୀ ବନ୍ଧର ମୂଳଶଯ୍ୟା ଠିକ୍‌ ଭାବେ ନିର୍ମାଣ ହେଉ ନ ଥିବାରୁ ନଦୀ ବନ୍ଧଟି ଭୁଶୁଡ଼ି ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। କେବଳ ନଦୀବନ୍ଧ ନୁହେଁ ନିର୍ମାଣ କରାଯାଉଥିବା ରାସ୍ତାର ସ୍ଥାୟିତ୍ୱ ରହିବ ନାହିଁ। ବର୍ଷାଦିନେ ଯଦି ଅଧିକ ବର୍ଷା ହୁଏ ତେବେ ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ। ଏହି ରାସ୍ତା ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ଲକ୍ଷାଧିକ ଲୋକ ଦୀର୍ଘ ୮ବର୍ଷ ହେଲା ଯେଉଁ ସମସ୍ୟା ଭୋଗୁଛନ୍ତି ପୁନର୍ବାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଲାପରେ ସେହି ଅବସ୍ଥା ଭୋଗିବେ ବୋଲି କୁହାଯାଉଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ ବେହେରାଙ୍କୁ ପଚାରିବାରେ ସେ କୁହନ୍ତି, ଠିକାଦାରଙ୍କୁ ସମ୍ପୂର୍ଣ୍ଣ ନଦୀ ବନ୍ଧର ମୂଳଶଯ୍ୟାକୁ ଯାଇ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଏହା ନ କରିଥାନ୍ତି ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri