ବିନା ଡିପିଆର୍‌ରେ କାର୍ଯ୍ୟକୁ ନାପସନ୍ଦ

ପୁରୀ ଅଫିସ,୨୨।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଥିବାବେଳେ ଗୁରୁବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ସଂସଦୀୟ କମିଟି ପୁରୀ ଆସି ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଛି। କେତେକ କ୍ଷେତ୍ରରେ କାର୍ଯ୍ୟକୁ ନେଇ ଏହି କମିଟି ଅସନ୍ତୋଷ ପ୍ରକାଶ କରିଛି। ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ଅନୁମୋଦନ ନେଇ ସମୀକ୍ଷା କରାଯିବ। ଯଦି ଡିପିଆର୍‌ ବିନା କାର୍ଯ୍ୟ ହେଉଥାଏ ତେବେ ତାହା ଭୁଲ୍‌ ବୋଲି କମିଟିର ସଦସ୍ୟ କହିଛନ୍ତି।
ଏମ୍‌ପି ଟି.ଜି. ଭେଙ୍କଟେଶଙ୍କ ନେତୃତ୍ୱରେ ଆସିଥିବା ଏହି କମିଟିର ୨୨ଜଣିଆ ସଦସ୍ୟ ପ୍ରଥମେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଦର୍ଶନ ବ୍ୟବସ୍ଥା, ସୁରକ୍ଷା ଏବଂ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ମେଘନାଦ ପାଚେରିଠାରୁ ୫୫ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ। ସେମାନେ ଉକ୍ତ ପ୍ରାଚୀର ପାଇଁ ନମୁନାର ଫଟୋ ଉଠାଇବା ସହ ପ୍ରକଳ୍ପ ସ୍ଥଳ ବୁଲି ଦେଖିଥିଲେ। ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରକଳ୍ପ ସମ୍ପର୍କରେ ପଚାରି ବୁଝିଥିଲେ। ଦକ୍ଷିଣ-ପୂର୍ବ ଦିଗରେ ଏମାର ମଠ ପଛ ପାର୍ଶ୍ୱରେ ହେଉଥିବା ଖନନର ଫଟୋ ଉତ୍ତୋଳନ କରିବା ସହ ଇମୋଟର ସହାୟତାରେ ପ୍ରକଳ୍ପସ୍ଥଳ ବୁଲିଥିଲେ। ଏହି କମିଟିର ସଦସ୍ୟ ତଥା ମହାରାଷ୍ଟ୍ର ଏମ୍‌ପି ଶମ୍ଭାଜୀ ରାଓ ଛତ୍ରପତି କେତେକ ନିର୍ମାଣ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ଭିତରେ ପଥର କାନ୍ଥରେ ନାଲି ରଙ୍ଗ ଲଗାଯାଇଛି। ସ୍ମାରକୀ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଯେତେ ଅଧିକ ସଂରକ୍ଷଣ ହୋଇପାରିବ ସେତେ ଭଲ। ରାଜ୍ୟ ସରକାର ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମିଳିତ ଭାବେ ସଂରକ୍ଷଣ ଉପରେ ଧ୍ୟାନ ଦେବା ଦରକାର। ସେହିଭଳି ଡିପିଆର୍‌ ଅନୁମୋଦନ ବିନା କାର୍ଯ୍ୟ ହେଉଥିଲେ ତାହା ଭୁଲ। ଡିପିଆର୍‌ ଅନୁମୋଦନ ସମ୍ପର୍କରେ ଏଏସ୍‌ଆଇ ଡିଜିଙ୍କ ସହ ଆଲୋଚନା କରାଯିବ। ଏଏସ୍‌ଆଇକୁ ବିଶ୍ୱାସକୁ ନେଇ କାର୍ଯ୍ୟ ହେବା ଉଚିତ। ଏଏସ୍‌ଆଇ ସ୍ମାରକ ସଂରକ୍ଷଣ କ୍ଷେତ୍ରରେ ନିପୁଣ। ସେହି ନିପୁଣତାକୁ ବ୍ୟବହାର କରାଯିବା ଦରକାର। ସଂରକ୍ଷଣ କାର୍ଯ୍ୟ ସିଧାସଳଖ ଭାବେ ଏଏସ୍‌ଆଇ ଦ୍ୱାରା ପରିଚାଳିତ ହେବା ଉଚିତ୍‌ ବୋଲି ସେ କହିଛନ୍ତି। ଏହି କମିଟିରେ ଏଏସ୍‌ଆଇ ଏଡିଜି ଆଲୋକ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସାମିଲ ଥିଲେ। ଆମ୍‌ସାର୍‌ ଆକ୍ଚ-୧୯୫୮ ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଏଡିଜି ତ୍ରିପାଠୀ କହିଛନ୍ତି। ତେବେ ବର୍ତ୍ତମାନ ପରିକ୍ରମା ପ୍ରକଳ୍ପ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏ ସମ୍ପର୍କରେ ଅଧିକ କିଛି କହିବାକୁ ସେ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ଆମ୍‌ସାର୍‌ ଆକ୍ଚ-୧୯୫୮ର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କିଛିଦିନ ତଳେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଲୋକ ସଭାରେ କହିଥିଲେ। ସଂସଦ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ସେ ଦାବି କରିଥିଲେ। ଏବେ ସଂସଦୀୟ କମିଟି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ପରେ ବିବାଦ ନୂଆ ମୋଡ଼ ନେଇଛି। ଡିପିଆର୍‌କୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏଏସ୍‌ଆଇ ଡିଜି ଏପର୍ଯ୍ୟନ୍ତ ଡିପିଆର୍‌ ଅନୁମୋଦନପତ୍ର ଦେଇ ନ ଥିବା ବେଳେ ରାଜ୍ୟ ସରକାର କାହା ଅନୁମତିରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri