Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ
ଆପଣଙ୍କର ବୁଧାଦିତ୍ୟ ଯୋଗ ପ୍ରଭାବରେ ଏକାଧାରରେ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ସୁଖ ସମୃଦ୍ଧିର ପରିଚାୟକ ହେବ। ଧର୍ମଭାବରେ ଚନ୍ଦ୍ର ହେତୁ ମାଙ୍ଗଳିକ କାମରେ ଯୋଗଦେଇ ବନ୍ଧୁବତ୍ସଳ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଆକସ୍ମିକ ଦୂରଯାତ୍ରା ସମସ୍ୟାବହୁଳ ହୋଇପାରେ ।
ବୃଷ
ବୃଷ
ଆଜି ଅଷ୍ଟମ ଚନ୍ଦ୍ର ସାଙ୍ଗକୁ ଦ୍ୱାଦଶସ୍ଥ ରାହୁଙ୍କ ଯୋଗୁ ଅର୍ଥ ସମ୍ପର୍କିତ ବିବାଦ ଉପୁଜିପାରେ। ଅଫିସ୍‌ରେ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ନିର୍ମାଣ କାର୍ଯ୍ୟ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଭଲ ଥିବା ହେତୁ ଜୀବନଯାତ୍ରା ସାବଲୀଳ ରହିବ। ଧନାଧିପ ଚନ୍ଦ୍ରଙ୍କ ପ୍ରଭାବରେ ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜିପାରନ୍ତି। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣକରିବା ଭଲ ହେବ।
କର୍କଟ
କର୍କଟ
ରାଶ୍ୟାଧିପ ଷଷ୍ଠଭାବସ୍ଥ ହେତୁ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ଅବଶ୍ୟ ପୂର୍ବ ସମସ୍ୟା ଲାଗିରହିବା କାରଣରୁ ସାମୟିକ ମନ ଭାରାକ୍ରାନ୍ତ ରହିବ।
ସି˚ହ
ସି˚ହ
ପରିବାର ସକାଶେ ସମସ୍ତ ସୁବିଧା କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ। କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଦୀର୍ଘଦିନରୁ ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷର ସୂଚନା ପାଇପାରନ୍ତି।
କନ୍ୟା
ବ୍ୟୟାଧିପ ଅଷ୍ଟମସ୍ଥ ହେତୁ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ କରିବ। ନୂତନ ପ୍ରକଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହ ସଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ବିବାଦୀୟ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ତୁଳା
ତୁଳା
ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ମାନସିକ ଅଶାନ୍ତି ଲାଗିରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ଆଶା ରହିଛି।
ବିଛା
ବିଛା
କୋଣଭାବସ୍ଥ ବୃହସ୍ପତି ଅର୍ଥ ଓ ସମ୍ମାନ ପ୍ରଦାନରେ ସମର୍ଥ ହେବେ। ଦ୍ୱିତୀୟସ୍ଥ ଭାଗ୍ୟାଧିପ ଚନ୍ଦ୍ର ପ୍ରଭାବରେ ବିଭିନ୍ନ ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହଁାଇବା ଠିକ୍‌ ହେବନି। ଅବଶ୍ୟ କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ଧନୁ
ଧନୁ
ସ୍ବରାଶିରେ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବିଲେ କ୍ଷତିରେ ପଡ଼ିବେ। ଶେୟାର ବଜାର, ଆମଦାନୀ, ପରିବା ଦୋକାନୀ, ହୋଟେଲ ମାଲିକ ଖୁସି ରହିବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ମାଲିମକଦ୍ଦମା ସମାଧାନ ସକାଶେ ଆଲୋଚନା କରିପାରନ୍ତି।
ମକର
ମକର
ଆଜିର ଗ୍ରହସ୍ଥିତି ବିଭିନ୍ନ ସମସ୍ୟାକୁ ନିମନ୍ତ୍ରଣ କରିପାରେ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରିପାରନ୍ତି ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବା ସମ୍ଭାବନା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଭାଇ କିମ୍ବା ବନ୍ଧୁ ପଡ଼ୋଶୀ ଅଥବା ସହକର୍ମୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରିପାରନ୍ତି। ଆଜିର ଆମଦାନୀ କାରବାର, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି ।
ମୀନମୀନ
ଆଜି ପୂର୍ବାପେକ୍ଷା ପରିସ୍ଥିତି ଏକ ପ୍ରକାର ଶାନ୍ତ ରହିବ କିନ୍ତୁ ଧନହାନି ସାଙ୍ଗକୁ ଅପ୍ରିୟ ଭାଷଣ ସମସ୍ୟା ସୃଷ୍ଟି କରିପାରେ। ନିଜ କାମ ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସଂଗଠନ, ଲେଖାପଢ଼ା, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri