ରାଜଧାନୀରେ ହାଜତ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୧୯।୪ (ବ୍ୟୁରୋ):ଭୁବନେଶ୍ୱର ବଡଗଡ ଥାନା ପୋଲିସ ହେପାଜତରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଧାରକାର୍ଡରେ ତାଙ୍କ ନାମ ଦେବେନ୍ଦ୍ର ଚୌଧୁରୀ ରହିଥିବାବେଳେ ପୋଲିସ ସୂଚନାଅନୁସାରେ ସେ ହେଲେ ପ୍ରଦୀପ ସାହୁ(୫୬)। ତାଙ୍କ ଘର ଖୋର୍ଦ୍ଧା ଜିଲା ବାଲିପାଟପୁର ଥାନା ଭୂଷଣ୍ଡପୁର ଗ୍ରାମରେ ଓ ସେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କପିଳପ୍ରସାଦ ଅଞ୍ଚଳରେ ରୁହନ୍ତି। ସାଇକେଲ ଚୋରି ସନ୍ଦେହରେ ପୋଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିଲା। ତାଙ୍କୁ ଥାନାରେ ପିଟି ପିଟି ହତ୍ୟା କରାଯାଇଥିବା ନେଇ ସ୍ତ୍ରୀ ବନିତା ଚୌଧୁରୀ ସୋମବାର ଅଭିଯୋଗ କରିଛନ୍ତି। ମୃତକଙ୍କ ହାତ ଓ ଶରୀରରେ ମାଡ଼ ଚିହ୍ନ ରହିଛି। ଏଥିସହ ତାଙ୍କ ନାମ ପ୍ରଦୀପ ନୁହେଁ, ଦେବେନ୍ଦ୍ର ଚୌଧୁରୀ ବୋଲି ସ୍ତ୍ରୀ କହିବା ପରେ ପୋଲିସ ବିବାଦରେ ଛନ୍ଦି ହୋଇପଡିଛି। ଅନ୍ୟପକ୍ଷରେ ଆଉଜଣେ ମହିଳା ହସ୍ପିଟାଲରେ ପହଞ୍ଚତ୍ ମୃତକ ପ୍ରଦୀପ ତାଙ୍କ ସ୍ବାମୀ ବୋଲି କହିବାରୁ ପୋଲିସ ପାଇଁ ଅଡୁଆ ବଢ଼ି ଯାଇଛି। ତେବେ ପରିଚୟକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ପରେ ପୋଲିସ ପ୍ରକୃତ ପରିଚୟ ଜାଣିବା ପାଇଁ ଚେଷ୍ଟା କରିଥିଲା। ପ୍ରଦୀପ ନାମ ବଦଳାଇ ଦେବେନ୍ଦ୍ର ଚୌଧୁରୀ ପରିଚୟରେ ଏଠାରେ ରହୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ( ନଂ.୯/୨୦୨୨) ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି। ସେ କହିଛନ୍ତି, ମୃତକଙ୍କ ପ୍ରକୃତ ନାମ ପ୍ରଦୀପ ସାହୁ। ସେ ରବିବାର ରାତି ପ୍ରାୟ ୮ଟାବେଳେ ଏକ ସାଇକେଲ୍‌ ଧରି ବ୍ରହ୍ମେଶ୍ୱର ଅଞ୍ଚଳରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପାଟ୍ରୋଲିଂ ଟିମ୍‌କୁ ଦେଖି ଦୌଡ଼ିବାରୁ ସାଇକେଲ ଚୋରି ସନ୍ଦେହରେ ତାଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଥିଲା। ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଥାନାଧିକାରୀ ନାୟକ କହିଛନ୍ତି। ଡିସିପି ଉମାଶଙ୍କର ଦାଶ କହିଛନ୍ତି, ବରଗଡ଼ ଥାନାରେ ଗତ କିଛିଦିନ ହେଲା ସାଇକେଲ ଚୋରି ଅଭିଯୋଗ ହୋଇ ଆସୁଥିଲା। ପ୍ରଦୀପଙ୍କ ନାମରେ ପୂର୍ବରୁ ମାମଲା ରହିଛି। ତେଣୁ ବଡ଼ଗଡ଼ ଥାନା ପୋଲିସ ରବିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରଦୀପଙ୍କୁ ଅଧିକ ତଦନ୍ତ ପାଇଁ ଥାନାକୁ ଅଣାଯାଇଥିଲା ବୋଲି ଡିସିପି କହିଛନ୍ତି।
ଅନ୍ୟପକ୍ଷରେ ପ୍ରଦୀପଙ୍କ ସ୍ତ୍ରୀ ବନିତାଙ୍କ ଅଭିଯୋଗ ଅନୁଯାୟୀ, ରବିବାର ରାତିରେ ସ୍ବାମୀ ପ୍ରଦୀପ ମୋ ବାପଘର ଲୋକ ରହୁଥିବା ରସୁଲଗଡ ଘରକୁ ଯାଉଥିଲେ। ଏହାପରଠାରୁ ତାଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଭଡାଘର ମାଲିକଙ୍କୁ ରାତି ପ୍ରାୟ ୧୧ଟାରେ ପୋଲିସ ଆସି ଏକ ଫଟୋ ଦେଖାଇବା ସହ ଚିହ୍ନିଛନ୍ତି ନା ନାହିଁ ପଚାରିଥିଲେ। ଏହାପରେ ରାତି ପ୍ରାୟ ୧ଟାରେ ପୁଣି ପୋଲିସ ଆସି ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ଜଣାଇବା ସହ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ପହଞ୍ଚତ୍ବାକୁ କହିଥିଲେ। ତେବେ ସ୍ବାମୀଙ୍କ ନାମରେ ପୋଲିସ ଚୋରି ମାମଲା ଥିବା କହୁଥିବାବେଳେ ସେ କେବେ ଚୋରି କରିନାହାନ୍ତି ବୋଲି ବନିତା କହିଛନ୍ତି।

ମୃତଦେହ ନେବାକୁ ଦୁଇ ସ୍ତ୍ରୀ ହାତାହାତି

ରବିବାର ରାତିରେ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ପୋଲିସ ମୃତଦେହକୁ ସ୍ତ୍ରୀ ବନିତା ଚୌଧୁରୀଙ୍କୁ ହସ୍ତାନ୍ତର କରିବାକୁ ଯାଉଥିଲେ। ହେଲେ ହଠାତ୍‌ ମନୋରମା ସାହୁ ନାମ୍ନୀ ଜଣେ ମହିଳା ନିଜକୁ ପ୍ରଦୀପଙ୍କ ପ୍ରଥମ ସ୍ତ୍ରୀ ବୋଲି କହିବା ସହ ମୃତଦେହ ନେବାକୁ ଦାବି କରିଥିଲେ। ଏହାକୁ ନେଇ ଦୁଇ ମହିଳା ଓ ସମ୍ପର୍କୀୟଙ୍କ ମଧ୍ୟରେ କିଛି ସମୟ ବଚସା ହୋଇଥିଲା। ଏପରିକି ହାତାହାତି ପରିସ୍ଥିତି ମଧ୍ୟ ଉପୁଜିଥିଲା। ଶେଷରେ ପୋଲିସ ହସ୍ତକ୍ଷେପ କରିବା ସହ ଅଧିକ ତଥ୍ୟ ସଂଗ୍ରହ କରିଥିଲା। ମନୋରମା ପ୍ରଥମ ସ୍ତ୍ରୀ ହୋଇଥିଲେ ମଧ୍ୟ ପ୍ରଦୀପ ବନିତାଙ୍କୁ ଦ୍ୱିତୀୟ ବିବାହ କରି ତାଙ୍କ ସହ କପିଳ ପ୍ରସାଦରେ ନାମ ପରିବର୍ତ୍ତନ କରି ରହୁଥିଲେ। ତାଙ୍କ ଆଧାର କାର୍ଡରେ ନାମ ଦେବେନ୍ଦ୍ର ଚୌଧୁରୀ ବୋଲି ଉଲ୍ଲେଖ ରହିଛି। ଶେଷରେ ପୋଲିସ ଉଭୟଙ୍କୁ ବୁଝାଶୁଝା କରିବା ପରେ ମୃତଦେହକୁ ଉଭୟଙ୍କୁ ହସ୍ତାନ୍ତର କରିଥିଲା। ଦୁଇ ପରିବାରଙ୍କ ଉପସ୍ଥିତିରେ ସତ୍ୟନଗର ଶ୍ମଶାନରେ ଶବଦାହ କରାଯାଇଛି।

ଏନ୍‌ଏଚ୍‌ଆର୍‌ସିରେ ମାମଲା

ମୃତ ଦେବେନ୍ଦ୍ର ଚୌଧୁରୀ ଓରଫ ପ୍ରଦୀପଙ୍କ ହାଜତ ମୃତ୍ୟୁକୁ ନେଇ କେନ୍ଦ୍ର ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ନିକଟରେ ମାମଲା ହୋଇଛି। ସୋମବାର ଭାରତୀୟ ବିକାଶ ପରିଷଦର ଜଗତ୍‌ସିଂହପୁର ଜିଲା ସଭାପତି ସୁବ୍ରତ କୁମାର ଦାଶ ଏନେଇ ଅଭିଯୋଗ କରିଛନ୍ତି। ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ଦିନକୁ ଦିନ ହାଜତ ହତ୍ୟା ବଢ଼ିବାର ଲାଗିଛି। ବଡ଼ଗଡ଼ ପୋଲିସ ଦେବେନ୍ଦ୍ରଙ୍କୁ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଅଭିଯୋଗ କଲା ପରେ ସାରା ରାଜ୍ୟରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ୍‌ ଘଟଣାର ତଦନ୍ତ କରି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri