Posted inଭଦ୍ରକ

ଘୋଡ଼ାନାଚରେ ଦୁଲୁକୁଛି ଗାଁ ଦାଣ୍ଡ

ଆରଡ଼ି, ୧୮।୪ (ଡି.ଏନ.ଏ.):  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଓଳଗ ପଞ୍ଚାୟତ ବୋଡ଼କ ଗଁା ଚଇତି ପୁନେଇ ପର୍ବ ଲାଗି ଉତ୍ସବମୁଖର ହୋଇଛି। କରୋନା ଯୋଗୁ ଦୁଇବର୍ଷ ହେଲା ଏହି ପର୍ବ ଫିକା ପଡ଼ିଥିଲା। ଚଳିତବର୍ଷ କଟକଣା କୋହଳ ହେବାରୁ ପୁଣି ଏଠାରେ ଏହି ପର୍ବ ପାଳନ କରାଯାଉଛି। ଶନିବାରଠାରୁ ଆରମ୍ଭ ହୋଇଥିବା ଏହି ପର୍ବ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ରହିଛି। ଏହି ପର୍ବରେ କେବଳ କୈବର୍ତ୍ତ ଓ ନିଆରୀ ସମ୍ପ୍ରଦାୟ ନୁହେଁ ଏଠାରେ ବସବାସ କରୁଥିବା ଅନ୍ୟ ସମ୍ପ୍ରଦାୟ ବି ନିଜକୁ ସାମିଲ କରି ଭାଇଚାରାର ସମ୍ପର୍କ ବଜାୟ ରଖିଛନ୍ତି।
ଉତ୍ସବର ପ୍ରଥମ ଦିନରେ ନିଜ ବ୍ୟବହୃତ ଡଙ୍ଗା, ଜାଲ, ଢିଙ୍କି ଆଦି ମଣ୍ଡପରେ ପୂଜା ଉଦ୍ଦେଶ୍ୟରେ ରଖାଯାଇଥିଲା। ବିଶେଷ ଆକର୍ଷଣ ହେଲା ଘୋଡ଼ାନାଚ। ପରବ ସମୟରେ ଏକ କାଠଘୋଡ଼ାକୁ ସୁସଜ୍ଜିତ କରାଯାଇ ପୂଜା ମଣ୍ଡପରେ ରଖାଯାଇଛି। ସକାଳେ ଓ ସନ୍ଧ୍ୟାରେ ଏହାକୁ ନଚାଯାଉଥିବା ଦେଖିବାକୁ ମିଳିଛି। ଘୋଡ଼ାନାଚରେ ଗଁା ଦାଣ୍ଡ ଦୁଲୁକୁଛି। ପୁରୁଷ ପରୁୁଷ ଧରି ଏହି ପରମ୍ପରା ଗଁା ଐତିହ୍ୟ ଓ ପ୍ରଥାର ପ୍ରଚାର କରୁଛି। ଘୋଡ଼ାନାଚ ଦେଖିବା ପାଇଁ ସ୍ଥାନୀୟ ଗଁାରୁ ଶତାଧିକ ଦର୍ଶକଙ୍କ ଭିଡ଼ ଜମୁଛି। ଏହି ପର୍ବର ଅନ୍ୟ ଆକର୍ଷଣ ହେଲା ରାତିରେ ପାଲା ଆୟୋଜନ। ବିଭିନ୍ନ ସୁନାମଧନ୍ୟ ଗାୟକଙ୍କ କଣ୍ଠ ନିସୃତ ପାଲାଗୀତ ଶୁଣିବା ପାଇଁ ବୋଡ଼କ ଗଁାକୁ ଦର୍ଶକମାନଙ୍କ ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଭୁଜାଲିରେ ହାଣି ହତ୍ୟାକଲେ ବାପା

ଭଦ୍ରକ,୧ା୫: ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡ଼ିଆ ଗାଁରେ। ଘରେ ଖାଉଥିବା ସମୟରେ ସାମାନ୍ୟ...

ସମାଜ ଗଠନରେ ଶ୍ରମିକଙ୍କ ତ୍ୟାଗ ଅନୁଳନୀୟ

ଭଦ୍ରକ,୧।୫(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀମାନେ ବୁଧବାର ଶ୍ରମିକ ଦିବସ ପାଳନ କରିଛନ୍ତି l କର୍ମଚାରୀ ସଂଗଠନର ୪୧ତମ ଶ୍ରମିକ ଦିବସ ପାଳନ...

ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ହତ୍ୟା

ତିହିଡ଼ି,୧।୫ (ସଞ୍ଜିତ ବଳ):ଖାଇବା ପାଇଁ ବେଲା ନ ଦେବାରୁ ବୋହୂଙ୍କୁ ଏକ ଶାଢ଼ି ଦ୍ୱାରା ଶ୍ୱାସରୁଦ୍ଧ କରି ଶାଶୁ ଓ ଶ୍ୱଶୁର ହତ୍ୟା କରିଛନ୍ତି। ସୋମବାର...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

କାଦବରାଙ୍ଗରେ ରାଜନୈତିକ ହିଂସା

ଆଗରପଡ଼ା,୨୮ା୪(ସୁଶାନ୍ତ ଦାଶ)ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ରାତିରେ ଆଗରପଡ଼ା ଥାନା ଅଧୀନ କାଦବରାଙ୍ଗ ବଜାରରେ ରାଜନୈତିକ ହିଂସା ଘଟିଛି। ଏହି ବିବାଦରୁ ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri