ଅଧପନ୍ତରିଆ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ

କୁଜଙ୍ଗ,୧୮ା୪(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦ୍ଦିଆ ପୋତାନଇ ଉଚ୍ଚ ବିଦ୍ୟାଳୟର ପୁରାତନ ପ୍ରାଚୀର ଓ କିଛି ଶ୍ରେଣୀ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ମାତ୍ର ଏହାର ମରମତି ଓ ନବୀକରଣ ହେଉନାହିଁ। ସେହିପରି ଏଠାରେ ଖାଲିପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ ହେଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।
୧୯୬୪ରେ ପ୍ରତିଷ୍ଠା ହୋଇଥିବା ଏହି ପୁରାତନ ବିଦ୍ୟାଳୟଟି ପୂର୍ବରୁ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା। ଏ ନେଇ ଆଖପାଖ ଅଞ୍ଚଳର ବହୁ ଛାତ୍ରୀଛାତ୍ର ଏଠାରେ ପାଠପଢ଼ିବାକୁ ଭିଡ଼ ଜମାଉଥିଲେ। ଏବେ ଏହାର ପାରିପାର୍ଶ୍ୱିକ ଓ ଶିକ୍ଷା ବ୍ୟବସ୍ଥା ଦେଖି ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୬୧ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
୨୦୧୨ରେ ରାମସା ଅନୁଦାନରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୨୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ସମ୍ପୃକ୍ତ ଠିକାଦାର ଶ୍ରେଣୀ ଗୃହ କାମ ଆରମ୍ଭ କରିଥିଲା। ମାତ୍ର ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ନିର୍ମାଣ କରି ହଠାତ୍‌ କାର୍ଯ୍ୟ ବନ୍ଦ କରି ଚାଲିଯାଇଥିଲା। ସେବେଠାରୁ ଶ୍ରେଣୀ ଗୃହଗୁଡ଼ିକ ଅଧାପନ୍ତରିଆ ହୋଇ ରହିଛି। ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ କରିଯାଇଛି। ଏବେ ଏହି ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହ ଉପରେ ଲତାଗୁଳ୍ମ ମାଡିଗଲାଣି। ମାତ୍ର ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏହାଛଡ଼ା ବିଦ୍ୟାଳୟରେ ଦୀର୍ଘଦିନ ହେବ ୪ଟି ଶିକ୍ଷକ ପଦବୀ ଖାଲିପଡ଼ିଛି। ୨୦୧୬ରୁ କଳା ଶିକ୍ଷକ ପଦବୀ, ୨୦୨୦ ମାର୍ଚ୍ଚରୁ ହିନ୍ଦୀ ଶିକ୍ଷକ ପଦବୀ, ୨୦୨୧ ଅଗଷ୍ଟରୁ ଗଣିତ ଶିକ୍ଷକ ପଦବୀ ଓ ୨୦୨୦ ଏପ୍ରିଲରୁ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅନ୍ୟ ପକ୍ଷରେ ଦୀର୍ଘ ୬ବର୍ଷ ହେବ କାର୍ଯ୍ୟରତ କିରାଣିଙ୍କୁ କୁଜଙ୍ଗସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେଶନରେ ପଠାଇ ଦିଆଯାଇଛି। ଏନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୁରାତନ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରି ରୂପାନ୍ତରଣ ବିଦ୍ୟାଳୟରେ ଅନ୍ତର୍ଭୁୁକ୍ତ କରିବା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ବ୍ରଜକିଶୋର ମହାରାଜ, ବିଦ୍ୟାଳୟର ପୁରାତନ ଛାତ୍ରସଂଘ ସଭାପତି ମନମୋହନ ବିଶ୍ୱାଳ, ସମ୍ପାଦକ ସର୍ବେଶ୍ୱର ଜେନା ଏବଂ ଛାତ୍ର ଅଭିଭାବକ କଳ୍ପନା ଦାସ, ଅଜୟ କୁମାର ଦାସ, ବିଚିତ୍ରାନନ୍ଦ ଚୌଧୁରୀ ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ ଖାଲିପଡ଼ିଥିବା ପଦବୀ ପୂରଣ ହେବ। ସେହିପରି ଶ୍ରେଣୀଗୃହ ମରାମତି ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପୁରୁଷୋତ୍ତମପୁରରେ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ; କର୍ମୀମାନେ ଏକତ୍ରିତ ହୋଇ…

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସି ପକ୍ଷରୁ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏଥିରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର...

ଦିଗପହଣ୍ଡିରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ, ବାଇକ୍‌ ଶୋଭାଯାତ୍ରା ସହ…

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ବିଜେଡ଼ି ବ୍ଲକ ଓ ନଗର କମିଟି...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri