ବାହା ହେବେ କରିସ୍ମା!

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏପ୍ରିଲ ୧୪ରେ ଆଲିଆ କପୁର ବଂଶର ବୋହୂ ସାଜିଛନ୍ତି । ଯଦିଓ ଏହା ହାତଗଣତି ଅତିଥିଙ୍କ ମେଳରେ ସମ୍ପନ୍ନ ହୋଇଛି ତଥାପି ଏହି ବିବାହ ଖୁବ ଧୁମଧାମରେ ହୋଇଛି । ଏବେ ଆଲୋଚନା ହେଉଛିକି କପୁର ପରିବାରରେ ଖୁବଶୀଘ୍ର ଆଉ ଏକ ବିବାହ ହେବାକୁ ଯାଉଛି । ଏହା କାହାଣୀ ପରି ଲାଗୁଛି ନିଶ୍ଚୟ । କଥା ହେଲା କରିସ୍ମା କପୁର କୁଆଡେ ପୁଣି ବଧୂ ବେଶରେ ସଜେଇ ହେବେ । ତେବେ ମୂଳ ଘଟଣା ଶୁଣିଲେ ସାମାନ୍ୟ ଭୃକୁଞ୍ଚନ ହେବ ନିଶ୍ଚୟ । ଆଲିଆ-ରଣବୀର ପଞ୍ଜାବି ରିତିନୀତି ଅନୁଯାୟୀ ବିବାହ କଲେ । ଏହି ପଞ୍ଜାବି ନିୟମରେ କଲିରୋର ଏକ ରସମ ରହିଛି । ଯେଉଁଥିରେ ବୋହୂ ଜୁଡା ସହ କଲିରେ ପିନ୍ଧିଥାଆନ୍ତି । ଏହାପରେ ସେ ଲୋକଙ୍କ ଉପରେ ତାଙ୍କ କଲାୟିଆ ହଲାଇ ଥାଆନ୍ତି । ଏହି ସମୟରେ କଲିରେ ଯାହା ଉପରେ ପଡିଥାଏ ତାଙ୍କର ଖୁବଶୀଘ୍ର ବିବାହ ହୋଇଥାଏ ବୋଲି କୁହାଯାଏ । ତେବେ ଏଥର ଆଲିଆଙ୍କ କିଲୋରି କରିସ୍ମାଙ୍କ ଉପରେ ପଡିଥିଲା । ଏହାକୁ ଦେଖି ସମସ୍ତେ ଚିତ୍କାର କରିଥିଲେ କି ଏଥର କରିସ୍ମାଙ୍କ ଡୋଲି ଉଠିବ ଅର୍ଥାତ୍ ଖୁବଶୀଘ୍ର କରିସ୍ମାଙ୍କର ବିବାହ ହେବ । ସୂଚନାଯୋଗ୍ୟ, କରିସ୍ମା କପୁର ୨୦୦୩ରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ପରେ ସଞ୍ଜୟ ଓ ତାଙ୍କ ମା’ କରିସ୍ମାଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ କରିସ୍ମା ସଞ୍ଜୟଙ୍କଠାରୁ ପିଲାମାନଙ୍କୁ ଧରି ଚାଲିଆସିଥିଲେ । ଏବେ ତାଙ୍କର ଦୁଇ ପିଲା ସମାୟାରା କପୁର ଓ କିୟାନ ରାଜ କପୁର କରିସ୍ମାଙ୍କ ପାଖେ ରହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri