୫ ବର୍ଷ ମଧ୍ୟରେ ରେଳ ସେବା ପାଇବେ ମାଲକାନଗିରିବାସୀ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.):  ଆସନ୍ତା ୬ମାସ ମଧ୍ୟରେ ରେଳଲାଇନ ନେଇ ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ୫ବର୍ଷ ମଧ୍ୟରେ ମାଲକାନଗିରିବାସୀ ରେଳ ସେବା ପାଇବେ। ରେଳଲାଇନ କାର୍ଯ୍ୟର ସମୀକ୍ଷା ପାଇଁ ଶନିବାର ମାଲକାନଗିରି ଜିଲାକୁ ଗସ୍ତରେ ଆସିଥିବା ବିଶାଖାପାଟଣା ଡିଭିଜନାଲ ରେଲଓ୍ବେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ କୁମାର ଶତପଥୀ ଏହା ପ୍ରକାଶ କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ରାଜସ୍ବ ବିଭାଗ ପଦାଧିକାରୀଙ୍କ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ। ଏହି ଅବସରରେ ଶତପଥୀ ସୂଚନା ଦେଇ କହିଥିଲେ, ଜୟପୁରଠାରୁ ମାଲକାନଗିରି ୧୩୦ କିଲୋମିଟର ରେଳ ଲାଇନର ୨୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ୬ ମାସ ମଧ୍ୟରେ ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବାକୁ ଆଲୋଚନା ବେଳେ ସେ ଗୁରୁତ୍ୱାରୋପ କରିଥିଲେ। ଜମି ଅଧିଗ୍ରହଣ ଶେଷ ପରେ ଅଗ୍ରାଧିକାର ଭିତ୍ତିରେ ବଜେଟର ବରାଦ ଅର୍ଥ ଅନୁଯାୟୀ କାର୍ଯ୍ୟ ତ୍ୱରାନ୍ବିତ ହେବ ା ୫ ବର୍ଷ ମଧ୍ୟରେ ମାଲକାନଗିରିବାସୀଙ୍କ ପାଇଁ ରେଳସେବା ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲା ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଡିଆର୍‌ଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାଲକାନଗିରି ଜିଲାରେ ଅନେକ ପ୍ରସ୍ତାବିତ ଖଣି ଥିଲେ ମଧ୍ୟ ମାଲ ପରିବହନ ପାଇଁ ରେଳଲାଇନ ନ ଥିବାରୁ ଜିଲାର ବିକାଶ ହୋଇପାରୁନାହିଁ। ଭାରତ ସରକାରଙ୍କ ଆକାଂକ୍ଷା ଯୋଜନାରେ ମାଲକାନଗିରିର ବିକାଶ ପାଇଁ ରେଳଲାଇନର ଜରୁରୀ ଆବଶ୍ୟକତା ରହିଛି। ତୁରନ୍ତ ରେଳଲାଇନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଦୁର୍ଯ୍ୟୋଧନ ପାତ୍ର, ରାମ ପଟ୍ଟନାୟକ, ଦିଲୀପ ପରିଚ୍ଛା, ଦୁର୍ଗା ତ୍ରିପାଠୀ, ଲମ୍ବୋଦର ତୁରୁକ, ନୃସିଂହ ଚରଣ ମହାନ୍ତି, ପରେଶ ଚନ୍ଦ୍ର ମହାନ୍ତି, ଦେବବ୍ରତ ସାନା, ଜିତେନ୍ଦ୍ର ବେଉରିଆଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ସଦସ୍ୟ ଡିଆର୍‌ଏମ୍‌ଙ୍କୁ ଭେଟିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପ୍ରଧାନ କହିଛନ୍ତି, ଜିଲାରେ ରେଳଲାଇନ ନିମନ୍ତେ ୬ ମାସ ମଧ୍ୟରେ ଚୂଡାନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨(ଦୁର୍ଯ୍ୟୋଧନ ପାତ୍ର): ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri