ଆଉ ୩ ଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୧୪।୪: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରରେ ବେଆଇନ କାର୍ଯ୍ୟ କରିବା ଅଭିଯୋଗରେ ଜିଲାପାଳ ଡା.ବୃନ୍ଦା ଡି ଆଉ ୩ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ସେମାନେ ହେଲେ ତୁମୁଡିବନ୍ଧ ବ୍ଲକର ପ୍ରଧାନଶିକ୍ଷକ କାଳୁଚରଣ ମହାରଣା, ଚକାପାଦ ବ୍ଲକର ସହକାରୀ ଶିକ୍ଷକ ରଂଜିତ ମାଝୀ ଓ ଟିକାବାଲି ଏଏମ୍‌ସିଏସ୍‌ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସୁଶାନ୍ତ ଭୋଳ। ଏହାକୁ ମିଶାଇ ନିଲମ୍ବିତଙ୍କ ସଂଖ୍ୟା ୫ରେ ପହଞ୍ଚତ୍ଛି ା
ନିର୍ବାଚନ ବେଳେ ପ୍ରଧାନ ଶିକ୍ଷକ ମହାରଣା ଫୁଲବାଣୀ ବ୍ଲକ ଦୁଡୁକି ପଞ୍ଚାୟତ ୮ ନଂ ବୁଥ୍‌ରେ ପୋଲିଂ ଅଫିସର ଭାବେ ନିଯୁକ୍ତ ହୋଇଥିଲେ ା ବୁଥ୍‌ରେ ବାଲାଟ ପେପରକୁ ଉଦ୍ଦେଶ୍ୟ ମୂଳକ ଭାବେ ଭୁଲ ଢଙ୍ଗରେ ମୋଡିଥିବା ଅଭିଯୋଗ ହୋଇଥିଲା ା ସହକାରୀ ଶିକ୍ଷକ ମାଝୀଙ୍କୁ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ୧୦ ନଂ ବୁଥ୍‌ରେ ନିର୍ବାଚନ ପରଚାଳନା ଦାୟିତ୍ୱ ଦିଆଯାଇଥିଲା ା ସେ ବିନା କାରଣରେ ବାରମ୍ବାର ଭୋଟ ଦିଆ ଯାଉଥିବା ସ୍ଥାନକୁ ଯାଉଥିବା ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ସେହିପରି କ୍ରୀଡା ଶିକ୍ଷକ ଭୋଳ ଫିରିଙ୍ଗିଆ ବ୍ଲକ ପଲାବ୍ରୁଡି ପଞ୍ଚାୟତ ୧ ନଂ ବୁଥରେ ଦାୟିତ୍ୱରେ ଥିଲେ। ସେ ଏକ ନିର୍ଦ୍ଦିଷ୍ଟ ଦଳ ପାଇଁ ଭୋଟର ମାନଙ୍କୁ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇଥିଲା। ସମସ୍ତ ଅଭିଯୋଗର ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଥିଲା। ଜିଲାପାଳ ତଦନ୍ତ ରିପୋର୍ଟକୁ ଆଧାର କରି ଏହି ତିନି କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ସୁଚନାଯୋଗ୍ୟ, ଫୁଲବାଣୀ ବ୍ଲକ ମିଣିଆ ପଞ୍ଚାୟତର ବିଘାପଦର ୧୨ ନଂ ବୁଥ ଓ ମାସାପଦର ୧୩ ନଂ ବୁଥରେ ସରପଞ୍ଚ ପ୍ରାର୍ଥୀଙ୍କ ବାଲାଟ ପେପରକୁ ଉଦ୍ଦେଶ୍ୟ ମୂଳକ ଭାବେ ଭୁଲ ଢଙ୍ଗରେ ମୋଡିବା ଅଭିଯୋଗରେ ରାଇକିଆ ବ୍ଲକର ପ୍ରଧାନ ଶିକ୍ଷକ ରବୀନ୍ଦ୍ରନାଥ ପାତ୍ର ଓ କ.ନୂଆଗାଁ ବ୍ଲକର ସହକାରୀ ଶିକ୍ଷକ ନବ କିଶୋର ଓଝାଙ୍କୁ ପୂର୍ବରୁ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ବଡଦିନ ପାଇଁ ବ୍ୟାପକ ପ୍ରସ୍ତୁତି: ପୋଲିସର ଫ୍ଲାଗମାର୍ଚ୍ଚ

ରାଇକିଆ, ୨୪।୧୨(ପ୍ରଦୀପ ବେହେରା)- ଆଉ ଗୋଟିଏ ଦିନ ପରେ ବଡଦିନ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ଚର୍ଚ୍ଚରେ ଆକର୍ଷଣୀୟ ସାଜସଜ୍ଜା ସାଙ୍ଗକୁ ବ୍ୟାପକ...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା

ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ଦାରିଙ୍ଗବାଡି ଶୀତ ମହୋତ୍ସବ: ରାଜ୍ୟର ୪ ମୁଖିଆଙ୍କୁ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଜାନୁଆରୀରେ ହେବାକୁ ରହିଥିବା ଶୀତ ମହୋତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ଗୃହ ଏବଂ ନଗର...

ରାଇକଲା ଜଙ୍ଗଲରେ ୧୩ ଟିକିଆ ହାତୀପଲ: ଭୟରେ ଆତଙ୍କିତ ଗ୍ରାମବାସୀ

ଜି.ଉଦୟଗିରି,୨୩।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଲିଙ୍ଗାଗଡ଼ ବନାଞ୍ଚଳ ଅନ୍ତର୍ଗତ ରାଇକଲା ଜଙ୍ଗଲକୁ ୧୩ ଟିକିଆ ହାତୀପଲ ମଙ୍ଗଳବାର ଭୋର ସକାଳୁ ଆସିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri