Posted inଜାତୀୟ

ହେଟ୍‌ ସ୍ପିଚ୍‌ ମାମଲା, କୌଣସି ସମ୍ପ୍ରଦାୟ ବିରୋଧରେ ଦିଆଯାଇନି ମନ୍ତବ୍ୟ, ଏସ୍‌ସିରେ ଦିଲ୍ଲୀ ପୋଲିସ ପକ୍ଷରୁ ଜବାବ ଦାଖଲ…

ନୂଆଦିଲ୍ଲୀ, ୧୪।୪ : ଧର୍ମସଂସଦ ହେଟ୍‌ ସ୍ପିଚ୍‌ ମାମଲାରେ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିବା ପାଇଁ ସୁପ୍ରିମକୋର୍ଟ(ଏସ୍‌ସି)ରେ ଦିଲ୍ଲୀ ପୋଲିସ ଦାବି କରିଛି। ଏହି ପ୍ରସଙ୍ଗରେ ଜବାବ ଦେବାବେଳେ ପୋଲିସ ପକ୍ଷରୁ କୁହାଯାଇଛି ଯେ ଏନେଇ ପୋଲିସଙ୍କୁ କିମ୍ବା ଅନ୍ୟ କୌଣସି ଏଜେନ୍ସି ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଅଭିଯୋଗକାରୀ ସିଧା ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ତେଣୁ ତାଙ୍କୁ ଅଭିଯୋଗକାରୀ କିମ୍ବା ପୀଡ଼ିତ ଭାବେ ଗ୍ରହଣ କରାଯିବ ନାହିଁ। ଅଭିଯୋଗକାରୀ ଦର୍ଶାଇବାକୁ ଚାହିଁଛନ୍ତି ଯେ, ସୁପ୍ରିମକୋର୍ଟ ବ୍ୟତୀତ ଦେଶରେ ଅନ୍ୟ କୌଣସି ଅନୁଷ୍ଠାନ କାର୍ଯ୍ୟ କରୁ ନାହାନ୍ତି। ଏଭଳି ଚିନ୍ତା ଧାରା ଭୁଲ ଅଟେ। କୋର୍ଟ ଏଭଳି ମାମଲାକୁ ଉତ୍ସାହିତ କରିବା ଉଚିତ ନୁହେଁ।

ଦକ୍ଷିଣ ଦିଲ୍ଲୀର ଡିସିପି ଇଶା ପାଣ୍ଡେଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ଏହା ମଧ୍ୟ କୁହାଯାଇଛି ଯେ ଆବେଦନକାରୀ କୁର୍ବାନ ଅଲୀଙ୍କ ଆବେଦନ ଦୁଇଟି କାର୍ଯ୍ୟକ୍ରମକୁ ନେଇ କରାଯାଇଛି। ଗୋଟିଏ କାର୍ଯ୍ୟକ୍ରମ ୧୭ ଡିସେମ୍ବରରେ ହରିଦ୍ୱାରରେ ଏବଂ ଅନ୍ୟଟି ୧୯ ଡିସେମ୍ବରରେ ଦିଲ୍ଲୀର ଗୋବିନ୍ଦପୁରୀରେ ହୋଇଥିଲା। ଡିସେମ୍ବର ୧୭ ର କାର୍ଯ୍ୟକ୍ରମ ଅନ୍ୟ ରାଜ୍ୟରୁ ଆସିଛି ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ତେଣୁ, ତାଙ୍କ ପରିସର ଅଧୀନରେ ଏହା ଆସୁ ନାହିଁ।

କିନ୍ତୁ ଡିସେମ୍ବର ୧୯ରେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଜଣାପଡ଼ିଛି ଯେ ଆବେଦନରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ସତ୍ୟ ନୁହେଁ। ଡିସେମ୍ବର ୧୯ ରେ ହିନ୍ଦୁ ଯୁବ ବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ବିଷୟରେ ତାଙ୍କୁ ଡକ୍ଟର ଏସ.କ୍ୟୁ.ଆର. ଇଲିୟାସଙ୍କ ସମେତ ଅନ୍ୟ ଲୋକଙ୍କଠାରୁ ଅଭିଯୋଗ ମିଳିଥିଲା। ଏହି ଅଭିଯୋଗ ସୁଦର୍ଶନ ଟିଭିର ସୁରେଶ ଚହ୍ବାଣକେଙ୍କ ବିରୋଧରେ ଥିଲା। ପୋଲିସ ପୁରା ଭିଡିଓ ଯାଞ୍ଚ କରିଛି। ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସ୍ବାର୍ଥ ବିଷୟରେ କଥାବାର୍ତ୍ତା କରିବା ପାଇଁ କାର୍ଯ୍ୟକ୍ରମ କରନ୍ତି, ତେବେ ଆଇନଗତ ଭାବରେ ଏଥିରେ କିଛି ଭୁଲ ନାହିଁ।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନ କେବଳ ଆଶଙ୍କା ଉପରେ ଆଧାରିତ ଯେ ମୁସଲମାନମାନଙ୍କ ଲାଗି ବିପଦପୂର୍ଣ୍ଣ ହୋଇପାରେ। କିନ୍ତୁ ଭାଷଣକୁ ଅତି ନିକଟରୁ ଅନୁଧ୍ୟାନ କରିବା ପରେ ଏହା ଦେଖାଯାଉ ନାହିଁ ଯେ କାହା ପାଇଁ କୌଣସି ପ୍ରତ୍ୟକ୍ଷ ବିପଦ ଅଛି। ସେଠାରେ କୁହାଯାଇଥିବା ମନ୍ତବ୍ୟଗୁଡ଼ିକ ହେଟ୍‌ ସ୍ପିଚ୍‌ ଅଧୀନରେ ଆସୁ ନାହିଁ। ଗଣତନ୍ତ୍ରରେ ଆଇନର ସୀମା ମଧ୍ୟରେ ସମସ୍ତେ ନିଜର ମତ ରଖିପାରିବେ। ଆବେଦନକାରୀ ବିଭିନ୍ନ ତଥ୍ୟ ଯୋଡ଼ି ସତ୍ୟହୀନ ଆବେଦନ କରିଛନ୍ତି। ତେଣୁ ଆବେଦନକୁ ଖାରଜ କରାଯିବା ସହିତ ଆବେଦନକାରୀଙ୍କ ଠାରୁ କ୍ଷତିପୂରଣ ଭାବେ ଜରିମାନା ଆଦାୟ କରିବା ଆବଶ୍ୟକ।

ଏପ୍ରିଲ ୨୨ ରେ ଏହି ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ପୋଲିସକୁ ମଧ୍ୟ ହରିଦ୍ୱାରରେ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଜାନୁଆରୀରେ କୋର୍ଟଙ୍କ ଦ୍ୱାରା ନୋଟିସ ଜାରି କରାଯିବା ପରେ ଉତ୍ତରାଖଣ୍ଡ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୟତି ନରସିଂହାନନ୍ଦଙ୍କ ସମେତ କିଛି ଲୋକଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସେକ୍ସ ସ୍କାଣ୍ଡାଲରେ ଏଚ୍‌.ଡି ରେଭନ୍ନା ଗିରଫ

ବେଙ୍ଗାଲୁରୁ,୪ା୫: କର୍ନାଟକ ଯୌନ ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ ବିଧାୟକ ଏଚ୍‌.ଡି. ରେଭନ୍ନାଙ୍କୁ ଏସ୍‌ଆଇଟି ଶନିବାର ଗିରଫ କରିଛି। ରେଭନ୍ନାଙ୍କ ଘରେ କାମ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌, ନିର୍ଦ୍ଦେଶ ଜାରି କଲେ ଜିଲାପାଳ

ପୁରୀ,୪ା୫: ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଛି। ଚିକିଲିରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି।...

‘ମୋଦି ନିଜେ ରାଜା, ହେଲେ ମୋ’ ଭାଇକୁ ରାଜକୁମାର କହୁଛନ୍ତି’

ଗାନ୍ଧିନଗର,୪।୫: ମୋଦି ନିଜେ ରାଜା, ହେଲେ ମୋ’ ଭାଇଙ୍କୁ ରାଜକୁମାର କୁହନ୍ତି। କିଛି ଏଭଳି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତ୍ରୀ...

ବାୟୁସେନା ଯବାନଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩ ଆହତ

ନୂଆଦିଲ୍ଲୀ,୪ା୫: ଶନିବାର ଜମ୍ମୁ କଶ୍ମୀରର ପୁଞ୍ଚ ଜିଲା ସୁରାନକୋଟ ଅଞ୍ଚଳରେ ଆତଙ୍କବାଦୀମାନେ ବାୟୁସେନା କର୍ମଚାରୀ ଯାଉଥିବା ଦୁଇଟି ଗାଡିରେ ଆକ୍ରମଣ କରିଛନ୍ତି। ଯେଉଁଥିରେ ଭାରତୀୟ ବାୟୁସେନାର...

ପଦ୍ମ ଧରିଲେ ଅରବିନ୍ଦର ସିଂହ ଲଭଲୀ

ନୂଆଦିଲ୍ଲୀ,୪।୫: ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲଭଲୀ। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟକୁ ଯାଇ ସେ ବିଧିବଦ୍ଧ ଭାବେ ଭାଜପାରେ...

ଗାଡ଼ି ଉପରେ ଚଢି ନାଚିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ଦଳ ମଧ୍ୟପ୍ରଦେଶରେ ପ୍ରଚାର କରିବାରେ ବ୍ୟସ୍ତ ଅଛନ୍ତି। ଜନସାଧାରଣଙ୍କୁ ନିଜ ଆଡକୁ...

ଭାଜପା ନେତାଙ୍କ ରାଲିରେ ଫୁଟିଲା ଗୁଳି, ଭିଡିଓ ଭାଇରାଲ, ଯାଞ୍ଚ ପରେ ଜଣାପଡିଲା ସତ୍ୟତା

ଗୋଣ୍ଡା,୪।୫: ବହୁ ଚର୍ଚ୍ଚିତ କେସରଗଞ୍ଜ ସଂସଦୀୟ ଆସନରୁ ଭାଜପା ପ୍ରାର୍ଥୀ କରଣ ଭୂଷଣ ସିଂଙ୍କ ରାଲିରେ ବାଣ ଫୁଟିବାର ଏକ ଭିଡିଓ ସାମ୍ନାକୁ ଆସିଛି। କରଣଭୂଷଣ...

ଅରବିନ୍ଦ କେଜରିଓ୍ବାଲ ବାରାଣାସୀରୁ ଲଢନ୍ତୁ ଲୋକ ସଭା ନିର୍ବାଚନ: ଏସପି ନେତାଙ୍କ ଦାବି

ନୂଆଦିଲ୍ଲୀ,୪।୫: ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ନେତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପରାମର୍ଶ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri