Posted inଖେଳ

ଆର୍‌ସିବିକୁ ଜିତାଇ ଦେଇଥାନ୍ତେ କାର୍ତ୍ତିକ! କ୍ୟାଚ୍‌ ଧରି ଏଭଳି ସେଲିବ୍ରେଶନ କରିଥିଲେ ଜାଡେଜା

ମୁମ୍ବାଇ,୧୩।୪: ଚଳିତ ଆଇପିଏଲ୍‌ରେ ଟ୍ରାକ୍‌କୁ ଫେରିଛି ଚେନ୍ନାଇ ସୁପର କିଙ୍ଗ୍ସ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଦଳ ସିଜନର ପ୍ରଥମ ବିଜୟ ନିଜ ନାମରେ କରିଛି। ପ୍ରଥମେ ଉଲ୍ଲେଖନୀୟ ବ୍ୟାଟିଂ କରି ବଡ଼ ସ୍କୋର ଛିଡ଼ା କରିଥିଲା ସିଏସ୍‌କେ। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୩ ରନ୍‌ ସ୍କୋର କରିପାରିଥିଲା।

ସିଏସ୍‌କେ ସହ ଆର୍‌ସିବିର ଏହି ମ୍ୟାଚ୍‌ଟି ଅନେକ ଦୃଷ୍ଟିରୁ ବେଶ ରୋମାଞ୍ଚକର ଥିଲା। ଏକ ସମୟରେ ଆର୍‌ସିବି ଗୋଟିଏ ପରେ ଗୋଟିଏ ଉଇକେଟ ହରାଉଥିବା ବେଳେ ଦୀନେଶ କାର୍ତ୍ତିକ ଆକ୍ରମକ ବ୍ୟାଟିଂ କରିଥିଲେ। ସେତେବେଳେ ଆର୍‌ସିବିକୁ ୩୬ ବଲ୍‌ରେ ୮୬ ରନ୍‌ର ଆବଶ୍ୟକତା ରହିଥିଲା। କାର୍ତ୍ତିକ ୩ ବଲ୍‌ରେ ୬ ରନ୍‌ କରି ଖେଳୁଥିଲେ। ହେଲେ ଚାପରେ ଥାଇ ବି ସେ ଏଭଳି ବ୍ୟାଟିଂ କରିଥିଲେ ଯେ ଆର୍‌ସିବି ସହଜ ବିଜୟ ହାସଲ କରିବା ଭଳି ମନେ ହୋଇଥିଲା।

ଦ୍ରୁତ ବୋଲର୍‌ ମୁକେଶ ଚୌଧୁରୀଙ୍କ ଓଭରରେ ଦୁଇ ଛକା ଏବଂ ଗୋଟିଏ ଚୌକା ମାରି ୨୩ ରନ୍‌ କରିଥିଲେ କାର୍ତ୍ତିକ। ହେଲେ ପରବର୍ତ୍ତି ଓଭରରେ ରବିନ୍ଦ୍ର ଜାଡେଜା ଏକ ଜବରଦସ୍ତ କ୍ୟାଚ୍‌ ଧରିଥିଲେ। ବ୍ରାଭୋଙ୍କ ଓଭରର ଦ୍ୱିତୀୟ ବଲ୍‌ରେ କାର୍ତ୍ତିକଙ୍କ ଉଇକେଟ ଯାଇଥିଲା। ବାଉଣ୍ଡ୍ରି ନିକଟରେ ଜାଡେଜା ତାଙ୍କର କ୍ୟାଚ୍‌କୁ ଧରି ନେଇ ସେଲିବ୍ରେଶନ କରିଥିଲେ। ସେ ପଡ଼ିଆରେ କିଛି କ୍ଷଣ ଶୋଇଯାଇଥିଲେ। ଏହାର ଭିଡିଓ ଏବେ ବେଶ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri