Odisha Elections 2024

ଆଧୁନିକ ଚାକଚକ୍ୟରେ ବଞ୍ଚିରହିଛି ରାମଲୀଳା

କେନ୍ଦ୍ରାପଡ଼ା ଅଫିସ, ୧୨ା୪:ଲୋକସଂସ୍କୃତି ଓ ପରମ୍ପରା ବଞ୍ଚିରହିଲେ ସମାଜ ସଂସ୍କାରିତ ହେବ। ଏହା ନ ରହିଲେ ଲୋକେ ପଥଚ୍ୟୁତ ହେବେ, ଯାହା ଆଧୁନିକ ସମାଜ ପାଇଁ ଦରକାର। ଆଧୁନିକ ସମାଜର ଚାକଚକ୍ୟ ଭିତରେ ଲୋକକଳା ରାମଲୀଳା ଏବେ ବି ବଞ୍ଚତ୍ରହିଛି କେନ୍ଦ୍ରାପଡ଼ା ଜିଲାରେ। ଦୀର୍ଘ ଦୁଇବର୍ଷ ଧରି କରୋନା ସଂକ୍ରମଣ ପାଇଁ ବନ୍ଦ ରହିଥିବା ସଂସ୍କୃତିର ମହାକୁମ୍ଭ ରାମଲୀଳା ଲୋକନାଟ ଜିଲାରେ ରବିବାରଠାରୁ ଆରମ୍ଭ ହୋଇଛି। ଏହି ଲୋକନାଟ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ସହର ଓ ଗ୍ରାମାଞ୍ଚଳରେ ଅନୁଷ୍ଠିତ ହେବ। ଏଥିରେ ଶ୍ରୀରାମଚନ୍ଦ୍ରଙ୍କ ପିତୃଭକ୍ତି, ରାଜ୍ୟ ଶାସନ, ଭ୍ରାତୃପ୍ରେମ ପ୍ରଦର୍ଶିତ ହେବ। ସମ୍ପ୍ରତି ବିଭିନ୍ନ ପର୍ବପର୍ବାଣି, ଉତ୍ସବରେ ରେକର୍ଡ ଡ୍ୟାନ୍ସ ଓ ଅନ୍ୟ ଅତ୍ୟାଧୁନିକ କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ଏହି ଲୋକନାଟ ଅଦ୍ୟାବଧି କେନ୍ଦ୍ରାପଡ଼ା ଜିଲାରେ ନିଜସ୍ବ ସାଂସ୍କୃତିକ ବିଭବ ହୋଇ ରହିଛି। ଏହି ଲୋକନାଟ ସମ୍ପର୍କରେ ଓଡ଼ିଶାର ଦେବଦେବୀ ପୁସ୍ତକରେ ଲେଖକ ନରହରି ଉପାଧ୍ୟାୟ ଲେଖିଛନ୍ତି, ଆଳି ଝୁଲଣ, ଓଳକଣା ମେଳଣ, କେନ୍ଦ୍ରାପଡ଼ା ରାମଲୀଳା ଓ ପୁରୀର ଚନ୍ଦନ ଯାତ ସର୍ବବିଦିତ।
ପରମ୍ପରା ଅନୁଯାୟୀ, ଶ୍ରୀବଳଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ରାମନବମୀଠାରୁ ରାମଲୀଳା ଆରମ୍ଭ ହୋଇଛି। ଏଥିସହ ସହରର କାକଟ ମଙ୍ଗଳା, ତିନିମୁହାଣୀସ୍ଥିତ ରାମମନ୍ଦିର ସହ ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଲୋକନାଟ ଆରମ୍ଭ ହୋଇଛି। ଗବେଷକ ଡ. ସର୍ବେଶ୍ୱର ସେଣ କୁହନ୍ତି, ଗୋଟିଏ କ୍ଷୁଦ୍ର ଅଞ୍ଚଳଭିତ୍ତିକ ଲୋକସଂସ୍କୃତି ବା କଳାର ସ୍ବତନ୍ତ୍ରତା ସହଜରେ ବାହାରେ ଦୃଷ୍ଟିଗୋଚର ହୁଏନାହିଁ। ନିଜର ସ୍ବତନ୍ତ୍ରତା ସୀମା ସରହଦ ଡେଇଁଲେ ଏହାର ପ୍ରଭାବ ଅନୁଭୂତ ହୁଏ। ଏହି ଜିଲାର ଭୂମିପୁତ୍ର ବୈଶ ସଦାଶିବ ଏହି ଲୋକନାଟ ଆରମ୍ଭ କରି ନିଜ ପ୍ରତିଭାକୁ ରାଜ୍ୟସାରା ବିଛାଡିଛନ୍ତି। ଏହା ଏବେ ଦେଶ ବିଦେଶରେ ମଧ୍ୟ ପହଞ୍ଚତ୍ ସାରିଛି। ପ୍ରାବନ୍ଧିକ ଡ. ବିରଜା ରାଉତରାୟ କହିଛନ୍ତି, ସମୟ ସ୍ରୋତରେ ସବୁ ପାରମ୍ପରିକ କଳା ଏବେ ବିଲୁପ୍ତି ପଥରେ ଅଛି। ଶିଳ୍ପ ଓ ନଗର ସଭ୍ୟତାର ଅଭ୍ୟୁଦୟ ଆମ ଗ୍ରାମୀଣ ଜୀବନବୋଧକୁ ପର୍ଯ୍ୟାପ୍ତ ଭାବେ ପ୍ରଭାବିତ କରିଛି। ଲୋକ ସଂସ୍କୃତି ଲୋପ ହେବା ଆମ ପାଇଁ ଶୁଭ ଲକ୍ଷଣ ନୁହେଁ। ଶିକ୍ଷାବିତ୍‌ ଅଜୟ କୁମାର ରାଉତ କୁହନ୍ତି, ଏହା କେନ୍ଦ୍ରାପଡ଼ାର ନିଜସ୍ବ ଲୋକସଂସ୍କୃତି, ଯାହା ଆଜି ଦେଶ ବିଦେଶରେ ଆଦୃତି ଲାଭ କରିଛି। ଏକଦା ରାମଲୀଳା ମଞ୍ଚସ୍ଥ କରି କାକଟ ରାମଲୀଳା ସଂସଦ ସମଗ୍ର ଜିଲାରେ ଆଲୋଡ଼ନ ଖେଳାଇଥିଲା ବୋଲି ଶିକ୍ଷାବିତ୍‌ ରାଉତ ପ୍ରକାଶ କରିଛନ୍ତି। ସହରର ସାନ୍ତସାହିସ୍ଥିତ ରାମଲୀଳା ଲୋକନାଟରେ ସୀତାଙ୍କ ଅଭିନୟ କରିଥିବା ସାମାଜିକ କର୍ମୀ ଅମରବର ବିଶ୍ୱାଳ କୁହନ୍ତି, ରାମଲୀଳା ଅଭିନୟରେ ପୁରୁଷମାନେ ଅଭିନୟ କରିଥାନ୍ତି। ଦେହରେ ପ୍ରାକୃତିକ ରଙ୍ଗ ବୋଳି କାଠଖଣ୍ଡାରେ ହେଉଥିବା ରାମଲୀଳାର ପରିବର୍ତ୍ତନ ହୋଇଛି। ଲଣ୍ଠନ, ଝାଡ଼ଲାଇଟ, ପେଟ୍ରୋମାକ୍ସ ବଦଳରେ ରଙ୍ଗବେରଙ୍ଗ ଆଖିଝଲସା ପେଣ୍ଡାଲ ଏବେ ପ୍ରସ୍ତୁତ ହେଉଛି। ପୁରୁଷ ବଦଳରେ ମହିଳା ଏବେ ନାରୀ ଚରିତ୍ରରେ ଅବତୀର୍ଣ୍ଣ ହେଉଛନ୍ତି। ଏହାସତ୍ତ୍ୱେ ରାମଲୀଳା ଦେଖିବାକୁ ବହୁ ଦୂରଦୂରାନ୍ତରୁ ଆସି ଚଟ, ଅଖାରେ ବସି ଆଧ୍ୟାତ୍ମିକ ରସ ଆସ୍ବାଦନ କରୁଥିବା ଦର୍ଶକଙ୍କ ସଂଖ୍ୟା କମିଛି। ରାମଲୀଳାରେ କାକଟ ଗଁାର ସ୍ବର୍ଗତ ନୃସିଂହ ଚରଣ ସାହୁ (ଚଣ୍ଡିଆ)ଙ୍କ ୩ ପୁରୁଷ ଧରି ଅଭିନୟକୁ ଆଜି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ସ୍ମୃତିଚାରଣ କରାଯାଉଛି। ଜିଲା ସଂସ୍କୃତି ଅଧିକାରୀ ସୋନାଲି ବେହେରାଙ୍କୁ ପଚାରିବାରେ ଜିଲାରେ ଥିବା ଲୋକକଳାର ସଂରକ୍ଷଣ ଜରୁରୀ। କଳା ଓ କଳାକାରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋର୍ଦ୍ଧା ଜିଲାରେ ନିର୍ବାଚନ ପ୍ରସ୍ତୁତି: ଭୁବନେଶ୍ୱର ମଧ୍ୟରେ ବୁଥ୍‌ ପରିଚାଳନା କରିବେ ମହିଳା

ଖୋର୍ଦ୍ଧା(ପ୍ରଭାତ ପାଣିଗ୍ରାହୀ),୨୧।୫ : ରାଜ୍ୟରେ ୩ୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲାର ସମସ୍ତ ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୫ ତାରିଖରେ ମତଦାନ ହେବ ।...

୨୩ରେ ଧାମନଗର ଆସିବେ ଜେପି ନଡ୍ଡା

ଧାମନଗର,୨୧।୫ (ସନ୍ତୋଷ କୁମାର ମହାପାତ୍ର): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୩ ତାରିଖରେ ଭଦ୍ରକ ଜିଲା ଧାମନଗର ଆସିବେ। ଏହି ବିଧାନସଭା ଆସନ...

ପୋଖରୀରେ ବୁଡ଼ି ଚାଲିଗଲା ୨ ସମ୍ପର୍କୀୟ ଭଉଣୀଙ୍କ ଜୀବନ

ବିଞ୍ଝାରପୁର,୨୧ା୫(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅଧୀନ କପିଳା ପଞ୍ଚାୟତ ରଁାସ-ଗୁହାଳି ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଗାଁ ପୋଖରୀରେ...

କେନ୍ଦୁଝରରେ ଅମିତ ଶାହା ଦେଲେ ବଡ଼ ବୟାନ 

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର କେନ୍ଦୁଝର ଜିଲା ଗସ୍ତରେ ଆସି ଭାଜପା ଲୋକ ସଭା ପ୍ରାର୍ଥୀ ଅନନ୍ତ ନାୟକ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି...

କାଜୁର ଅମଳ ବେଳକୁ ଅଭାବୀ ବିକ୍ରି: ଚିନ୍ତାରେ ଚାଷୀ

ଭବାନୀପାଟଣା,୨୧ା୫ (ଉତ୍ତମ କୁମାର ଦାଶ)- କାଳବୈଶାଖୀ ପ୍ରଭାବରେ ଝଡ଼ିଗଲା କାଜୁ ବଉଳ। ଆଉ ଯାହା କିଛି ରହିଥିଲା ଅମଳ ବେଳକୁ ଏବେ ଅଭାବୀ ବିକ୍ରି ଚାଷୀକୁ...

ଓଡ଼ିଶାରେ ପ୍ରଥମ ଥର ପାଇଁ ଶାହା କହିଦେଲେ ଏମିତି କଥା, ବିରୋଧୀ ଛାନିଆ

ନୟାଗଡ,୨୧।୫: ସମ୍ବଲପୁରରେ ପ୍ରଚାର ପରେ ଢେଙ୍କାନାଳ ପରଜଙ୍ଗରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। । ବିରାଟ ଜନସଭାକୁ ସମ୍ବୋଧିତ କରି ସେ ପୁଣି ବିଜେଡି ଉପରେ...

ବିଧାୟକ, ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ

ପାଟଣା,୨୧।୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ସାହାରପଡ଼ା ବ୍ଲକ ମୁଖ୍ୟାଳୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିୟାନ ପାଟଣା ବିଜେଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri