ଜିଆଇ ଟ୍ୟାଗ୍‌ ଅପେକ୍ଷାରେ କାଇଁଚ ଶିଳ୍ପ

କେନ୍ଦ୍ରାପଡ଼ା ଅଫିସ, ୧୦।୪: କେନ୍ଦ୍ରାପଡ଼ା ଜିଲାର କାଇଁଚ ହସ୍ତଶିଳ୍ପ ଜିଆଇ (ଜୋଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ହେବାକୁ ଯାଉଛି। ଏନେଇ ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟ ସହିତ ଯୋଗାଯୋଗ ହେଉଛି। କାଇଁଚ ଶିିଳ୍ପର ସମସ୍ତ ତଥ୍ୟ ସଂଗ୍ରହ ହେଉଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗତ ଗୁରୁବାର ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ପ୍ରକାଶ କରିଛନ୍ତି। ଏଥିସହିତ ହସ୍ତଶିଳ୍ପ ବିଭାଗ ସଚିବ ଶୋଭା ଶର୍ମା ଦର୍ଶାଇଛନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି କଳାକୃତିରେ ୩୧୨୮ ଜଣ ମହିଳା ସାମିଲ ହୋଇଥିବା ବେଳେ ୧୪୭୯ ଜଣଙ୍କୁ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯାଇଛି ା ଆସନ୍ତା ଅକ୍ଟୋବର ସୁଦ୍ଧା ସ୍କିଲ୍‌ ଆକ୍ୟୁଜିଶନ ଆଣ୍ଡ ନଲେଜ ଆୱାରନେସ ଫର ଲାଇଭଲିହୁଡ ପ୍ରପୋଶନ (ସଙ୍କଳ୍ପ) ମାଧ୍ୟମରେ ଅନ୍ୟ ୫୧୪ ମହିଳା ତାଲିମ ପ୍ରାପ୍ତ ହେବେ। ଏହି ମହିଳାଙ୍କ ହସ୍ତଶିଳ୍ପ ଏବେ ଅନ୍‌ଲାଇନ ମାଧ୍ୟମରେ ଦେଶବିଦେଶର ବହୁ ଗ୍ରାହକଙ୍କ ଆକର୍ଷଣ ସାଜିଥିବାରୁ ଏହାକୁ ରାଜ୍ୟ ସରକାର ଜିଆଇ ଟ୍ୟାଗ୍‌ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ବ୍ଲକ ତରାଣ୍ଡୋ ଗ୍ରାମର ପ୍ରଭାତି ତ୍ରିପାଠୀ କୁହନ୍ତି, କେନ୍ଦ୍ରାପଡ଼ା ଜିଲାର ଏହି ଅନନ୍ୟ କୃତିକୁ ସ୍ବୀକୃତି ମିଳିବାକୁ ଯାଉଥିବାରୁ ବହୁତ ଖୁସି ଲାଗୁଛି। ସେ କୁହନ୍ତି, ବିଲବାଡ଼ିରେ ନଷ୍ଟ ହେଉଥିବା ସୁନେଲି କାଇଁଚ ଏବେ ପ୍ରକୃତ ସୁନା ଭାବେ ଗଣନା ହେଉଛି। କାଇଁଚ ଦ୍ୱାରା ପ୍ରସ୍ତୁତ ପାଛିଆ, ଟୋପି, ହ୍ୟାଣ୍ଡ ବ୍ୟାଗ୍‌ଠାରୁ ଆରମ୍ଭ କରି କାନର ଝୁମୁକା, ରାଖୀ ଆଦି ଦେଶ ବିଦେଶରେ ଆକର୍ଷଣ ସାଜିଛି। ଗତ କରୋନା ସମୟରେ ମହିଳା ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ପ୍ରାୟ ୫ ହଜାର ରାଖୀ ବିକ୍ରି ହୋଇଥିବା ବେଳେ ଆମେରିକା ଓ କୁଏଟ୍‌ ପରି ଦେଶକୁ ଅନ୍‌ଲାଇନ ବିକ୍ରି ମାଧ୍ୟମରେ ଯାଇଛି। ଜଜାଙ୍ଗର ବିଜୟଲକ୍ଷ୍ମୀ ସ୍ବାଇଁ କହିଛନ୍ତି, କାଇଁଚ ସାମଗ୍ରୀ ଖୁବ୍‌ ଆକର୍ଷଣୀୟ। ଘରକରଣାଠାରୁ ସୌଖୀନ ସାମଗ୍ରୀ ଏଠାରେ ପ୍ରସ୍ତୁତ ହେଉଛି। ତେବେ କାଇଁଚ ସଂଗ୍ରହଠାରୁ ସାମଗ୍ରୀ ପ୍ରସ୍ତୁତି ମଧ୍ୟରେ ହସ୍ତଶିଳ୍ପୀଙ୍କୁ ବହୁ ପରିଶ୍ରମ କରିବାକୁ ପଡ଼େ ା ବର୍ଷାଦିନେ ବିଲ, ଗଡ଼ିଆ, ପଡ଼ିଆ ଆଦି ସ୍ଥାନରେ ୫ରୁ ୬ ଫୁଟ ଲମ୍ବର ଏହି କାଇଁଚକୁ ସଂଗ୍ରହ କରିବାକୁ ହୁଏ। ଏହି ସମୟରେ ଗଛର ରଙ୍ଗ ସବୁଜ ଥିବା ବେଳେ ଶୁଖିଗଲେ ସୁନେଲି ରଙ୍ଗ ଆସେ। ସଂଗୃହୀତ କାଇଁଚରୁ ସାମଗ୍ରୀ ପ୍ରସ୍ତୁତି ପାଇଁ ଉପଯୁକ୍ତ କାଇଁଚକୁ ବଛାଯାଏ। ସମୟ ସାପେକ୍ଷ ହେଲେ ମଧ୍ୟ କାଇଁଚ ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହିତ ସ୍ବତନ୍ତ୍ର ପରିଚୟ ଦେଇଥାଏ ବୋଲି ସ୍ବାଇଁ କହିଛନ୍ତି।
ଗବେଷକ ଡ. ସର୍ବେଶ୍ୱର ସେଣ କହିଛନ୍ତି, କାଇଁଚ ଶିଳ୍ପରେ ସିଦ୍ଧହସ୍ତ ମହିଳାଙ୍କ ପାଇଁ ଏହି ଜିଲାକୁ ସ୍ବତନ୍ତ୍ର ମାନ୍ୟତା ମିଳିବାକୁ ଯାଉଛି। ଯାହା ଜିଲାବାସୀ ଭାବେ ଖୁସିର ଖବର। ଜିଲାରେ କାଇଁଚ ପରି ରସାବଳୀ, ପୋଟଳି ପିଠାର ଜିଆଇ ଟ୍ୟାଗ୍‌ ହେବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଏହି ଉଦ୍ୟମକୁ ସ୍ବାଗତ କରୁଥିବା ସେ ମତ ଦେଇଛନ୍ତି। ହସ୍ତଶିଳ୍ପ ବିଭାଗ ସହ ନିର୍ଦ୍ଦେଶକ ଅଜିତ୍‌ ପ୍ରସାଦ ଭୋଇ କହିଛନ୍ତି, ରାଜ୍ୟରେ ସଙ୍କଳ୍ପ ଯୋଜନା ଗତ ୨୦୨୦ ନଭେମ୍ବରରୁ ଆରମ୍ଭ ହୋଇଛି। ଏହି ଯୋଜନାରେ କେନ୍ଦ୍ରାପଡ଼ା ଜିଲାର ୩୫ଟି ଗ୍ରାମର ମହିଳାଙ୍କୁ କାଇଁଚ ଶିଳ୍ପ ତାଲିମ ପାଇଁ ପ୍ରୋତ୍ସାହିତ କରିଛୁ। ପ୍ରାୟ ସାଢ଼େ ବାର କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ସଂକଳ୍ପ ଯୋଜନା ଏବେ ପ୍ରତି ମହିଳାଙ୍କୁ ମାସିକ ଅନୂ୍ୟନ ୫ ହଜାର ଟଙ୍କା ରୋଜଗାର ଦେଉଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri