ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁସନ୍ଧାନ ବେଳେ ମହୁ ପାଇଁ ଜଙ୍ଗଲରେ ନିଆଁ ଲାଗୁଛି ବୋଲି ଜଣାପଡିଛି। ବେପାରୀମାନେ ମହୁ ସଂଗ୍ରହ ପାଇଁ ନିଆଁହୁଳା ବ୍ୟବହାର କରୁଛନ୍ତି। ମହୁ ସଂଗ୍ରହ ପରେ ଜଙ୍ଗଲରେ ଉକ୍ତ ନିଆଁ ହୁଳାର ଅବଶେଷକୁ ଛାଡି ପଳାଇ ଆସୁଛନ୍ତି। ଜଙ୍ଗଲରେ ପବନ ବୋହିବା ପରେ ଉକ୍ତ ଅବଶେଷ କୁହୁଳି ନିଆଁ ଜଙ୍ଗଲରେ ଲାଗୁଛି। ଜଙ୍ଗଲରୁ ଝୋଟ ଅଖା, ଦିଆସିଲି ଆଦି ଦେଖିବାକୁ ମିଳୁଛି। ମହୁ ବେପାରୀଙ୍କ ଆଖି ଏବେ ଭିତରକନିକା ଜଙ୍ଗଲ ଉପରେ ପଡିଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଅଶୋକ କୁମାର ସ୍ବାଇଁ, ପ୍ରଭୁପ୍ରସାଦ ମହାପାତ୍ର, ସେକ୍‌ ଚାନ୍ଦ ପ୍ରମୁଖ କହିଛନ୍ତି, ୬୭୨ ବର୍ଗ କି.ମି. ଅଞ୍ଚଳ ଉପରେ ଜାତୀୟ ଉଦ୍ୟାନ ଭିତରକନିକା ଅଛି। ଜୈବବିବିଧତା ଏହାର ମୁଖ୍ୟ ଆକର୍ଷଣ। ୧୪୫ ବର୍ଗ କି.ମି. ଅଞ୍ଚଳରେ ଘଞ୍ଚ ଜଙ୍ଗଲ ଅଛି। ଏହି ଅଞ୍ଚଳକୁ ସାଧାରଣ ଯାତାୟାତ ପାଇଁ ନିଷିଦ୍ଧ ହୋଇଥିବାରୁ ପ୍ରାକୃତିକ ବିଭବରେ ଭରି ରହିଛି। ବର୍ଷକୁ ଏଠାରୁ ୪୮୦ କୁଇଣ୍ଟାଲରୁ ଅଧିକ ମହୁ ସଂଗ୍ରହ ହୋଇଥିବା ରେକର୍ଡ ଅଛି। ଏହି ମହୁ ଏବେ ଜଙ୍ଗଲ ନଷ୍ଟର ଅନ୍ୟତମ କାରଣ ସାଜିଛି। ସ୍ଥାନୀୟ ଅଧିବାସୀ କଟକଣା ନ ମାନି ଜଙ୍ଗଲ ମଧ୍ୟରୁ ମହୁ ସଂଗ୍ରହ କରୁଛନ୍ତି। ମହୁ ସଂଗ୍ରହ ସମୟରେ ଲୋକେ ନିଅଁାହୁଳା ବ୍ୟବହାର କରୁଛଛି। ହୁଳା ଧୂଅଁାରେ ମହୁମାଛି ବାସସ୍ଥାନ ଛାଡି ପଳାଉଥିବା ବେଳେ ବେପାରୀମାନେ ବସାକୁ ଭାଙ୍ଗି ଆଣି ମହୁ ସଂଗ୍ରହ କରୁଛନ୍ତି। ବନ ବିଭାଗ ଅଜାଣତରେ ଚାଲୁଥିବା ଏହି କାର୍ଯ୍ୟ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି କରିଛି। ବେପାରୀ ଜଙ୍ଗଲରେ ଛାଡି ଆସୁଥିବା ନିଆଁହୁଳା ଜଙ୍ଗଲ ନଷ୍ଟ କରୁଛି। ବିଶେଷକରି ଏପ୍ରିଲ ଓ ମେ ମାସରେ ସ୍ଥାନୀୟ ଜଙ୍ଗଲରୁ ମହୁ ସଂଗ୍ରହ ହେଉଛି। ୨୦୧୮ଏପ୍ରିଲରେ ଏପରି ଏକ ଘଟଣାରେ ବରୁଣେଇର ୪ ଏକର ଜଙ୍ଗଲ ପୋଡି ଯାଇଥିବା ଅନୁସନ୍ଧାନ ସମୟରେ ଜଣାପଡିଛି। ଏହି ଅଞ୍ଚଳ ଜନଶୂନ୍ୟ ହୋଇଥିଲେ ମଧ୍ୟ ଅନୁସନ୍ଧାନ ସମୟରେ ଦିଆସିଲି ଖୋଳ ଓ ଝୋଟ ଅଖା ପଡିଥିବା ଦେଖାଯାଇଥିଲା। ସେହିପରି ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଗତ ଦୁଇଟି ବନ ଅଗ୍ନିକାଣ୍ଡ ମହୁ ସଂଗ୍ରହ ପାଇଁ ହୋଇଥିବା ସ୍ଥାନୀୟ ଲୋକେ ଆଲୋଚନା କରିଥିଲେ। ନିଆଁହୁଳା ଲଗାଇ ମହୁ ସଂଗ୍ରହ ଦ୍ୱାରା ଏଥିରେ ମହୁମାଛିଙ୍କ ସଂଖ୍ୟା କମୁଛି। ମହୁମାଛିଙ୍କ ସୁରକ୍ଷା ଓ ମହୁ ସଂଗ୍ରହ ପାଇଁ ସ୍ଥାନୀୟ ଲୋକଙ୍କୁ ବନ ବିଭାଗ ପକ୍ଷରୁ ତାଲିମ ବ୍ୟବସ୍ଥା ହେବା ଆବଶ୍ୟକ। ଏହାଦ୍ୱାରା ଭିତରକନିକାର ଜଙ୍ଗଲୀ ମହୁ ବଜାରରେ ସୁଲଭ ମୂଲ୍ୟରେ ମିଳିପାରିବ। ବନ ବିଭାଗ ମଧ୍ୟ ଏଥିରୁ ଭଲ ରାଜସ୍ବ ଆଦାୟ କରିପାରିବ। ପ୍ରାୟ ୫ ହଜାର ସ୍ଥାନୀୟ ଅଧିବାସୀ ଏଥିରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ମହାକାଳପଡ଼ା ରେଞ୍ଜ ଅଫିସର ସାହାଜି ଚରଣ ବିଶ୍ୱାଳଙ୍କୁ ପଚାରିବାରେ ନିଷିଦ୍ଧାଞ୍ଚଳରେ ମହୁ ସଂଗ୍ରହ ପାଇଁ ଅଦ୍ୟାବଧି କାହାରିକୁ ଅନୁମତି ଦିଆଯାଇନାହିଁ ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

ଏଯାଏ ଛିଣ୍ଡୁନି ଅଙ୍କ, ଚିନ୍ତାରେ ଆଶାୟୀ; ଆଉ ୬-୧୫-୯ ଆସନ ବାକି

ଭୁବନେଶ୍ୱର,୨୭।୪: ନିର୍ବାଚନ ତାରିଖ ପାଖେଇ ଆସିଲେ ହେଁ ରାଜ୍ୟର ୩ ପ୍ରମୁଖ ଦଳ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଏଯାବତ ବିଜେଡି ୬, ଭାଜପା...

ରାଜଧାନୀ ତାତି ଟପିଲା ୪୧

ଭୁବନେଶ୍ୱର,୨୭।୪: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହି କ୍ରମରେ ଦିନ ସାଢ଼େ ୧୧ରେ ଭୁବନେଶ୍ବର ତାପମାତ୍ରା ୪୧.୨ ଡିଗ୍ରୀ ପାର କରିଛି। ସେହିପରି...

ଟିକେଟ୍‌ କଟିବା ପରେ କଂଗ୍ରେସରୁ ଇସ୍ତଫା ଦେଲେ ମୋହନ ହେମ୍ବ୍ରମ, କହିଲେ ୪୮ ଘଣ୍ଟାରେ ୭ ଲକ୍ଷ ନ ଦେଲେ…

ଭୁବନେଶ୍ୱର,୨୭।୪: ଟିକେଟ୍‌ କଟିବା ପରେ କଂଗ୍ରେସ ଛାଡିଲେ ମୋହନ ହେମ୍ବ୍ରମ ଏବଂ ତାଙ୍କ ପତ୍ନୀ। କଂଗ୍ରେସ ଉପରେ ବର୍ଷିବା ସହ ଶନିବାର ଦଳର ସଦସ୍ୟ ପଦରୁ...

ରବିବାର ଦୁଲୁକିବ ଓଡ଼ିଶା, କଂଗ୍ରେସ ପାଇଁ ରାହୁଲ ଭାଜପା ପାଇଁ ନଡ୍ଡା କରିବେ ପ୍ରଚାର

ଭୁବନେଶ୍ୱର,୨୭।୪: ରବିବାର ମୁହାଁମୁହିଁ ହେବେ ହାଇପ୍ରୋଫାଇଲ ନେତା। କାରଣ ରବିବାର ଓଡ଼ିଶା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ...

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri