ଉତ୍ପାଦିତ ଛତୁ ପାଇଁ ମଣ୍ଡିର ଅଭାବ

କେନ୍ଦ୍ରାପଡ଼ା ଅଫିସ,୮ା୪: ଓଡ଼ିଶା ଛତୁଚାଷରେ ସଫଳ ହୋଇଥିବା ଗତ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଉଲ୍ଲେଖ କରିଥିଲେ। ତେବେ କେନ୍ଦ୍ରାପଡ଼ା ଜିଲାର ଛତୁଚାଷୀ ମଣ୍ଡିର ଅଭାବ ଦେଖାଇ ଚାଷକୁ ବନ୍ଦ କରିବାକୁ ବସିଛନ୍ତି। ଗୋଟିଏ ପରିବାର ମାସିକ ଅନୂ୍ୟନ ୭ ହଜାର ଟଙ୍କା ରୋଜଗାର କରୁଥିବା ରାଜନଗରର ପ୍ରାୟ ୨୦୦ ପରିବାର ଛତୁ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜନଗର ଅଞ୍ଚଳର ପଦନୀ ରାଉତ, ଅମିତା ଦାସ, ସ୍ବର୍ଣ୍ଣଲତା ଦାସ, ସରସ୍ବତୀ ବେହେରା ପ୍ରମୁଖ କୁହନ୍ତି, ଜିଲାରେ କର୍ମନିଯୁକ୍ତି ଏକ ସ୍ବପ୍ନ ପରି। ଏଥିପାଇଁ ଆନ୍ଧ୍ରପ୍ରଦେଶରେ ରହି ଏକ ଚିଙ୍ଗୁଡ଼ି ଘେରିରେ କାର୍ଯ୍ୟ କରୁଥିଲୁ। ତେବେ କରୋନା ସଂକ୍ରମଣ ଆରମ୍ଭ ହେବାରୁ ଚିଙ୍ଗୁଡ଼ିଘେରି ବନ୍ଦ ହୋଇଗଲା। ଘରକୁ ଫେରିବା ପରେ ପରିବାର ଭରଣପୋଷଣ ଏକ ସମସ୍ୟା ହେଲା। ଏହି ସମୟରେ ଓଡ଼ିଶା ଜୀବିକା ମିଶନ ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଛତୁଚାଷ ପାଇଁ ପ୍ରୋତ୍ସାହନ ମିଳୁଥିବା ନେଇ ଆଲୋଚନା ହେଲା। ଏ ନେଇ ଗ୍ରାମର ମହିଳା ଓ ଯୁବତୀ ଏକାଠି ହୋଇ ଦୁଇ ବର୍ଷ ଧରି ଛତୁ ଉପତ୍ାଦନ କାର୍ଯ୍ୟରେ ଲାଗିଥିଲେ। ବିକ୍ରି ପରେ ମାସକୁ ପ୍ରାୟ ୭ ହଜାର ଟଙ୍କା ରୋଜଗାର ହେଉଥିବା ସେମାନେ ପ୍ରକାଶ କରିଛନ୍ତି। ସେମାନେ କହିଥିଲେ, ସାମ୍ପ୍ରତିକ ସମୟରେ ନିରାମିଷ ଖାଦ୍ୟ ପ୍ରତି ଲୋକଙ୍କ ରୁଚି ବଢ଼ିଛି। ଛତୁରେ ଲୌହସାର ସହ ପ୍ରଚୁର ଭିଟାମିନ ଅଛି। ଖାଦ୍ୟ ଭାବେ ଏହା ସଭିଙ୍କ ପ୍ରିୟ। ତେବେ ବର୍ଷସାରା ଛତୁ ମିଳୁ ନ ଥିବାରୁ ଲୋକମାନେ ବର୍ଷାଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ। ମହିଳା ଗୋଷ୍ଠୀଙ୍କ ପାଳଛତୁ ଉପତ୍ାଦନ ଏହି ସମସ୍ୟାର ସମାଧାନ କରିଛି। ଛତୁଚାଷକୁ ନେଇ କିଛି ମହିଳା ୨୦୧୬ ମସିହାରେ ତାଲିମ ନେଇଥିଲେ। ଏହି ତାଲିମ କରୋନା ସଂକ୍ରମଣ ସମୟରେ କାମରେ ଲାଗିଛି। ଉକ୍ତ ଚାଷ ରାଜନଗର ବ୍ଲକ ଅଞ୍ଚଳର କେତେକ ଗ୍ରାମରେ କୁଟୀର ଶିଳ୍ପ ପାଲଟିଛି। ବଜାରରେ ଏବେ ପାଳଛତୁ ୨୦୦ରୁ ୨୨୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏହା ବ୍ୟତୀତ ବ୍ୟବସାୟୀମାନେ ଘର ନିକଟରୁ କିଲୋ ଗ୍ରାମ ପ୍ରତି ୧୮୦ ଟଙ୍କାରେ କିଣି ନେଉଛନ୍ତି। ତେବେ ଏହି ଚାଷରେ ଏବେ କ୍ଷତି ହେଉଛି। ଉପତ୍ାଦିତ ଛତୁର ସଂରକ୍ଷଣ ପାଇଁ ଜିଲାରେ କୌଣସି ଶୀତଳଭଣ୍ଡାର ନାହିଁ। ଦିନକୁ ଦୁଇଥର ବେଡ୍‌ରୁ ଛତୁ ତୋଳା ଯାଇ ବିକ୍ରି ନ ହେଲେ ନଷ୍ଟ ହେଉଛି। ବେଳେବେଳେ ଅଧା ଦାମରେ ବ୍ୟବସାୟୀଙ୍କୁ ବିକ୍ରି କରିବାକୁ ପଡ଼ୁଛି। ପ୍ରତି ପଞ୍ଚାୟତରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦ ବିକ୍ରି ପାଇଁ ମଣ୍ଡି ଗୃହ ନିର୍ମାଣ ହେଲେ ସମସ୍ୟାର କିଛିମାତ୍ରାରେ ସମାଧାନ ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଜିଲା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଛତୁ ଫାର୍ମ ପାଇଁ ଆବଶ୍ୟକ ତାଲିମ ସହ ଜୀବିକା ମିଶନରେ ସବ୍‌ସିଡି ଓ ଋଣ ଅର୍ଥ ଯୋଗାଇ ଦିଆଯାଉଛି। ଏହାଦ୍ୱାରା କର୍ମନିଯୁକ୍ତି ସହ ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ସେ ମତ ଦେଇଛନ୍ତି। ମିଶନ ଶକ୍ତି ପ୍ରକଳ୍ପ ପରିଚାଳକ କୈଳାସ ସେନାପତି କହିଛନ୍ତି, ଜିଲାର ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ମଣ୍ଡି ସ୍ଥାପନ ପାଇଁ ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri