ଟଙ୍କା ନ ଦେଲେ ମିଳୁନି ରନ୍ଧନ ଗ୍ୟାସ

ବାଲେଶ୍ୱର ଅଫିସ,୭ା୪: ବାଲେଶ୍ୱର ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ଟଙ୍କା ନ ହେଲେ ସରକାର ପ୍ରଦାନ କରିଥିବା ଏଲ୍‌ପିଜି ଗ୍ୟାସ ସଂଯୋଗ ମିଳୁ ନ ଥିବା ଅଭିଯୋଗ କରିଛି ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘର ଜିଲା କମିଟି। ଜିଲାରେ ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟ ପ୍ରସ୍ତୁତି ପାଇଁ ସରକାର ଏଲ୍‌ପିଜି ଗ୍ୟାସ ସଂଯୋଗ, ଦୁଇଟି ଚୁଲା ଓ ଗ୍ୟାସ ଫିଲିଙ୍ଗ୍‌ ପାଇଁ ଗତ ୨୦୨୧ ଜାନୁଆରୀ ୨୭ତାରିଖରେ ଚିଠି ନଂ:୩୧୦ରେ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ପିଛା ୭ହଜାର ୫ଶହ ଓ ୨ହଜାର ୫ଶହ ଟଙ୍କା ଅଙ୍ଗନୱାଡି ୱାର୍କର ଓ ମିନିୱାର୍କରଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ମଞ୍ଜୁରୀ ଆସିଥିଲେ ମଧ୍ୟ ଆଇସିଡିଏସ୍‌ ପ୍ରକଳ୍ପ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ଟଙ୍କା ଦେଇ ନ ଥିବାରୁ ରନ୍ଧନ ଗ୍ୟାସ ସଂଯୋଗ ହୋଇପାରିନି। କେତେକ ଅଙ୍ଗନଓ୍ବାଡି କର୍ମୀଙ୍କୁ ଜିଲା ଅଫିସକୁ କର୍ତ୍ତୃୃପକ୍ଷ ଡକାଇ ଆକାଉଣ୍ଟକୁ ଟଙ୍କା ପଠାଇବା ପାଇଁ ୨ହଜାର ୫ଶହ ଟଙ୍କା ଦେବାପାଇଁ ବାଧ୍ୟ କରୁଛନ୍ତି। ନଚେତ ଉକ୍ତ ଟଙ୍କା ଆକାଉଣ୍ଟକୁ ପଠାଯିବ ନାହିଁ ବୋଲି କୁହାଯାଉଥିବାରୁ ସମଗ୍ର ଜିଲାର ଅଙ୍ଗନୱାଡି କର୍ମୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଆସନ୍ତା ୧୩ତାରିଖରେ ପ୍ରତ୍ୟେକ ସିଡିପିଓଙ୍କ ଜରିଆରେ ଜିଲାପାଳଙ୍କୁ ଦାବିପତ୍ର ଦିଆଯିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଛି।
ମେଡିସିନ୍‌ କିଟ୍‌ ଓ ଅନ୍ୟାନ୍ୟ ସମସ୍ତ ମଞ୍ଜୁରୀ ଅର୍ଥରୁ କେତେକ ପ୍ରକଳ୍ପ ଅଧିକାରୀମାନେ ୱାର୍କର ଓ ମିନି ୱାର୍କରଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରାଇ ନେବା ପାଇଁ ଚାପ ପ୍ରୟୋଗ କରୁଥିବାରୁ ଏସମ୍ପର୍କରେ ୫-ଟି ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ କମିଶନର ଓ ସଚିବ, ମିଶନ ଶକ୍ତି ସଚିବ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବା ବୋଲି ଅଙ୍ଗନଓ୍ବାଡି କର୍ମୀି ନମିତା ଶତପଥୀ, ଅଞ୍ଜଳି ପ୍ରଧାନ, ଶାନ୍ତିଲତା ମାଝୀ ଓ ନମିତା ବେରା ପ୍ରମୁଖ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ କରି ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରି ଅଙ୍ଗନୱାଡି ଶିଶୁମାନଙ୍କୁ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ଲକ୍ଷ୍ୟରେ କ୍ରମାଗତ ଭାବେ ଆଇସିଡିଏସ୍‌ ପାଇଁ ମଞ୍ଜୁରୀ ହ୍ରାସ କରି ଚାଲିଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ବୈଠକରେ ଫୁଲ ସୋରେନ, ସଂଯୁକ୍ତା ଦାସ, ତାପସୀ ରାଣୀ ଅଗସ୍ତି, ସୁମିତ୍ରା ମଲ୍ଲିକ, ଅନୁପମା ଗିରି, ଗୀତାରାଣୀ ରାଉତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

ଗୌତମବୁଦ୍ଧଙ୍କୁ ଟିକେଟ୍‌, ଅନନ୍ତ ଦାସଙ୍କ ପୁଅ ନିରାଶ

ଭୋଗରାଇ,୨୭।୪: ୩ଟି ଆସନରେ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ମିଳିଛି। ଗୌତମଙ୍କୁ ଭୋଗରାଇ ଆସନରୁ ଟିକେଟ୍‌ ମିଳିଛି।...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri