ଠିକ୍‌ ସମୟରେ ସାମଗ୍ରୀ ପାଉନାହାନ୍ତି ହିତାଧିକାରୀ

ନାଉଗାଁ,୬ା୪(ସ୍ବ.ପ୍ର.): ରାଶନ କାର୍ଡ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ ଢ଼େହାଇଛି। ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀଙ୍କୁ ୫ କିଲୋ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଉଛି। କିନ୍ତୁ ନାଉଗାଁ ବ୍ଲକର ହିତାଧିକାରୀ ଏହି ଯୋଜନାରେ ଠିକ୍‌ ସମୟରେ ଖାଦ୍ୟ ସାମଗ୍ରୀ ପାଇ ପାରୁନାହାନ୍ତି। ଏ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ବ୍ଲକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ବ୍ଲକରେ ସମୁଦାୟ ୧୬ ହଜାର ୭ଶହ ୮୨ଟି ରାଶନ କାର୍ଡ ରହିଛି। ସେଥିମଧ୍ୟରୁ ଅନ୍ତ୍ୟୋଦୟ ଯୋଜନାରେ ୨ ହଜାର ୧ ଶହ ୫୪ କାର୍ଡ ରହିଥିବା ବେଳେ ପିଏଚ୍‌ଏଚ୍‌ରେ ୧୪ ହଜାର ୬ଶହ ୨୮ କାର୍ଡ ରହିଛି। ଉକ୍ତ କାର୍ଡରେ ସମୁଦାୟ ୬୧ ହଜାର ୫ଶହ ୮୬ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ଏ ସମସ୍ତ ହିତାଧିକାରୀଙ୍କ ପାଇଁ ୨୫ ହଜାର କୁଇଣ୍ଟାଲ ଚାଉଳ, ୯ଶହ ୪୯ କୁଇଣ୍ଟାଲ ଗହମ ପ୍ରଦାନ କରାଯାଉଛି। ମାତ୍ର ଦାୟିତ୍ୱରେ ଥିବା ଠିକାଦାର ଠିକ୍‌ ସମୟରେ ଡିଲରଙ୍କୁ ଏହା ପ୍ରଦାନ କରୁ ନ ଥିବାରୁ ହିତାଧିକାରୀ ଅସୁବିଧାରେ ପଡ଼ୁଛନ୍ତି। ସମ୍ପୃକ୍ତ ଠିକାଦାର ଆରଆରସି ତରଡ଼ାପଡା ଜଗତସିଂହପୁରରୁ ଖାଦ୍ୟ ସାମଗ୍ରୀ ଆଣି ପ୍ରତ୍ୟେକ ଡିଲର କେନ୍ଦ୍ରରେ ପହଞ୍ଚାଇବାର ନିୟମ ରହିଛି। କିନ୍ତୁ ବ୍ଲକରେ ଥିବା ୨୮ ଡିଲର ପଏଣ୍ଟରେ ଠିକ୍‌ ସମୟରେ ଖାଦ୍ୟ ସାମଗ୍ରୀ ପହଞ୍ଚତ୍ ପାରୁନାହିଁ ବୋଲି କେତେଜଣ ଡିଲର ନାମ ଗୋପନ ରଖି ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ପ୍ରଦାନ କରାଯାଉଥିବା ଚାଉଳ ଓ ଗହମର ଓଜନ ମଧ୍ୟ ଠିକ୍‌ ରହୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସାରା ଦେଶରେ ଓ୍ବାନ ନେଶନ କାର୍ଡ ପ୍ରଚଳିତ ହେବା ପରଠାରୁ ଦାୟିତ୍ୱରେ ଥିବା ଠିକାଦାରଙ୍କୁ ୨ଟି ପର୍ଯ୍ୟାୟରେ ରାଶନ ସାମଗ୍ରୀ ଉଠାଇବାକୁ ନିର୍ଦ୍ଦେଶନାମା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଶତକଡା ୮୦ ଭାଗ ସାମଗ୍ରୀ ଓ ୨ୟ ପର୍ଯ୍ୟାୟରେ ଅବଶିଷ୍ଟ ୨୦ ଭାଗ ଉଠାଇ ଡିଲର କେନ୍ଦ୍ରରେ ପହଞ୍ଚାଇବ ପାଇଁ ନିୟମ ରହିଛି। କିନ୍ତୁ ନିଯୁକ୍ତ ଠିକାଦାରମାନେ ମନଇଚ୍ଛା ୪ ରୁ ୫ଟି ପର୍ଯ୍ୟାୟରେ ସାମଗ୍ରୀ ପ୍ରଦାନ କରୁଛନ୍ତି। ଫଳରେ ସାମଗ୍ରୀ ନେବା ପାଇଁ ଡିଲର କେନ୍ଦ୍ରରେ ହିତାଧିକାରୀ ଅପେକ୍ଷା କରୁଥିବାବେଳେ ଆବଶ୍ୟକ ସାମଗ୍ରୀ ରହୁ ନ ଥିବା ଜଣାଯାଇଛି। ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଅମିୟ ରଞ୍ଜନ ପ୍ରଧାନ କୁହନ୍ତି, ଏବିଷୟରେ ଆମେ ଅବଗତ ହେବା ପରେ ବାରମ୍ବାର ଠିକାଦାରଙ୍କୁ ଠିକ୍‌ ସମୟରେ ସାମଗ୍ରୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବା ସହ ଜିଲା ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri