ହେବାକୁଯାଉଛି ବଲିଉଡର ସବୁଠୁ ମହଙ୍ଗା ବଜେଟ୍‌ରେ ଫିଲ୍ମ, ମୂଲ୍ୟ ଜାଣିଲେ….

ଆକ୍ସନ ହିରୋ ଅଜୟ ଦେବଗନ ତାଙ୍କ ଚମତ୍କାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। କେବଳ ସେତିିକି ନୁହେଁ ତାଙ୍କ ନିର୍ଦ୍ଦେଶିତ ଫିଲ୍ମକୁ ଜୀବନ୍ତ କରିବାକୁ ସେ ସବୁପ୍ରକାର ଚେଷ୍ଟା କରିଥାନ୍ତି। ଅଜୟଙ୍କ ଏହା ଆତ୍ମବିଶ୍ୱାସ ମଧ୍ୟ ରହିଛି ଯେ, ସେ ଜଣେ ଭଲ ଅଭିନେତା ସହ ନିର୍ଦ୍ଦେଶନା ମଧ୍ୟ ଦେଇପାରିବେ। ସେଥିପାଇଁ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରନୱେ ୩୪’ ଇଦ୍‌ରେ ରିଲିଜ୍‌ ହେବା ପରେପରେ ଖୁବଶୀଘ୍ର ଏକ ନୂତନ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ହିନ୍ଦୀ ସିନେମାର ସବୁଠାରୁ ବଡ ବଜେଟ୍‌ରେ କରାଯିବ ବୋଲି କୁହାଯାଉଛି। ଏଥିଲାଗି କାମ ମଧ୍ୟ ଆରମ୍ଭ ହୋଇଯାଇଛି। ଏ ନେଇ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଚାଣକ୍ୟ’ ପୁଣି ଥରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି।
ଅଜୟ ୨୦୦୮ ମସିହାରେ ଫିଲ୍ମ ‘ୟ ମେ ଅର୍‌ ହମ୍‌’ ସହିତ ଫିଲ୍ମ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଥିଲେ। ଆଠ ବର୍ଷ ପରେ, ୨୦୧୬ରେ ଅଜୟ ଆଉ ଏକ ଲୋକପ୍ରିୟ ଫିଲ୍ମ ‘ଶିବାୟ’ର ନିର୍ଦ୍ଦେଶନା ଦେଇଥିଲେ । ‘ଶିବାୟ’ର ଛଅ ବର୍ଷ ପରେ ଅଜୟ ତୃତୀୟ ନିର୍ଦ୍ଦେଶିତ ଫିଲ୍ମ୍ମ ‘ରନୱେ ୩୪’ ଚଳିତ ବର୍ଷ ଇଦ୍‌ରେ ମୁକ୍ତିଲାଭ କରିବାକୁ ଯାଉଛି । ଏଥିରେ ଅଜୟ ମଧ୍ୟ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ଅଜୟଙ୍କ ‘ଭୋଲା’, ‘ଥ୍ୟାଙ୍କ୍‌ସ ଗଡ’ ଏବଂ ‘ଦୃଶ୍ୟମ ୨’ ଭଳି ଫିଲ୍ମ ରହିଛି ଯାହାର ଶୁଟିଂ ଏବଂ ପ୍ରଡକ୍ସନ ବିଭିନ୍ନ ପର୍ଯ୍ୟାୟରେ ରହିଛିି। ଫିଲ୍ମ ‘ମୈଦାନ’ ସମାପ୍ତ ହୋଇଛି ଏବଂ ରୋହିତ ଶେଟ୍ଟୀଙ୍କ ଫିଲ୍ମ‘ସର୍କସ’ର ଶୁୁଟିଂ ମଧ୍ୟ ଶେଷ ହୋଇଛି। ‘ଭୋଲା’, ‘ଥ୍ୟାଙ୍କ୍‌ସ ଗଡ’ ଏବଂ ‘ଦୃଶ୍ୟମ ୨’ ଅଧାରେ ଥିବା ଫିଲ୍ମ ଶୁଟିଂ ଶେଷ ହେବା ପରେ ସେ ଖୁବଶୀଘ୍ର କାମ ଆରମ୍ଭ କରିବେ। ପ୍ରାୟ ୪୦୦ କୋଟି ଟଙ୍କାର ମେଗା ବଜେଟ୍‌ରେ ପ୍ରସ୍ତାବିତ ଏହି ଫିଲ୍ମ ଆଜି ପର୍ଯ୍ୟନ୍ତ ହିନ୍ଦୀ ସିନେମାର ସବୁଠାରୁ ମହଙ୍ଗା ଫିଲ୍ମ ହେବ।
ଅଜୟଙ୍କ ଏହି ମେଗା ବଜେଟ୍‌ ଫିଲ୍ମ ଏକ ପୌରାଣିକ ଯାହାର ସ୍କ୍ରିପ୍ଟ ମଧ୍ୟ ସରିଯାଇଛି। ୨୦୧୮ରେ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ସହ ଅଜୟ ଦେବଗାନ ଐତିହାସିକ ଫିଲ୍ମ ‘ଚାଣକ୍ୟ’ ଆରମ୍ଭ କରିବାକୁ ମଧ୍ୟ ଘୋଷଣା କରିଥିଲେ।୨୦୨୦ ଶେଷରେ ଏହି ଫିଲ୍ମଟି ଆରମ୍ଭ କରିବା ପାଇଁ ନୀରଜ ପୂର୍ବରୁ ପ୍ରସ୍ତୁତି କରିଥିଲେ । ପରେ କରୋନା କାଳରେ ଏହା ହୋଇ ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri