ମାସ୍କ ସମ୍ପୂର୍ଣ୍ଣ ହଟାଇବା ଉଚିତ ନୁହେଁ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର, ୪।୪(ବ୍ୟୁରୋ): ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରେ। ଏହା ଓମିକ୍ରନର ସବ୍‌ ଭାରିଆଣ୍ଟ ଓ ଅତି ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଛି। କିନ୍ତୁ ଡେଲ୍‌ଟା ପରି ଏହା ଏତେ ମାରାତ୍ମକ ହେବ ନାହିଁ। ‘ଏକ୍ସଇ’ ଲୋକଙ୍କ ମୃତ୍ୟୁର କାରଣ ହୋଇ ନ ପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି। ଏ ସମ୍ପର୍କର ସୂଚନା ଦେଇ ଡା. ମିଶ୍ର କହିଛନ୍ତି, ଏହି ନୂଆ ଭାରିିଆଣ୍ଟ ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ବି ନଜର ରଖିଛନ୍ତି। ଯେହେତୁ ନୂଆ ନୂଆ ଭାରିଆଣ୍ଟ ଆସୁଛି, ତେଣୁ ମାସ୍କ ପିନ୍ଧିବା ନେଇ ଲୋକଙ୍କୁ ଟିକିଏ ସଚେତନ କରିବା। ଏବେ ଧୀରେ ଧୀରେ ମାସ୍କ ପିନ୍ଧିବା କମିଛି। ଆଉ କିଛିଦିନ ପରେ ମାସ୍କ ପିନ୍ଧିବା ଆହୁରି କମିଯିବ। କିନ୍ତୁ ମାସ୍କ ସମ୍ପୂର୍ଣ୍ଣ ହଟାଇ ଦେବା ଉଚିତ ହେବ ନାହିଁ। କାରଣ ସଂକ୍ରମଣ ସରିନାହିଁ। ଯେଉଁଠି ଶତାଧିକ ଲୋକ ଏକାଠି ହୋଇଛନ୍ତି, ସେଠାରେ ମାସ୍କ ପିନ୍ଧିବା ଉଚିତ। ଏସବୁ ଦିଗକୁ ଧ୍ୟାନ ଦେବାକୁ ହେବ ବୋଲି ଡା. ମିଶ୍ର ଗୁରୁତ୍ୱାରୋପ କରିଛନ୍ତି।
ଅପରପକ୍ଷେ ରାଜ୍ୟରେ କରୋନା ସଂକ୍ରମଣ ଆହୁରି କମିଛି। ଦୈନିକ ୫୦ ତଳକୁ ସଂକ୍ରମିତଙ୍କ ସଂଖ୍ୟା ରହୁଛି। ରବିବାର ଆଉ ୩୬ଜଣ ଚିହ୍ନଟ ହୋଇଥିବାବେଳେ ୬ଜଣ ୧୮ବର୍ଷରୁ କମ୍‌ ବୟସ୍କ ରହିଛନ୍ତି। ଏହି ଆକ୍ରାନ୍ତମାନେ ୧୧ଟି ଜିଲାରୁ ଚିହ୍ନଟ ହୋଇଥିବାବେଳେ ୧୯ ଜିଲାରେ ଆଦୌ ସଂକ୍ରମଣ ହୋଇନାହିଁ। ସେପଟେ କୋରାପୁଟ, ନୟାଗଡ଼ ଓ କେନ୍ଦୁଝର ଜିଲା ଏବେ କରୋନାମୁକ୍ତ ହୋଇଥିବା ରାଜ୍ୟ କୋଭିଡ୍‌ ଡ୍ୟାସ୍‌ବୋର୍ଡର ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

CEC ଚୟନ କମିଟିରୁ CJIଙ୍କୁ କାହିଁକି ହଟାଗଲା? ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୮।୧୨: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିର୍ବାଚନ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର...

ଓଡିଶା ସରକାରଙ୍କ ବଡ ନିଷ୍ପତ୍ତି: ସିଟିଂ ବିଧାୟକଙ୍କ ମୃତ୍ୟୁ ହେଲେ ମିଳିବ ଏତିକି ଲକ୍ଷ ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ନିର୍ଦ୍ଧାରିତ ସମୟର ୧୮ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। ଏହି ଅଧିବେଶନ ସମୟରେ...

୧୮ ଦିନ ପୂର୍ବରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ, ମାତ୍ର ୧୧ ଦିନରେ…

ଭୁବନେଶ୍ୱର,୯।୧୨: ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଡିସେମ୍ବର ୩୧ ତାରିଖ...

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବଢାଇଲେ ଓଡ଼ିଶା ସରକାର, ଏଣିକି ପାଇଲେ ଏତିକି ଟଙ୍କା

ଭୁବନେଶ୍ୱର,୮।୧୨: ଓଡ଼ିଶା ବିଧାନସଭାରେ ମଙ୍ଗଳବାର ସଂଶୋଧିତ ପାରିଶ୍ରମିକ ବିଲ୍ ଗୃହୀତ ହେବା ପରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି ଏବଂ ପୂର୍ବତନ ବିଧାୟକମାନଙ୍କ ପେନ୍‌ସନ୍‌ରେ ବଡ଼ ଧରଣର...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri