Posted inଫୁରସତ

ମନ୍ଦିର ନିର୍ମାଣ ପାଇଁ ଓଡ଼ିଆମାନେ ଆତ୍ମନିର୍ଭରଶୀଳ ଥିଲେ

ଭଣ୍ଡାର ହିସାବ କରିଥିଲେ ବୀରବର ପଟ୍ଟନାୟକ। ଆମେ ଏହାକୁ ଉପସ୍ଥାପନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି- ମନ୍ଦିର ନିର୍ମାଣକାଳରେ କେଉଁ ଆବଶ୍ୟକ ଜିନିଷ କେତେ ଅଛି, ଆଉ କେତେ ଆବଶ୍ୟକ, ସେଥିପାଇଁ ପ୍ରସ୍ତୁତ ରହିବା। ନିର୍ମାଣ କାର୍ଯ୍ୟ ଅନବରତ ଚାଲୁ ରହିବ, ଯେପରି ଜିନିଷ ନାହିଁ ବୋଲି ବନ୍ଦ ହୋଇ ନ ଯାଏ। ଏଥିରୁ ଆମେ ଜାଣିବା ସମସ୍ତେ କିପରି ସଜାଗ ଥିଲେ।
ଦ୍ୱିତୀୟ କଥା ଆମେ ଜାଣିଲେ ମନ୍ଦିର ନିର୍ମାଣ ପୂର୍ବରୁ କୋଣାର୍କରେ ମଠ ଥିଲା। ମଠରେ ଶ୍ରୀଜଗନ୍ନାଥ ପୂଜା ପାଉଥିଲେ ଶ୍ରୀଦଧିବାମନ ରୂପରେ। ମହାପ୍ରଭୁ ୬୪ଟି ନାମରେ ଓଡ଼ିଶାରେ ପୂଜା ପାଉଛନ୍ତି। ଶ୍ରୀଦଧିବାମନ ତାହା ମଧ୍ୟରୁ ଅନ୍ୟତମ। ୧୨୪୦ ମସିହା ବେଳକୁ ଶ୍ରୀଦଧିବାମନ ଉପାସନା ଆରମ୍ଭ ହୋଇସାରିଥିଲା। ଏହାବ୍ୟତୀତ ଓଡ଼ିଶାର ପ୍ରସିଦ୍ଧ ଶିବମନ୍ଦିର ଶ୍ରୀବାଲୁଙ୍କେଶ୍ୱରଙ୍କ ମନ୍ଦିର ନିର୍ମିତ ହୋଇସାରିଥିଲା। ଶିବମନ୍ଦିରରେ ଶ୍ରୀନୃସିଂହଙ୍କ ଯୋଗାସନ ବିଗ୍ରହ ପୂଜା ପାଉଥିବା ଘଟଣା ଓଡ଼ିଶାରେ ହରି-ହର ଉପାସନା ଆରମ୍ଭ ହୋଇ ସାରିଥିବାର ସୂଚନା।
ପଥର ହିସାବରୁ ଜଣାଯାଇଥିଲା ୧,୬୨୮ ଖଣ୍ଡ ପଥର ମହଜୁଦ ଥିଲା। ମୁଖଶାଳାର ତୃତୀୟ ପୀଠ ଆରମ୍ଭ ହେଲାବେଳକୁ ଆଗକୁ ଦୃଷ୍ଟିରଖି ରାମ ମହାରଣା ଓ ବାଉରି ମହାରଣା ପଥୁରିଆମାନଙ୍କୁ ନେଇ ଜଗଦଳପୁର ଯାତ୍ରା କଲେ। ଆବଶ୍ୟକ ପଡ଼ିଲା ଚିଟ ସାହାଣ ପଥର। କେତେକ ସ୍ଥାନରେ ଏହା ‘ବାଲିପଥର’ ନାମରେ ସ୍ଥାନ ପାଇଛି। ସେମାନେ ୩୭୨ ଖଣ୍ଡ ପଥର ଚାପରେ ଆଣିଲେ। ପଥର ଉଦିପୁର ଦଣ୍ଡାରେ ପହଞ୍ଚିବା ପରେ ୪୦ ଜଣ ପଥୁରିଆଙ୍କୁ ନେଇ ମହାଶ୍ରମ (ଗଜପତି) ସେଠାରେ ପହଞ୍ଚିଥିଲେ। କୋଣାର୍କରୁ ଗଜପତି ପାଲିଙ୍କିରେ ଯାଇ ପଥର ଚାପ ଆସିବା କାର୍ଯ୍ୟ ତଦାରଖ କରିଥିଲେ। ଏଥରକୁ ମିଶାଇ ୨୦ ଥର ପଥର ଆସିଥିଲା। ଆବଶ୍ୟକ ହେବାରୁ ପୁନଃ ଚିଟ କୁଣ୍ଡାପଥର ବାଣେଶ୍ୱର ନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ଆସିଥିଲା। ଏହି ପାହାଡ଼ର ଅବସ୍ଥିତି ଓ ପଥର ଆସିବା ଜଳପଥ ପୂର୍ବରୁ ଆମେ ଆଲୋଚନା କରିଛେ। ବାରଶହ ଛୋଟ ଛୋଟ ପଥର ଖଣ୍ଡ ଆସିଥିଲା। ପୁନଃ ଆବଶ୍ୟକ ହେବାରୁ ଦୁଇମାସ ପରେ ଆଠ ହାତର ୩ଟି ରେଗେଡ଼ା ସାହାଣ ପଥର ସେହି ବାଣେଶ୍ୱରନାସୀରୁ ଚାପଦଳେଇ ଆଣି ପହଞ୍ଚାଇଲେ। ଏହା ଥିଲା ଏକୋଇଶତମ ପଥର ଆସିବା।
ତଥାପି ପଥର ଆସିବା ବନ୍ଦ ହୋଇ ନ ଥିଲା। ଅଳସକନ୍ୟା ମୂର୍ତ୍ତି ନିର୍ମାଣ ଆରମ୍ଭ ପୂର୍ବରୁ ବିଚାର ହେଲା ଚିଟକୁଣ୍ଡା ପଥର ଆବଶ୍ୟକ। ଚଉଦ ହାତର ୧୨ଟି ପଥର ଆସିଲା ‘ମଲାଗୁଣି’ ନଦୀ ଦେଇ। ମଲାଗୁଣି ନଦୀରୁ ଦୟା ନଦୀ, ତା’ପରେ ସୋଲ ନଦୀ ଦେଇ ଉଦିପୁରଦଣ୍ଡା, ସେଠାରୁ ପଦ୍ମତୋଳାଗଣ୍ଡ। ଏହି ପଥର ଆଣିବା ପାଇଁ ଯାଇଥିଲେ ଗଙ୍ଗା ମହାରଣା।
ଶ୍ରୀପଦ୍ମକେଶର ମନ୍ଦିରର ରୋଷଶାଳା ଛାତ ପଥରରେ ନିର୍ମିତ ହେବା ପରେ ରାଜଗୁରୁଙ୍କ ପରାମର୍ଶରେ ଏକ ମଣ୍ଡପ ନିର୍ମାଣ ହେବା ପାଇଁ ସ୍ଥିର ହେଲା। ବର୍ଗାକାର ମଣ୍ଡପରେ ଏକ ଯନ୍ତ୍ର ଖୋଳାଯିବ। ଯନ୍ତ୍ରଟି ପୁରୋଡ଼ାଣ ନିମନ୍ତେ। ତେଣୁ ତାପଙ୍ଗରୁ ଧଳାପଥର ଆସିଲା। ମଣ୍ଡପ ନିର୍ମାଣ ସହିତ ଉକ୍ତ ପଥରରେ ‘ଶାମ୍ବ’ଙ୍କର ଏକ ମୂର୍ତ୍ତି ନିର୍ମାଣ କରିବା ପାଇଁ ଶିଳ୍ପୀ ବିଶ୍ୱନାଥ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଥିଲା।
ଶ୍ରୀ ମହାଭାସ୍କରଙ୍କ ମନ୍ଦିର ନିର୍ମାଣ ପାଇଁ ସମୁଦାୟ ୨୪ ଥର ପଥର କୋଣାର୍କକୁ ଆସିଥିଲା। ସବୁଥର ଜଳପଥରେ ହିଁ ପଥର ଆସିଥିବା ଜଣାଯାଉଛି। ସମସ୍ତ ପଥର କଳିଙ୍ଗ ସାମ୍ରାଜ୍ୟର ପାହାଡ଼ ଖୋଳାଯାଇ ଅଣାଯାଇଥିଲା। ଗୋଟିଏ ବି ପଥର ଅନ୍ୟ ସାମ୍ରାଜ୍ୟରୁ ଆସିନି। ଏଥିରୁ ସ୍ପଷ୍ଟ ହୁଏ ମନ୍ଦିର ନିର୍ମାଣ ପାଇଁ ଓଡ଼ିଶା କେବେ ବି ସେ ସମୟରେ ଅନ୍ୟ ଉପରେ ନିର୍ଭର କରି ନ ଥିଲା। ନିଜର ବିଭିନ୍ନ କିସମର ପଥର ଥିଲା ଅଥଚ ଶିଳ୍ପୀ ନ ଥିଲେ। ବାସ୍ତବରେ ନିଜ ପଥର ନିଜ କାରିଗରଙ୍କୁ ନେଇ ଗଜପତି ଆଶ୍ଚର୍ଯ୍ୟମୟ ମନ୍ଦିରଟିଏ କୋଣାର୍କରେ ଗଢ଼ାଇ ଦେଇଥିଲେ। ପଥର ଚିହ୍ନଟ କରିବା କାର୍ଯ୍ୟ କରୁଥିଲେ ଆମରି ଲୋକ। ଶିଳ୍ପୀ ରାଜୀବ ତେର ଜଣ ସହଯୋଗୀଙ୍କୁ ନେଇ ସବୁଠାରୁ ବେଶୀଦିନ ପଥର ଚିହ୍ନଟ ପାଇଁ ରହିଥିଲେ ନୀଳଗିରିରେ। ଜୀବନର ୫ବର୍ଷ ୩ ମାସ ସେ ନୀଳଗିରିରେ ପଥର ଚିହ୍ନଟ ପାଇଁ ତ୍ୟାଗ କରିଥିଲେ। ପଥର ଖଣି ଆମର, ଚିହ୍ନଟ କଲୁ ଆମେ, ବୋହିଆଣିଲେ ଆମରି ଚାପ ଦଳେଇ, ଗଢ଼ିଲେ ଆମରି ଶିଳ୍ପୀ, ଖଞ୍ଜିଲେ ଆମରି ଲୋକେ ଅଥଚ ବାହାରିଆ ଲେଖକ ଭିତର କଥା ନ ଜାଣି ଲେଖିଦେଲେ ଓଡ଼ିଆମାନେ କରିନାହାନ୍ତି।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ହସ ଦିବସ

ଶିଶୁଟିର କଅଁଳ ମୁହଁର ହସ କେବଳ ମା’ବାପାଙ୍କୁ ନୁହେଁ, ସମସ୍ତଙ୍କୁ ଖୁସି ଦିଏ। ହେଲେ ସେହି ଶିଶୁ ବଡ଼ ହେଲେ ତା’ ମୁହଁରୁ ହସ ଉଭେଇ...

ଶ୍ରେଣୀଗୃହ ପାଲଟିଲା ସୁଇମିଂପୁଲ୍‌

କନୌଜ: ଭାରତର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଏଥିମଧ୍ୟରେ ପାଣିପାଗ ବିଭାଗ ତରଫରୁ କେତେକ...

ଏହି ମସିହାରେ ପୃଥିବୀରୁ ଅଦୃଶ୍ୟ ହୋଇଯିବେ ମନୁଷ୍ୟ: ବାବା ଭେଙ୍ଗାଙ୍କ ଲୋମଟାଙ୍କୁରା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୫: ବୁଲଗେରିଆରେ ରହୁଥିବା ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତାମାନଙ୍କ ମଧ୍ୟରୁ ବାବା ଭେଙ୍ଗା ଅନ୍ୟତମ। ସେ ୧୯୧୧ରେ ଜନ୍ମଗ୍ରହଣ କରିଥିଲେ। ବାବା ଭେଙ୍ଗା ମାତ୍ର ୧୨ ବର୍ଷ...

ବିଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ: ତାପମାତ୍ରା ଜାଣିଲେ ଉଡିଯିବ ହୋଶ୍‌

ଭାରତର ସବୁଠାରୁ ଗରମ ମାସ ହେଉଛି ମେ’ ଏବଂ ଜୁନ। ଦେଶର ଅନେକ ସ୍ଥାନରେ ପ୍ରବଳ ଗରମ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କିନ୍ତୁ ବିଶ୍ୱରେ...

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ

ବିଶ୍ୱ ପ୍ରେସ୍‌ ସ୍ବାଧୀନତା ଦିବସ ପ୍ରତିବର୍ଷ ମେ’ ୩ରେ ସମଗ୍ର ବିଶ୍ୱରେ ପାଳନ କରାଯାଏ।  ଏହି ଦିନଟି ଭାରତ ତଥା ସମଗ୍ର ବିଶ୍ୱରେ ଗଣମାଧ୍ୟମର ଅବଦାନକୁ...

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri