୧୫ରୁ ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା

ତାଳଚେର, ୩।୪(ନି.ପ୍ର.) ଦୀର୍ଘ ଦୁଇବର୍ଷ ପରେ ଅନୁଷ୍ଠିତ ହେବ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ବରୂପା ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ଯାତ୍ରା। କରୋନା ପ୍ରକୋପ ନ ଥିବାରୁ ଚଳିତବର୍ଷ ପାରମ୍ପରିକ ନୀତି ଅନୁଯାୟୀ ଯାତ୍ରା ଏବଂ ଏବଂ ୧୮ତମ ଲୋକମହୋତ୍ସବ ଆୟୋଜନ କରାଯିବ। ଏଥିଲାଗି ମା’ଙ୍କ ପୀଠ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଶନିବାର ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ତାରିଖରେ ହିଙ୍ଗୁଳା ଯାତ୍ରା ଏବଂ ଏଥିପୂର୍ବରୁ ୬ ତାରିଖର ଜନ୍ତାଳ ପୂଜା ଆୟୋଜନ କରିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି।
ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ବିଶ୍ୱରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜା ରାଜେନ୍ଦ୍ର ଚନ୍ଦ୍ର ଦେବ ବୀରବର ହରିଚନ୍ଦନ, ବରିଷ୍ଠ ଟ୍ରଷ୍ଟବୋର୍ଡ ସଦସ୍ୟ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ବିଧାୟକ ବ୍ରଜକିଶୋର ପ୍ରଧାନ, ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ସବ୍‌କମିଟିରେ ଥିବା କେତେଜଣ ସଦସ୍ୟ ନିଷ୍କ୍ରିୟ ରହୁଛନ୍ତି। ତେଣୁ ପ୍ରତି ବିଭାଗର ସବ୍‌କମିଟି ପୁନର୍ଗଠନ କରାଯାଇଛି। ମା’ଙ୍କ ଉଭାସ୍ଥଳୀ ଦାୟିତ୍ୱ ଟ୍ରଷ୍ଟବୋର୍ଡ ସଦସ୍ୟ ସନ୍ତୋଷ ପ୍ରଧାନ, ରାଜେନ୍ଦ୍ର ସିଂକୁ ଅର୍ପଣ କରାଯାଇଛି। ଉପଜିଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହେବ ବୋଲି ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ ଆଣିଥିବା ପ୍ରସ୍ତାବ ଗୃହୀତ ହୋଇଛି। ଯାତ୍ରାର ଅତିରିକ୍ତ ଖର୍ଚ୍ଚ ଏମ୍‌ସିଏଲ୍‌ ବହନ କରିବ ବୋଲି ବିଧାୟକ ପ୍ରସ୍ତାବ ଦେଇଛନ୍ତି। ଚଳିତ ବର୍ଷ ଉଭାସ୍ଥଳୀରେ ୨୫ ଷ୍ଟଲ୍‌, ସୂଚନା କେନ୍ଦ୍ର ଏବଂ ପ୍ରାଥମିକ ଚିକିତ୍ସା ନିମନ୍ତେ ୨ ସ୍ବତନ୍ତ୍ର ଷ୍ଟଲ୍‌ ନିର୍ମାଣ କରିବା, ପୂର୍ବବର୍ଷ ତୁଳନାରେ ଷ୍ଟଲ୍‌ ସଂଖ୍ୟା ହ୍ରାସ, ଷ୍ଟଲ୍‌ ବଣ୍ଟନକୁ ନିରପେକ୍ଷ କରିବା ଏବଂ ବିଭାଗୀକରଣ କରାଯାଇ ବଣ୍ଟନ କରିବାକୁ ଟ୍ରଷ୍ଟବୋର୍ଡ ସଦସ୍ୟ ସନ୍ତୋଷ ପ୍ରଧାନ, ସିଦ୍ଧେଶ୍ୱର ପ୍ରଧାନ, ଗଗନ ବିହାରୀ ସାହୁ, ଏସ୍‌ଡିପିଓ ସ୍ବାମୀ ଏସ୍‌. କୁମାର ପ୍ରସ୍ତାବ ଦେଇଥିଲେ। ନନ୍ଦିରା କୋଲିୟାରିକୁ ଷ୍ଟଲ ନିର୍ମାଣ ଓ ସାଉଣ୍ଡ ବ୍ୟବସ୍ଥା, ଭୁବନେଶ୍ୱରୀ ଓସିପିକୁ କୁଲର ଓ ପଙ୍ଖାର ବ୍ୟବସ୍ଥା, ହିଙ୍ଗୁଳା କ୍ଷେତ୍ରକୁ ଲୋକ ମହୋତ୍ସବ ରଙ୍ଗମଞ୍ଚ ଏବଂ ଆଲୋକୀକରଣ ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଛି। ଜଗନ୍ନାଥ କ୍ଷେତ୍ରର ସମସ୍ତ ଖଣି କର୍ମଚାରୀ ମା’ଙ୍କ ମନ୍ଦିର ନିର୍ମାଣ ପାଇଁ ଦିନକର ଦରମା ପ୍ରଦାନ କରିବେ ବୋଲି ମହାପ୍ରବନ୍ଧକ ପି.ବି. ରେଡ୍ଡୀ ସୂଚନା ଦେଇଛନ୍ତି। ୯ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଲୋକ ମହୋତ୍ସବରେ ବିଭିନ୍ନ ଅଞ୍ଚଳରୁ ଲୋକନୃତ୍ୟ ଦଳକୁ ଆମନ୍ତ୍ରଣ କରାଯିବ। ଟ୍ୟାଲେଣ୍ଟ ସର୍ଚ୍ଚ ମାଧ୍ୟମରେ ଚୟନ ଆଞ୍ଚଳିକ କଳାକାରଙ୍କୁ ଲୋକମହୋତ୍ସବରେ ଭାଗ ନେବାକୁ ସୁଯୋଗ ଦିଆଯିବ। ତାଳଚେର ବିଡିଓଙ୍କ ତତ୍ତ୍ୱାବଧାନରେ ଏକ ସଫେଇ ସବ୍‌କମିଟି କାର୍ଯ୍ୟ କରିବ। ଯାତ୍ରାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବ। ଏହି ଉପଲକ୍ଷେ ମା’ ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ସୋଲଡା ଟ୍ରକ ମାଲିକ ସଂଘ ପକ୍ଷରୁ ୧୧ ଲକ୍ଷ ୧୧ହଜାର ୧୦୧ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ସଂଘର ସଭାପତି ଗୁଣ୍ଡିଚା ସାହୁ, ବିମ୍ବାଧର ବେହେରା, ମାନସ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ଗେଷ୍ଟହାଉସ୍‌ ପାଇଁ ଏମ୍‌ସିଏଲ୍‌ ଠିକାଦାର ସଂଘ ପକ୍ଷରୁ ୫ଟି ଏସି ପ୍ରଦାନ କରାଯିବ ବୋଲି ସମ୍ପାଦକ ନରହରି ସାହୁ ଘୋଷଣା କରିଛନ୍ତି। ଶେଷରେ ଟ୍ରଷ୍ଟବୋର୍ଡ ସଦସ୍ୟ ସଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ତାଳଚେର ଯୁବରାଜ ବିଜେୟନ୍ଦ୍ର ଦେବ, ଏମ୍‌ପିଙ୍କ ପ୍ରତିନିଧି ସୁନୀଲ ପ୍ରଧାନ, ବିଡିଓ ଶିବଶଙ୍କର ମିଶ୍ର, ତହସିଲଦାର ମନ୍ମଥ ନାୟକ, ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ମନୋଜ ପାଣି, ହିଙ୍ଗୁଳା ଜିଏମ୍‌ ଏ.କେ. ସ୍ବର୍ଣ୍ଣକର, ଲିଙ୍ଗରାଜ କ୍ଷେତ୍ର ଜିଏମ୍‌ ଏ.କେ. ଧଳ, ତାଳଚେର ବ୍ଲକ ଉପାଧ୍ୟକ୍ଷ ଆଞ୍ଚଳ ପ୍ରଧାନ, ଜିଲା ପରିଷଦ ସଦସ୍ୟ ଅମୀୟ ପ୍ରଧାନଙ୍କ ସମେତ ଟ୍ରଷ୍ଟ ବୋର୍ଡ ସଦସ୍ୟ, ଖଣି ଅଧିକାରୀ, ଅଞ୍ଚଳର ଜନପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି: ଭୁଲରେ ବି କରନ୍ତୁ ନି ଏପରି…

ଭୁବନେଶ୍ୱର,୩୦।୧୨: ମଙ୍ଗଳବାର ଏବଂ ବୁଧବାର ଦୁଇଦିନ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏ ନେଇ ସବୁ RTOଙ୍କୁ ପରିବହନ କମିଶନର ଚିଠି ଲେଖିଛନ୍ତି। ମଦ ପିଇ...

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ଆକ୍ରମଣ, ୨ ଜଣଙ୍କୁ ବାନ୍ଧି…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଏମ୍‌ପି ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରାଙ୍କ ବାସଭବନ ଉପରକୁ ଆକ୍ରମଣ ହୋଇଥିବା ଖବର ମିଳିଛି। କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

BMCର ବଡ଼ ସୂଚନା: ଜାନୁଆରୀ ୪ରେ ‘ପଥ ଉତ୍ସବ’

ଭୁବନେଶ୍ବର,୩୦।୧୨: ଭୁବନେଶ୍ୱର ମହାନଗର ନିଗମ୍‌(BMC) ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଜାନୁଆରୀ ୪ତାରିଖରୁ ଚଳିତ ସିଜିନ୍‌ର ପ୍ରଥମ ‘ପଥ ଉତ୍ସବ’...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri