ଗଛ ତଳେ, ବାରଣ୍ଡାରେ ପଢ଼ିଲେ ପିଲା

ଖୋର୍ଦ୍ଧା ଅଫିସ/ନିରାକାରପୁର, ୩।୪(ଡି.ଏନ୍‌.ଏ.)କରୋନା ସଂକ୍ରମଣ ନିୟନ୍ତ୍ରଣ ପରେ ବିଦ୍ୟାଳୟ ଖୋଲିଥିବା ବେଳେ ଅବ୍ୟବସ୍ଥା ଦେଖାଦେଇଛି। ସ୍କୁଲ ମିଶ୍ରଣକୁ ବିରୋଧ କରି ଗୋଟିଏ ସ୍କୁଲର ଛାତ୍ରୀଛାତ୍ର ଏକ ମନ୍ଦିର ପରିସର ଗଛତଳେ ପାଠ ପଢୁଥିବା ବେଳେ ଅନ୍ୟ ଏକ ସ୍କୁଲର ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅଧୀନ ଲେଣ୍ଡୋ ପଞ୍ଚାୟତର ଆସେଲି ଓ ଆରେଡ଼ି ଗ୍ରାମରେ ଦେଖିବାକୁ ମିଳିଛି। ଏନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଯେ, ଆସେଲି ଗ୍ରାମରେ ୧୯୬୫ ମସିହାରେ ସ୍ଥାପିତ ହୋଇଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୩୧ଜଣ ପିଲା ଅଧ୍ୟୟନ କରୁଥିଲେ। ଶିକ୍ଷା ବିଭାଗ ନିୟମ ପ୍ରକାରେ ଏହି ସ୍କୁଲକୁ ୨୦୨୦ ମସିହାରେ ଲଳିତାପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯାଇଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ମୋଟ୍‌ ୮୩ ପିଲା ଅଧ୍ୟୟନ କରୁଛନ୍ତି। ଶ୍ରେଣୀଗୃହ ମାତ୍ର ୩ଟି ରହିଛି। ୪, ୫, ୬ ଗୋଟିଏ ଶ୍ରେଣୀଗୃହରେ ପଢୁଥିବା ବେଳେ ୧, ୨, ୩, ୭ ଗୋଟିଏ ଶ୍ରେଣୀଗୃହ ଏବଂ ୮ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଗୋଟିଏ ଶ୍ରେଣୀଗୃହରେ ଚାଲୁ ରହିଛି। ତେବେ ପିଲାମାନେ ମିଶ୍ରଣ ହୋଇଥିବା ସ୍କୁଲକୁ ନ ଯାଇ ଏକ ମନ୍ଦିର ପରିସର ଗଛମୂଳେ ପାଠ ପଢୁୁଥିବା ଦେଖିବାକୁ ମିଳିଛି। ଏବେ ଆସେଲି ସ୍ଥିତ ବିଦ୍ୟାଳୟର ୪୧ଜଣ ପିଲା ରହିଛନ୍ତି। ତେବେ ମିଶ୍ରିତ ହୋଇଥିବା ସ୍କୁଲରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବା ବେଳେ ପିଲାମାନେ କେଉଁଠି ପାଠ ପଢିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଆରେଡ଼ି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୬ପିଲା ପାଠ ପଢୁଛନ୍ତି। ଏହାକୁ ମଧ୍ୟ ନିକଟ ସାନ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମିଶାଇ ଦିଆଯିବାରୁ ସମାନ ସମସ୍ୟା ଉପୁଜିଛି। ଅଭିଭାବକ, ଗ୍ରାମବାସୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି। ଏନେଇ ଜିଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ କୁହନ୍ତି, ଏହି ଦୁଇ ଗ୍ରାମରେ ଥିବା ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଯାଇଛି। ଫଳରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଆସେଲି ସ୍କୁଲ ପରିଚାଳନା କମିଟି ସଭାପତି ଅକ୍ଷୟ ସାମନ୍ତରାୟ କୁହନ୍ତି, ଶିକ୍ଷା ବିଭାଗ ନିୟମ ଅନୁସାରେ ଆମ ବିଦ୍ୟାଳୟରେ ଅଧିକ ସଂଖ୍ୟକ ପିଲା ଅଛନ୍ତି। ଏହା ପରେ ବି ଏହାକୁ ଅନ୍ୟତ୍ର କାହିଁକି ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି। ଆସେଲି ଗଁାର ଭରତ ବଳିୟାରସିଂହ କୁହନ୍ତି, ୨୦୨୦ ମସିହାରୁ ସ୍କୁଲ ବନ୍ଦ ରହିଥିବା ଯୋଗୁ କେହି ଶିକ୍ଷକ ଆସୁନାହାନ୍ତି। ଗ୍ରାମର କେତେଜଣ ଯୁବକ ପାଳି କରି ଏହି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଅଭିଭାବକ ତାରେଣୀ ସୁବୁଦ୍ଧି କୁହନ୍ତି, ମିଶ୍ରଣ ହୋଇଥିବା ସ୍କୁଲର ଦୂରତା ଦେଢ କି.ମି. ହେବ। ଉକ୍ତ ରାସ୍ତାରେ ୩ଟି ପୋଖରୀ ରହିଥିବା ବେଳେ ଲେଣ୍ଡୋ ଠାରୁ କାଦୁଆଘାଟ ଯାଇଥିବା ରାସ୍ତାରେ ଭାରିଯାନ ଯାତାୟାତ କରୁଛି। ଫଳରେ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ସେହିପରି ଆରେଡି ଗ୍ରାମର ପ୍ରଫୁଲ୍ଲ କୁମାର ଜେନା କୁହନ୍ତି, ମିଶ୍ରଶ ହୋଇଥିବା ସ୍କୁଲର ଦୂରତା ଦେଢ଼ କି.ମି. ହେବ। ଯାତାୟାତ ବେଳେ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଉଭୟ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ନିରଞ୍ଜନ ମହାନ୍ତି କହିଛନ୍ତି, ସରକାରୀ ନିୟମ ଅନୁସାରେ ଆସେଲି ଓ ଆରେଡ଼ି ଗ୍ରାମରେ ଥିବା ବିଦ୍ୟାଳୟକୁ ଅନ୍ୟ ସ୍କୁଲରେ ମିଶାଯାଇଛି। ତେବେ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri