ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର

ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ ସଂଖ୍ୟକ ୧୧୬.୧୩ ମିଲିଅନ ଟନ୍‌ ପଣ୍ୟ କାରବାର କରିଛି। ୨୦୨୦-୨୧ବର୍ଷରେ ୧୧୪.୫୫ ଏମ୍‌ଏମ୍‌ଟିଏ (ମିଲିଅନ ମେଟ୍ରିକ ଟନ୍‌ ପର୍‌ ଆନମ୍‌) ଥିଲା। ପାରାଦୀପ ବନ୍ଦର ଅଥରିଟି ଅଧ୍ୟକ୍ଷ ପି. ଏଲ. ହାରାନ୍ଧ ଶୁକ୍ରବାର ଏ ନେଇ ରିପୋର୍ଟ ସାର୍ବଜନୀନ କରିଛନ୍ତି। ବନ୍ଦର ଜୟଦେବ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଧ୍ୟକ୍ଷ ହାରାନ୍ଧ କହିଛନ୍ତି, ପୂର୍ବରୁ ପାରାଦୀପ ପୋର୍ଟ ଟ୍ରଷ୍ଟ ଥିଲା। ଏବେ ପାରାଦୀପ ପୋର୍ଟ ଅଥରିଟି (ପିପିଏ) ହୋଇଛି। ଏହାଦ୍ୱାରା ବନ୍ଦର ଅଧ୍ୟକ୍ଷ କିଛି ନିଷ୍ପତ୍ତି ସିଧାସଳଖ ନେଇପାରିବେ। କାର୍ଗୋ କାରବାର ମୂଲ୍ୟଠାରୁ ଆରମ୍ଭ କରି ଅନ୍ୟ ୨୫ ପ୍ରସଙ୍ଗ ଉପରେ ନିଷ୍ପତ୍ତି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଯାଉଥିଲା। ଏବେ ଅଧ୍ୟକ୍ଷ ସେସବୁ ପାଇଁ ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେଇପାରିବେ। ସାଗରମାଳା ପ୍ରକଳ୍ପ ଓ ଗତିଶକ୍ତି ଯୋଜନା ଆଧାରରେ କେତୋଟି ପଦକ୍ଷେପ ନିଆଯାଇଛି। ଯଥା କୋଷ୍ଟାଲ ସିପିଂରେ ୨୫ ପ୍ରତିଶତ ବୃଦ୍ଧି, ଯାନ୍ତ୍ରିକୀକରଣ କୋଇଲା ବୋଝେଇ ଖଲାସ ପ୍ରକଳ୍ପ (ଏମ୍‌ସିଏଚପି) ଜରିଆରେ ଟ୍ରେନ୍‌ରୁ ପଣ୍ୟ ଖଲାସ କାମ ତ୍ୱରାନ୍ବିତ କରାଯାଇଥିଲା। ୨୦୨୦/୨୧ରେ ୫୬୯୮ ଟ୍ରେନ୍‌ ଖଲାସ ଥିବାବେଳେ ୨୧-୨୨ରେ ୭୧୫୬ ଥିଲା। ଜାହାଜ ବର୍ଥରେ ଲାଗିବା ଏବଂ ଖଲାସ କରିବା (ଟର୍ନଆଉଟ୍‌)କୁ ୯ ଘଣ୍ଟା କମ୍‌ କରାଯାଇପାରିଛି। ପୂର୍ବବର୍ଷ ଦୈନିକ ପଣ୍ୟ କାରବାର ୨୩,୯୪୩ ମେଟ୍ରିକ ଟନ୍‌ ଥିବା ବେଳେ ଚଳିତବର୍ଷ ୨୭,୨୯୫ ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି।
ସାଗରମାଳା ଯୋଜନା ଅଧୀନରେ ଗତ ୭ ବର୍ଷରେ ୩,୨୦୦ କୋଟି ଟଙ୍କା ଖର୍ଚ୍ଚ କରି ଅନେକ ପରିବର୍ତ୍ତନ କରାଯାଇଛି। ସଂଯୋଗୀକରଣ, ଭିତ୍ତିଭୂମି, ନବୀକରଣ କରାଯାଇଛି। ସେହିପରି ଆସନ୍ତା ୩ ବର୍ଷରେ ୩ଟି ୱେଷ୍ଟର୍ନ ଡକ୍‌ କାମ ଚାଲିଛି। ଏହା ସମ୍ପୂର୍ଣ୍ଣ ହେଲେ ୨ ଲକ୍ଷ ମେଟ୍ରିକ ଟନ୍‌ ବିଶିଷ୍ଟ ଜାହାଜ ଲାଗିପାରିବ। ସେହିପରି ପାରାଦୀପ-ହରିଦାସପୁର ୮୨ କିମି ରେଳପଥ ହେବା ପରେ ପଣ୍ୟ କାରବାର ସହଜ ହୋଇଛି। ଏହାସତ୍ତ୍ୱେ ଚଣ୍ଡିଖୋଲ-ପାରାଦୀପ ୫୩ନଂ. ଜାତୀୟ ରାଜପଥକୁ ୮ ଲେନ୍‌ କରାଯିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି। ସେହିପରି ରାଜ୍ୟ ସରକାରଙ୍କ ସହଭାଗିତାରେ ୧୦୦ ଏକର ଜାଗାରେ ବିଶ୍ୱସ୍ତରୀୟ ଟ୍ରକ୍‌ ଟର୍ମିନାଲ ହେବାକୁ ଯାଉଛି। ନଦୀଭିତ୍ତିକ ବନ୍ଦର ଓ ନଦୀରେ ପଣ୍ୟ କାରବାର କରିବାକୁ ସମସ୍ତ ପ୍ରକାର କାମ ଗତିଶକ୍ତି ଯୋଜନାରେ ଆରମ୍ଭ ହୋଇଛି। ଏହା କାର୍ଯ୍ୟକାରୀ ହେଲେ ବ୍ୟବହାରକାରୀ ସଂସ୍ଥାକୁ ଅନେକ ଫାଇଦା ମିଳିବ। ଏ ସମସ୍ତ ପ୍ରକଳ୍ପ ହେଲେ ପଣ୍ୟ କାରବାର ଆସନ୍ତା ୨୦୪୭ ବେଳକୁ ୭୫୦ ନିୟୁତ ଟନ୍‌ରେ ପହଞ୍ଚତ୍ବ ବୋଲି ହାରାନ୍ଧ କହିଥିଲେ। ଏହି ଖବରଦାତା ସମ୍ମିଳନୀରେ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ ଅଧିକାରୀଙ୍କ ଭିଆର୍‌ଏସ୍‌ ଆବେଦନ

ଭୁବନେଶ୍ୱର,୮ା୧୨(ତ୍ରିନାଥ ମହାନ୍ତି): ଚଳିତବର୍ଷର ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଓ ଭାଇରାଲ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ସିଆଇଡି ଡିଏସ୍‌ପି ସରୋଜକାନ୍ତ ମହନ୍ତ...

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ ବିଜେଡି ବିଧାୟକ: କହୁ କହୁ କହିଦେଲେ…

ଭୁବନେଶ୍ୱର,୮ା୧୨(ରବିନାରାୟଣ ଜେନା):ମା’ ତାରିଣୀଙ୍କ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତକୁ ନେଇ ବିଜେଡି ବିଧାୟକ ବଦ୍ରିନାରାୟଣ ପାତ୍ର ଭବିଷ୍ୟବାଣୀ କରିଛନ୍ତି। ସେ...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri