Posted inଫୁରସତ

ବିଶ୍ୱର ମହଙ୍ଗା ସ୍କୁଲ, ଫି’ ଜାଣିଲେ ଉଡ଼ିଯିବ ହୋସ୍‌

ଆଜିର ସମୟରେ ପିଲାମାନଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ପଢ଼ାଇବା ଏତେ ସହଜ ନୁହେଁ। କାରଣ ସେମାନଙ୍କ ବିଦ୍ୟାଳୟର ଫି’ ଏତେ ଅଧିକ ଯେ ଅଭିଭାବକଙ୍କୁ ଅନେକଥର ଚିନ୍ତା କରିବାକୁ ପଡ଼ିବ। ସାଧାରଣତଃ ବେସରକାରୀ ସ୍କୁଲଗୁଡ଼ିକର ଅତ୍ୟଧିକ ଫି’ ନେବା ଦ୍ୱାରା ଅସୁବିଧାରେ ପଡ଼ନ୍ତି ଅଭିଭାବକ। ତେବେ ଆଜି ବିଶ୍ୱର ସବୁଠାରୁ ମହଙ୍ଗା ବିଦ୍ୟାଳୟ ସ୍କୁଲ ବିଷୟରେ କହିବୁ, ବର୍ଷକୁ ୯୮ ଲକ୍ଷ ଫି’ ନେଇଥାଏ ସ୍କୁଲ।

ଏମିତି ସ୍କୁଲ ରହିଛି ୟୁରୋପରେ। ଏହାର ନାମ ଇନ୍‌ଷ୍ଟିଚ୍ୟୁଟ୍‌ ଲେ ରୋଜେ। ଯେଉଁଠି ଏଠାକାର ଧନୀ ପରିବାରର ପିଲାମାନେ ଏହି ସ୍କୁଲରେ ଅଧ୍ୟୟନ କରିଥାନ୍ତି। କାରଣ ଏଠାରେ ଫି’ ଏତେ ଅଧିକ ଯେ, ଜଣେ ସାଧାରଣ ପରିବାରର ପିଲାକୁ ପଢ଼ାଇବା ପାଇଁ ସାହସ ଜୁଟାଇ ପାରିବେନି ଅଭିଭାବକ। ପ୍ରତ୍ୟେକ ପିଲାଙ୍କ ପାଇଁ ବାର୍ଷିକ ଦେୟ ୧ ଲକ୍ଷ ୩୦୦ ହଜାର ଡଲାରରୁ ଅଧିକ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୯୮ ଲକ୍ଷ ଟଙ୍କା। ଏହି ସ୍କୁଲ ୧୮୮୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯାହାକି ସବୁଠାରୁ ପ୍ରସିଦ୍ଧ ଏବଂ ପୁରାତନ ସ୍କୁଲ୍‌। ଏହି ସ୍କୁଲରେ ସ୍ପେନ, ଇଜିପ୍ଟ, ବେଲଜିୟମ, ଇରାନ ଏବଂ ଗ୍ରୀସର ରାଜାମାନେ ଅଧ୍ୟୟନ କରିଥିଲେ।

ଏହି ସ୍କୁଲର ଦୁଇଟି କ୍ୟାମ୍ପସ, ଟେନିସ କୋର୍ଟ, ଏକ ଶୁଟିଂ ରେଞ୍ଜ, ଆକ୍ୱାଷ୍ଟ୍ରେନ ସେଣ୍ଟର ଏବଂ ଏକ କନ୍ସର୍ଟ ହଲ୍‌ ସହିତ ଏହା ଏକମାତ୍ର ବୋର୍ଡିଂ ସ୍କୁଲ ଅଟେ। ଯାହା ପ୍ରାୟ ୪୦ ମିଲିୟନ ଡଲାର ମୂଲ୍ୟରେ ନିର୍ମିତ। ବିଦ୍ୟାଳୟର ଶୀତକାଳୀନ ଶିବିରରେ ଏକ ପୃଥକ୍‌ ସ୍କାଏକିଂ ସୁବିଧା ଯୋଗାଇ ଦିଆଯାଇଛି।

ଏହି ସ୍କୁଲରେ ଶିକ୍ଷକଙ୍କ ବି ଅଭାବ ନାହିଁ। ଏଠାରେ ୪୨୦ ଜଣ ଛାତ୍ରୀଛାତ୍ର ଅଛନ୍ତି, ଏମାନଙ୍କୁ ୧୫୦ ଶିକ୍ଷକ ପାଠ ପଢ଼ାଉଛନ୍ତି। ପ୍ରତ୍ୟେକ ଶ୍ରେଣୀରେ ୧୦ରୁ କମ୍‌ ପିଲା ଅଛନ୍ତି, ଫଳରେ ଶିକ୍ଷକମାନେ ସମସ୍ତଙ୍କୁ ଯଥେଷ୍ଟ ଧ୍ୟାନ ଦେଇପାରିବେ। ଏଠାରେ ଥିବା ଶିକ୍ଷକମାନଙ୍କ ପିଲାମାନଙ୍କ ପାଇ ୩୦ଟି ସିଟ୍‌ ସଂରକ୍ଷିତ, ସେଥିମଧ୍ୟରୁ ୩ଟି ପ୍ରତିବର୍ଷ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ବିଦ୍ୟାଳୟରେ ଆଡ୍‌ମିଶନ ବୟସ ୭-୧୮ବର୍ଷ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri