ଟ୍ରାକ୍ଟର ଚଢ଼ାଇ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା: ବିନା ତଦନ୍ତରେ ଯୁବକ ଗିରଫ ଅଭିଯୋଗ

ଦଶରଥପୁର,୧ା୪(ଡି.ଏନ.ଏ.): ଯାଜପୁର ଜିଲା ଦଶରଥପୁର ତହସିଲ ଅଧୀନ ବୈତରଣୀ ନଦୀର ପଲ୍ଲାସାହି ବାଲିଘାଟରୁ ମଙ୍ଗଳବାର ବେଆଇନ ଭାବେ କେତେକ ଟ୍ରାକ୍ଟର ବାଲି ଉଠାଉଥିଲେ। ଖବର ପାଇ ତହସିଲଦାର ଅବିନାଶ ବିଶ୍ୱଜିତ୍‌ ସେଠୀ ଚଢ଼ାଉ କରିଥିଲେ। ଏହି ସମୟରେ ଏକ ଟ୍ରାକ୍ଟର ନିକଟରେ ଛିଡ଼ା ହୋଇଥିବା ମଙ୍ଗଳପୁର ଥାନା ଅଧୀନ ମଲ୍ଲିକାପୁର ପଞ୍ଚାୟତ ମଲ୍ଲିକାପୁର ଗ୍ରାମର ରାଜେଶ ସାହୁ(ପପି)ଙ୍କୁ ତହସିଲଦାର କାବୁକରି ପୋଲିସ ଜିମା ଦେଇଥିଲେ। ପୋଲିସ ଘଟଣା ସମ୍ପର୍କରେ ତଦନ୍ତ ନ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ସେ ନିର୍ଦ୍ଦୋଷ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ତେଣୁ ପପିଙ୍କ ସ୍ତ୍ରୀ ଶୁକ୍ରବାର ଯାଜପୁର ଏସ୍‌ପିଙ୍କୁ ଭେଟି ଏକଥା ଜଣାଇବେ ବୋଲି ଗୁରୁବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଚଢ଼ାଉ ସମୟରେ ପପିଙ୍କୁ ଟ୍ରାକ୍ଟର ଚାଳକ ଭାବି ତହସିଲଦାର କଡ଼ା ଭାଷାରେ ପାଟି କରିଥିଲେ। ପପି ଏହାର ପ୍ରତିବାଦ କରିବା ସହ ସେ ଟ୍ରାକ୍ଟର ଚାଳକ ନୁହନ୍ତି ବୋଲି କହିଥିଲେ। ହେଲେ ତହସିଲଦାର କିଛି ନ ଶୁଣି ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିଲେ। ଏହାପରେ ତହସିଲଦାର ପପିଙ୍କ ନାମରେ ମଙ୍ଗଳପୁର ଥାନାରେ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା। ମାତ୍ର ତହସିଲଦାର ଦେଇଥିବା ଏତଲାରେ ଟ୍ରାକ୍ଟର ନମ୍ବର ଉଲ୍ଲେଖ କରିନାହାନ୍ତି। ପୋଲିସ ଜବତ କରିଥିବା ଟ୍ରାକ୍ଟରଟି ସଞ୍ଜିତ ସାହୁଙ୍କ ନାମରେ ରହିଛି। ଉକ୍ତ ଗାଡିର ଡ୍ରାଇଭର ତହସିଲଦାରଙ୍କୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ପପିଙ୍କ ସ୍ତ୍ରୀ କହିଛନ୍ତି। ଅପରପକ୍ଷେ ତହସିଲଦାର ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ପପି ଟ୍ରାକ୍ଟର ଚଳାଇ ଆସି ତାଙ୍କ ସରକାରୀ ବୋଲେରୋ ଗାଡ଼ିକୁ ଧକ୍କା ଦେଇଥିଲେ। ହେଲେ ବୋଲେରୋ ଗାଡ଼ିର କୌଣସି ସ୍ଥାନରେ ଧକ୍କା ଚିହ୍ନ ନ ଥିବା ଦେଖାଯାଇଛି। ଘଟଣା ସମ୍ପର୍କରେ ତହସିଲଦାର ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ମୋ ଗାଡ଼ି ସମ୍ମୁଖକୁ ଏକ ଟ୍ରାକ୍ଟର ମାଡ଼ି ଆସିଥିଲା। ତେଣୁ ସେ ମୋତେ ମାରିଦେବାକୁ ଉଦ୍ୟମ କରିଥିବା ଅନୁଭବ କରି ମୁଁ ଥାନାରେ ଏପରି ଏତଲା ଦେଇଛି। ଏ ସମ୍ପର୍କରେ ଥାନା ଅଧିକାରୀ ଏନ୍ନାମାମୁଲ ହକ୍‌ କହିଛନ୍ତି, ତହସିଲଦାରଙ୍କ ଏତଲା ଆଧାରରେ ଆମେ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ତଦନ୍ତ ପରେ ଯାହାକିଛି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri