ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍‌’

ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍‌’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ। ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଏବଂ ଆମ୍ରପାଲି ପ୍ରଜାତିର ଆମ୍ବ ସୁବିଧାରେ ପହଞ୍ଚତ୍ବ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ।
ଢେଙ୍କାନାଳର ଜଳବାୟୁ ଆମ୍ବଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତିବର୍ଷ ଜିଲାରୁ ପ୍ରଚୁର ଆମ୍ବ ଉତ୍ପାଦନ ହେଉଥିବାବେଳେ ଦିଲ୍ଲୀ, କୋଲକାତା, ଝାଡ଼ଖଣ୍ଡ, ପଡ଼ୋଶୀ ବାଂଲାଦେଶ ବଜାରରେ ଏହାର ଚାହିଦା କାହିଁରେ କେତେ। ଆମ୍ବକୁ ସୁବିଧାରେ ବଜାରରେ ପହଞ୍ଚାଇବାକୁ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ୨୦୧୩ ଜୁନ୍‌ ୨୭ରେ ପଡ଼ିଥିଲା ‘ମ୍ୟାଙ୍ଗୋ ହବ୍‌’ର ଭିତ୍ତିପ୍ରସ୍ତର। ୧୧ କୋଟି ଟଙ୍କା (ରାଜ୍ୟ ସରକାରଙ୍କ ୧୦ କୋଟି ଏବଂ ଚାଷୀଙ୍କ ୧ କୋଟି) ବ୍ୟୟରେ ପ୍ରସ୍ତାବିତ ଏହି ବହୁମୁଖୀ ଋତୁଭିତ୍ତିକ ଫଳ ବ୍ୟବସାୟ କେନ୍ଦ୍ରର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଏବଂ ଜିଲାର ଆମ୍ବ, ଫଳ ଓ ପରିବା ଚାଷୀଙ୍କ ମିଳିତ ସହଯୋଗରେ ପିପିପି ମୋଡ୍‌ରେ ଆରମ୍ଭ ହୋଇଥିବା ଏହି ‘ମ୍ୟାଙ୍ଗୋ ହବ୍‌’ ୨୦୧୪ରେ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରିଚାଳନା ଅଭାବରୁ ମାତ୍ର କିଛିବର୍ଷ କାର୍ଯ୍ୟ କରିବା ପରେ ତାହା ପରିତ୍ୟକ୍ତ ହୋଇପଡ଼ିଛି। ଏହାର ପୁନରୁଦ୍ଧାର ଦିଗରେ ଉଦ୍ୟାନ କୃଷି ବିଭାଗ ତତ୍ପରତା ଦେଖାଉନାହିଁ। ତେଣୁ ଚାଷୀ ନିଜ ସୁବିଧାରେ ଆମ୍ବ ବିକ୍ରି କରୁଛନ୍ତି। ୨୦୨୦ରେ ‘ମ୍ୟାଙ୍ଗୋ ହବ୍‌’କୁ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା ଉଦ୍ୟାନ କୃଷି ବିଭାଗ। ତେବେ କୋଭିଡ୍‌ ମହାମାରୀ ଯୋଗୁ ଏହାର ଭାଗ୍ୟ ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା। କରୋନା ସମୟରେ ଆମ୍ବଚାଷୀ ବ୍ୟାପକ କ୍ଷତି ସହିଥିବାବେଳେ ‘ମ୍ୟାଙ୍ଗୋ ହବ୍‌’ ପୁନରୁଦ୍ଧାର ସେମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି। ଏ ନେଇ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ‘ମ୍ୟାଙ୍ଗୋ ହବ୍‌’ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଛି।
ସୂଚନାଯୋଗ୍ୟ, ଜିଲାରୁ ୨୦୧୯ରେ ୪୩,୨୦୦ ମେଟ୍ରିକ୍‌ ଟନ୍‌ ଆମ୍ବ ଉତ୍ପାଦନ ହୋଇଥିଲା। ତେବେ କରୋନା ମହାମାରୀ ଯୋଗୁ ଏହା ଆଶାତୀତ ଭାବେ ହ୍ରାସ ପାଇଛି। ୨୦୨୦ରେ ମାତ୍ର ୧୫, ୨୪୦ ମେଟ୍ରିକ ଟନ୍‌ ଆମ୍ବ ଉତ୍ପାଦନ ହୋଇଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri