କାମ କଲାନି ସୁରେଶ, ଅପରାଜିତାଙ୍କ ପ୍ରଭାବ

ଖୋର୍ଦ୍ଧା ଅଫିସ,୨୮ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ଶାସକ ଦଳ ବିଜେଡି ବାଜି ମାରି ନେଇଛି। ୪ଟି ପୌର ଆସନରେ ବିଜେଡି ବହୁମତ ହାସଲ କରିଥିବା ବେଳେ ଅଧ୍ୟକ୍ଷ ପଦବୀ ମଧ୍ୟ ବିଜେଡି ହାତକୁ ଯାଇଛି। ପୁଣି ଥରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଯାଦୁ ଆଗରେ ବିରୋଧୀ ଫିକା ପଡ଼ିଲେ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ କୌଣସି ପ୍ରଭାବ ପଡ଼ିଲାନାହିଁ। ଜଟଣୀରେ ଘନଘନ ପ୍ରଚାର ସତ୍ତ୍ୱେ ଭାଜପା ଖାତା ଖୋଲିପାରିଲା ନାହିଁ। ସେହିପରି ବିଧାୟକ ରାଉତରାୟ ନିଜ ଗଡ଼ ବଞ୍ଚାଇ ପାରିଲେ ନାହିଁ। ଖୋର୍ଦ୍ଧାରେ ଗୋଟିଏ ବି କାଉନସିଲର ଆସନରେ କଂଗ୍ରେସ ଜିତିି ପାରିଲା ନାହିଁ। ଶେଷ ପର୍ଯ୍ୟନ୍ତ ଦଳ ପକ୍ଷରୁ କୌଣସି ଷ୍ଟାର କ୍ୟାମ୍ପେନରଙ୍କ ଦେଖା ନ ଥିଲା। ପ୍ରଚାରର ଶେଷ ଦିନରେ ରାଉତରାୟ ଖୋର୍ଦ୍ଧାରେ ମଇଦାନକୁ ଓହ୍ଲାଇଥିଲେ। ଦଳୀୟ ପ୍ରାର୍ଥୀମାନେ ନିଜ ଭରସାରେ ନିର୍ବାଚନ ଲଢିଥିଲେ। ଦଳ ପକ୍ଷରୁ ସେମାନଙ୍କୁ ସେପରି କୌଣସି ସହଯୋଗ ମିଳି ନ ଥିଲା। ଫଳରେ କଂଗ୍ରେସ ସତ୍ତା ହରାଇଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଅନ୍ୟପଟେ ପଞ୍ଚାୟତ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଭାଜପା ଧରାଶାୟୀ ହୋଇଥିଲା। ପୌର ନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ନାହିଁ ଓ ଭାଜପା ବହୁମତ ସହ ବିଜୟ ଲାଭ କରିବ ବୋଲି ଅପରାଜିତାଙ୍କ ଦମ୍ଭୋକ୍ତି ଫସର ଫାଟିଗଲା। ଜଟଣୀରେ ଭାଜପା ବିପକ୍ଷରେ ଜନାଦେଶ ଯାଇଛି। ଏଠାରେ ଭାଜପା ଗୋଟିଏ ଆସନରେ ଜିତିିଛି। ଦୁଇଟି ନିର୍ବାଚନରେ ସୁରେଶ ଏବଂ ଅପରାଜିତାଙ୍କ ବିଫଳତାକୁ ନେଇ ଆଲୋଚନା ଜୋର ଧରିଛି। ବିଫଳତାକୁ ନେଇ ଉଭୟ ଦଳ ସମୀକ୍ଷା କରିବା ଆବଶ୍ୟକ ବୋଲି ରାଜନୀତି ବିଶେଷଜ୍ଞ ମତ ଦେଇଛନ୍ତି। ଏନେଇ ସୁରେଶ କହିଛନ୍ତି, ଶାସକ ଦଳ ନିର୍ବାଚନୀ ହିଂସା, ଭୋଟରଙ୍କୁ ଟଙ୍କା ଦେଇ କିଣିଲେ। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ। ଭୋଟରଙ୍କ ନିକଟତର ହୋଇଥିଲୁ। ତେବେ ଭୋଟର ଆମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ସମୀକ୍ଷା କରାଯିବ। ଆଗାମୀ ସାଧାରଣ ନିର୍ବାଚନରେ ଦଳ ପୁଣି ଥରେ ପ୍ରଭାବ ଦେଖାଇବ ବୋଲି କହିଛନ୍ତି। ସେହିପରି ଅପରାଜିତା କହିଛନ୍ତି, ଦଳକୁ ଆହୁରି ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବ। ଖୋର୍ଦ୍ଧାରେ ୪ ଓ ଜଟଣୀରେ ଗୋଟିଏ ଆସନରେ ଭାଜପା ଜିତିିଛି। ଭୋଟ ହାର ଭଲ ରହିଛି। ଭାଜପା ଉପରେ ବିକାଶ ଉପରେ ବିଶ୍ୱାସ ରଖେ। ଲୋକଙ୍କ ସେବା ଜାରି ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri