ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ୨୦୨୨-୨୩ ଆର୍ଥିକବର୍ଷ ପାଇଁ ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧି ହେବ ନାହିଁ। ପୂର୍ବ ଦର ଅପରିବର୍ତ୍ତିତ ରହିବ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ପକ୍ଷରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। ଏହି ଘୋଷଣା ସାଧାରଣ ଉପଭୋକ୍ତାଙ୍କୁ ବର୍ଷକ ପାଇଁ ଆଶ୍ୱସ୍ତି ଦେଇଛି।
ପୂର୍ବବର୍ଷ ଭଳି ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୟୁନିଟ ପିଛା ଦର ୩ ଟଙ୍କା ରହିବ। ୫୦ରୁ ୨୦୦ ୟୁନିଟ୍‌ ଯାଏ ୪ ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ୍‌ ଯାଏ ବିଦ୍ୟୁତ୍‌ ଶୁଳ୍କ ୫ ଟଙ୍କା ୮୦ ପଇସା ରହିବ। ସେହିପରି ୪୦୦ ୟୁନିଟ୍‌ରୁ ଅଧିକ ପାଇଁ ୟୁନିଟ୍‌ ପିଛା ଦର ୬ ଟଙ୍କା ୨୦ ପଇସା ରହିବ।
ରାଜ୍ୟ ସରକାର ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଶୁଳ୍କକୁ ଅପରିବର୍ତ୍ତିତ ରଖିଛନ୍ତି। ଉପଭୋକ୍ତାମାନେ ମାସିକ ବିଜୁଳି ବିଲ୍‌ ଡିଜିଟାଲ ମୋଡ୍‌ରେ ପେମେଣ୍ଟ କଲେ ୩ ପ୍ରତିଶତ ରିହାତି ପାଇପାରିବେ। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ୍‌ ପିଛା ୧୦ ପଇସା ରିହାତି ମିଳିବ। କୃଷି କ୍ଷେତ୍ର ପାଇଁ ବୃହତ୍‌ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ଏବଂ ବିଦ୍ୟୁତ୍‌ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଶୁଳ୍କ ଧାର୍ଯ୍ୟ କରାଯାଇଛି।
ଯେଉଁ ଉପଭୋକ୍ତାମାନେ ଅକ୍ଷୟ ଶକ୍ତିର ବ୍ୟବହାର କରୁଥିବା ପ୍ରମାଣପତ୍ର ନେବାକୁ ଚାହୁଁଛନ୍ତି, ସେମାନଙ୍କୁ ୟୁନିଟ୍‌ ପିଛା ଅଧିକ ୫୦ ପଇସା ଦେବାକୁ ପଡ଼ିବ। ଏହାପରେ ବିଭାଗ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ମିଳିବ। ଏଥିପାଇଁ ନିଜ ଅଞ୍ଚଳର ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଆବେଦନ କରିବାକୁ ପଡ଼ିବ।
ଏଥିସହିତ ଶିଳ୍ପ କ୍ଷେତ୍ରରେ ଅନେକ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଯେଉଁ ଷ୍ଟିଲ୍‌ ପ୍ଲାଣ୍ଟଗୁଡ଼ିକ ୬୫%ରୁ ୭୫% ମଧ୍ୟରେ ବିଦ୍ୟୁତ୍‌ ବ୍ୟବହାର କରିବେ ସେମାନଙ୍କୁ ୧୦%, ୭୫%ରୁ ୮୫% ମଧ୍ୟରେ ୨୦%, ୮୫%ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା କାରଖାନାଗୁଡ଼ିକୁ ବିଦ୍ୟୁତ୍‌ ଶୁଳ୍କରେ ୨୦% ରିହାତି ଦିଆଯିବ। ଏହି ନିୟମ ୧ ଏମ୍‌ଭିଏରୁ ୬ ଏମ୍‌ଭିଏ ବିଜୁଳି ବ୍ୟବହାର କରୁଥିବା କ୍ଷେତ୍ରରେ ଲାଗୁ ହେବ। ଯେଉଁମାନେ ୬ ଏମ୍‌ଭିଏରୁ ଅଧିକ ବିଜୁଳି ବ୍ୟବହାର କରୁଥିବେ ସେମାନଙ୍କୁ ୮% ଓ ୧୦% ରିହାତି ମିଳିବ। ଏହି
ସବୁ ନିୟମ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଲାଗୁ ହେବ ବୋଲି ଓଇଆରସି ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଓଡ଼ିଶା ପାଓ୍ବାର ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ(ଓପିଟିସିଏଲ୍‌)ର ବିଦ୍ୟୁତ୍‌ ପରିବହନ ୟୁନିଟ୍‌ ପିଛା ୨୮ ପଇସା ରହିଛି। ତେବେ ଗ୍ରୀଡ୍‌କୋ ଯୋଗାଉଥିବା ବଲ୍କ ବିଦ୍ୟୁତ୍‌ ଯୋଗାଣ (ବିଏସ୍‌ପି) ଦରକୁ ସଂଶୋଧିତ କରାଯାଇଛି। ପ୍ରତି ୟୁନିଟ୍‌ ପିଛା ୨୭୮.୦୬ ପଇସାରୁ ୨୯୭.୬୯ ପଇସାକୁ ବୃଦ୍ଧି କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ସକାଶେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଟିପିସିଓଡିଏଲ୍‌ଏ ପାଇଁ ପ୍ରତି କିଲୋଓ୍ବାଟ ପିଛା ୩ଟଙ୍କା, ଟିପିଏଓଡିଏଲ୍‌ ୨ଟଙ୍କା ୨୧ ପଇସା, ଟିପିଡବ୍ଲ୍ୟୁଓଡିଏଲ୍‌ ୩ଟଙ୍କା ୬୦ ପଇସା ଏବଂ ଟିପିଏସ୍‌ଓଡିଏଲ ପାଇଁ କିଲୋଓ୍ବାଟ ପିଛା ୨ଟଙ୍କା ୨୭ ପଇସା ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ଆସନ୍ତା ବର୍ଷ ପାଇଁ ଓଡ଼ିଶା ହାଇଡ୍ରୋପାଓ୍ବାର କର୍ପୋରେଶନ(ଓଏଚ୍‌ପିସି) ଶୁଳ୍କକୁ ହ୍ରାସ କରିଛି। ୟୁନିଟ୍‌ ପିଛା ଦର ୯୧.୪୨ ପଇସାରୁ ୯୦.୪୩ ପଇସାକୁ ହ୍ରାସ କରାଯାଇଛି।
ଏଠାରେ ସୂଚନାଯୋଗ୍ୟ ଯେ ବିଦ୍ୟୁତ୍‌ ଉତ୍ପାଦନକାରୀ, ବଣ୍ଟନକାରୀ ସଂସ୍ଥାଗୁଡ଼ିକ ବିଦ୍ୟୁତ୍‌ ଦର ୫ରୁ ୧୦ ପଇସା ବଢ଼ାଇବାକୁ ଓଇଆରସିଙ୍କ ନିକଟରେ ଆବେଦନ କରିଥିଲେ। ଓଇଆରସି ପକ୍ଷରୁ ଏ ନେଇ ଶୁଣାଣି କରାଯାଇଥିଲା। କରୋନା ସମୟରେ ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ବିଦ୍ୟୁତ୍‌ ଶୁଳ୍କ ନ ବଢ଼ାଇବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏପରି କି ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ବିଦ୍ୟୁତ୍‌ ଶୁଳ୍କ ନ ବଢ଼ାଇବାକୁ ଓଇଆରସିଙ୍କୁ ଅନୁରୋଧ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ପିଟିପିଟି ହତ୍ୟା: ପୋଲିସର ଚାଞ୍ଚଲ୍ୟକର ଖୁଲାସା

ଢାକା,୨୫।୧୨: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଛି। ମୃତକଙ୍କ ନାମ ଅମୃତ ମଣ୍ଡଳ ଓରଫ ସମ୍ରାଟ। ପୋଲିସ ଦାବି କରିଛି, ରାଜବାଡ଼ିର...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri