ଗୁଣାତ୍ମକ ସାମଗ୍ରୀ ପାଇଁ ବ୍ୟବସାୟ ତିଷ୍ଠିରହେ

ପାରିବାରିକ ବ୍ୟବସାୟରୁ ପର୍ସନାଲ ବିଜ୍‌ନେସର ଯାତ୍ରା କିଭଳି ଜାରି ରହିଛି?
ଭଦ୍ରକରେ ବାପାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଥିଲା। ଉଚ୍ଚଶିକ୍ଷା ଶେଷ ପରେ ବାପାଙ୍କୁ ସହଯୋଗ କରିବା ପାଇଁ ବ୍ୟବସାୟରେ ସାମିଲ ହୋଇଥିଲି। ବେପାର ଅଭିଜ୍ଞତା ହାସଲ ପରେ ୯୦ ଦଶକରେ ଆଉ ଏକ ସୁଯୋଗ ମିଳିଥିଲା। ଆରମ୍ଭ ହୋଇଥିଲା ନିଜସ୍ବ ଇଲୋକ୍ଟ୍ରୋନିକ୍ସ ବ୍ୟବସାୟ। ଏଲ୍‌ଜି ପକ୍ଷରୁ ବ୍ୟବସାୟ ପାଇଁ ଆବଶ୍ୟକ ସ୍ବୀକୃତି ପାଇ ଭଦ୍ରକ ସହରରେ ଏଲ୍‌ଜି ବେଷ୍ଟ ଶପ୍‌-ପ୍ରୋ ଭିଜୁଆଲ ଖୋଲିଥିଲି। ସେବେଠୁ ବ୍ୟବସାୟର ଯାତ୍ରା ଆଗକୁ ବଢ଼ିଚାଲିଛି। ପରିବାର ସହଯୋଗ ଓ ଗ୍ରାହକଙ୍କ ଭଲ ପାଇବା ଯୋଗୁ କାରବାର ଭଲ ରହିଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଆଶାବାଦୀ।
ବାଣିଜ୍ୟର ଛାତ୍ର ହୋଇ ବ୍ୟବସାୟ ପାଇଁ ମନବଳାଇଲେ, ନିଷ୍ପତ୍ତି କେତେ ଦୂର ଠିକ୍‌ ଥିଲା ବୋଲି ଭାବୁଛନ୍ତି?
ବ୍ୟବସାୟ କରିବା ପାଇଁ ବିଭାଗର ଆବଶ୍ୟକତା ନାହିଁ। ହେଲେ କଠିନ ପରିଶ୍ରମ ଓ ଲୋକସମ୍ପର୍କ ଜରୁରୀ। ବାଣିଜ୍ୟରେ ଉଚ୍ଚଶିକ୍ଷା ଶେଷ ପରେ ନିଯୁକ୍ତି ପାଇଁ କିଛି ସୁବିଧା ନ ଥିଲା। ବାହାର ରାଜ୍ୟକୁ ନ ଯାଇ ନିଜ ଅଞ୍ଚଳରେ କିଛି କରିବା ପାଇଁ ବହୁ ଲୋକ ପରାମର୍ଶ ଦେଇଥିଲେ। ଫଳରେ ପାରିବାରିକ ବ୍ୟବସାୟରେ ଯୋଗଦେବା ସହ ବ୍ୟବସାୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବାକୁ ଚେଷ୍ଟା କଲି। ଅଭିଜ୍ଞତା ହାସଲ ଏବଂ ବ୍ୟବସାୟୀ ହେବାର କଳା ମଧ୍ୟ ଗ୍ରହଣ କରି ଜଣାଶୁଣା କମ୍ପାନୀ ଏଲ୍‌ଜି ସହଯୋଗରେ ଏଲ୍‌ଜି ଉତ୍ପାଦ ବିକ୍ରି କରିବାକୁ ସୁଯୋଗ ପାଇଲି। ବଜାରରେ ଏକ ପ୍ରତିଷ୍ଠିତ ଇଲେକ୍ଟ୍ରୋନିକ୍ସ ପ୍ରତିଷ୍ଠାନ ଭାବେ ପରିଚୟ ସୃଷ୍ଟି ହେଲା। ବାପାଙ୍କ ପ୍ରେରଣା ଓ ପରିବାରର ସହଯୋଗ ଫଳରେ ଉଦ୍ଦେଶ୍ୟ ସାଧିତ ହୋଇଛି।
ବର୍ତ୍ତମାନ ବଜାରରେ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ କିଭଳି ରହିଛି?
କୋଭିଡ୍‌ ପୂର୍ବରୁ ଇଲେକ୍ଟ୍ରୋନିକ୍ସ ବ୍ୟବସାୟ ଆଶାନୁରୂପ ଥିଲା। କିନ୍ତୁ ୨୦୨୦ ପ୍ରଥମ ଭାଗରୁ ଆଜି ପର୍ଯ୍ୟନ୍ତ ଆଶା ଓ ଆଶଙ୍କା ମଧ୍ୟରେ ସଂଘର୍ଷ କରୁଛି। ବିଶେଷକରି ଅନ୍‌ଲାଇନ୍‌ ବ୍ୟବସାୟର ପ୍ରବେଶ ପରଠାରୁ ଅଫ୍‌ଲାଇନ୍‌ ବ୍ୟବସାୟ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଉପଯୁକ୍ତ ଦରଠାରୁ କମ୍‌ ଦାମ୍‌ ଓ ହୋମ୍‌ ଡେଲିଭରି ସହ ଆକର୍ଷଣୀୟ ଅଫର୍‌ ଆଦି ପ୍ରତ୍ୟକ୍ଷ ବ୍ୟବସାୟକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ଗୁଣାତ୍ମକ ସାମଗ୍ରୀ ଓ ସୁବିଧା ପ୍ରଦାନ ସହ ଲୋକସମ୍ପର୍କ ଯୋଗୁଁ ବ୍ୟବସାୟିକ ପ୍ରତିଷ୍ଠାନ ତିଷ୍ଠିରହିଛି। ଏସବୁ ପରେ ବ୍ୟବସାୟ କରିବାକୁ ହେଲେ ପରିଶ୍ରମ ସାଙ୍ଗକୁ ସାଧୁତା ରକ୍ଷା କରିବାକୁ ପଡ଼ିବ।
ଆପଣଙ୍କ ବ୍ୟବସାୟରେ ଟାର୍ଗେଟ କଷ୍ଟମର କିଏ ଏବଂ ସର୍ବାଧିକ ବିକ୍ରୟ ସାମଗ୍ରୀ କ’ଣ?
ଭଦ୍ରକ ଏକ କୃଷିଭିତ୍ତିକ ଜିଲା। ଏହାର ବଜାରଗୁଡ଼ିକ ମଧ୍ୟ ଗ୍ରାମୀଣ ଓ ସହରଭିତ୍ତିକ ବଜାର। ଭଦ୍ରକ ଜିଲା ସହ ଏହାର ପଡ଼ୋଶୀ ଜିଲାର ଗ୍ରାହକମାନେ ମଧ୍ୟ ଭଦ୍ରକ ସହରକୁ ଆସିଥାନ୍ତି। ଏହି ବଜାର ବିଶେଷକରି ମଧ୍ୟମବର୍ଗଙ୍କ ଦ୍ୱାରା ପରିଚାଳିତ। ଏଠାରେ ସବୁପ୍ରକାରର ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଚାହିଦା ରହଛି। ବିଶେଷକରି ୩୨ ଇଞ୍ଚ ଏଲ୍‌ଇଡି ଟିଭି ସହ ରେଫ୍ରିଜରେଟର ଓ ୱାଶିଂମେଶିନ ଭଳି ସାମଗ୍ରୀ ସର୍ବାଧିକ ବିକ୍ରି ହେଉଛି। ଏସି, ମାଇକ୍ରୋ ଓଭେନ୍‌ ଭଳି ଉତ୍ପାଦର ଡିମାଣ୍ଡ ମଧ୍ୟ ରହୁଛି।
ବର୍ତ୍ତମାନ ଇଲେକ୍ଟ୍ରୋନିକ୍ସ ବଜାରରେ କ’ଣ ସବୁ ସମସ୍ୟା ରହିଛି ଏବଂ ତାହା ବ୍ୟବସାୟ କ୍ଷେତ୍ରରେ କିଭଳି ଅସୁବିଧା ସୃଷ୍ଟି କରୁଛି?
କୋଭିଡ୍‌ର ପ୍ରଥମ ଲହରଠାରୁ ଅଦ୍ୟାବଧି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ପ୍ରାୟ ୪୦% ବେପାର ହ୍ରାସ ପାଇଛି। ବ୍ୟବସାୟରେ ସଙ୍ଘୀୟ ବ୍ୟବସ୍ଥା ସହ ଆନ୍ତର୍ଜାତୀୟ ବାଣିଜ୍ୟ ଚୁକ୍ତି ମଧ୍ୟ ବାଧକ ସାଜିଛି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଓ ଆମଦାନୀରେ ବଡ଼ ସମସ୍ୟା ରହିଥିବାବେଳେ କମ୍ପାନୀଗୁଡ଼ିକ ମଧ୍ୟ ଆବଶ୍ୟକତା ଅନୁସାରେ ସାମଗ୍ରୀ ଯୋଗାଇ ପାରୁନାହାନ୍ତି। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ପାଇଁ ଆବଶ୍ୟକ ପ୍ରମୁଖ ଉପାଦାନ ସହ ଚାଇନାରୁ ସାମଗ୍ରୀ ଆସି ପାରୁ ନ ଥିବାରୁ ଉଭୟ କମ୍ପାନୀ ଓ ଡିଲରମାନେ ଗ୍ରାହକଙ୍କ ଚାହିଦା ପୂରଣ କରିପାରୁନାହାଁନ୍ତି।
ଅବସର ସମୟରେ କ’ଣ କରିବାକୁ ଭଲ ପାଆନ୍ତି?
ବ୍ୟବସାୟ କ୍ଷେତ୍ରରେ ପ୍ରତିଯୋଗିତା ରହିଥିବାରୁ ସମୟ ବାହାର କରିବା କଷ୍ଟକର। ତଥାପି ସାଙ୍ଗସାଥୀ ବନ୍ଧୁ ପରିଜନଙ୍କ ସହ ସମୟ ବିତାଇବାକୁ ଚାହେଁ। ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ଉଭୟ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ନ ରହିଲେ ମଧ୍ୟ ଆବଶ୍ୟକ ସହଯୋଗ ପାଇଁ ପ୍ରଚେଷ୍ଟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri