ପଟ୍ଟାଙ୍ଗୀ: ମାସକରେ ୫ ନବଜାତ ଶିଶୁ ମୃତ

ପଟ୍ଟାଙ୍ଗୀ, ୨୧।୩(ଡି.ଏନ.ଏ.): ମା’ ଓ ଶିଶୁ ମୃତ୍ୟୁ ରୋକିବାକୁ ପ୍ରଶାସନ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁନାହିଁ । ଫଳରେ ଶିଶୁମୃତ୍ୟୁକୁ ରୋକି ହେଉନାହିଁ। ଗୋଟିଏ ମାସରେ ୫ ନବଜାତ ଶିଶୁ ମୃତ୍ୟୁବରଣ କରିବା ପରି ଘଟଣା କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଅମ୍ପାବାଲି ପଞ୍ଚାୟତର ଚିକାପାରୁ ଗ୍ରାମରେ ଘଟିଛି। ଏହି ଗ୍ରାମରେ ବସବାସ କରୁଥିବା ମାରି ସିମାଦ୍ରିଙ୍କ ଏକ ଶିଶୁପୁତ୍ର ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିଲା। ମାତ୍ର ଜନ୍ମ ସମୟରେ ଶିଶୁପୁତ୍ରଟି ଭଲ ଥିବା ବେଳେ ଗ୍ରାମକୁ ଫେରିବା ପରେ ପରିବାର ଲୋକେ ଶିଶୁକୁ ହଳଦୀ ଲଗାଇ ଥଣ୍ଡା ପାଣିରେ ଗାଧୋଇ ଦେଇଥିଲେ। ଯାହାଦ୍ୱାରା ଶିଶୁଟିକୁ ଥଣ୍ଡା ଜ୍ୱର ସହ ନିମୋନିଆ ହୋଇଥିଲା । ଏଥିରେ ତାର ମୃତ୍ୟୁ ହୋଇଥିଲା। ସେହିପରି ଗ୍ରାମର ମାରି ନାଇଡୁଙ୍କ ୨୧ ଦିନର ଶିଶୁୁ, ମାରି ସମାରଙ୍କ ଦୁଇ ମାସର ଶିଶୁ ଏବଂ ମାରି ଭାସ୍କରଙ୍କ ତିନି ମାସର ଶିଶୁର ନିମୋନିଆରେ ମୃତ୍ୟୁ ହୋଇଛି ଗେମେଲ ଲିଙ୍ଗୁଙ୍କ ଦେଢ ମାସର ଶିଶୁ ପୁତ୍ର ଝାଡାରେ ଆକ୍ରାନ୍ତ ହୋଇ ତାର ମୃତ୍ୟୁ ଘଟିଥିବା ଜଣାପଡିଛି। ଏନେଇ ସୂଚନା ପାଇ ସୁଙ୍କି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଏକ ଡାକ୍ତରୀ ଟିମ୍‌ ଚିକାପାରୁ ଗ୍ରାମରେ ପହଞ୍ଚତ୍ ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାର ବର୍ଗଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମରେ ଥିବା ଅନ୍ୟ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ପରିବାର ଲୋକଙ୍କୁ ବୁଝାଇ ଫେରିଛନ୍ତି । ସୂଚନାଯୋଗ୍ୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରତି ମାସରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ହେଉଥିବା ଭିଲେଜ ହେଲଥ ନିୟୁଡ୍ରେସନ ଡେ କାର୍ଯ୍ୟକ୍ରମରେ ଏହି ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା। ଶିଶୁମାନଙ୍କୁ ଥଣ୍ଡା ପାଣିରେ ନ ଗାଧୋଇବା ଲାଗି ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ମାତ୍ର ପରିବାର ଲୋକେ ଏହି ପରାମର୍ଶ ନ ମାନି ଶିଶୁମାନଙ୍କୁ ଥଣ୍ଡା ପାଣିରେ ଗାଧୋଇବାରୁ ସେମାନେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri