ଆଶ୍ରମ ଭିତରେ ଅନ୍ତରଙ୍ଗ ଭିଡିଓ ଭାଇରାଲ

ଭୁବନେଶ୍ୱର,୧୮।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ନିର୍ଯାତନା ପରେ ହତ୍ୟା କରି ପୋତି ଦିଆଯିବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ମାନସଙ୍କୁ ଚାନ୍ଦବାଲିରୁ ଅପହରଣ ପରେ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଥିବା ଦୟାଲ ବୃଦ୍ଧାଶ୍ରମରେ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ସେଠାରେ ତାଙ୍କୁ ହତ୍ୟା କରାଯାଇ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ନରେନ୍ଦ୍ରପୁର ବୋଧିପାଟଣା ଜଙ୍ଗଲରେ ମାଟି ଖୋଳି ପୋତି ଦିଆଯାଇଥିଲା। ପୋଲିସ ତଦନ୍ତକୁ ତ୍ୱରାନ୍ବିତ କରିବା ସହ ହତ୍ୟା ପଛର ରହସ୍ୟକୁ ଉନ୍ମୋଚନ କରିବାରେ ଲାଗି ପଡିଛି। ଏକ ମେମୋରି ଚିପ୍‌ ପାଇଁ ମାନସଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ଫେରାର ଥିବା ଓ୍ବେବ୍‌ ପୋର୍ଟାଲ ‘ସମ୍ପୂର୍ଣ୍ଣା’ର ମାଲିକାଣୀ ତଥା ଖବରଦାତା ଶର୍ମିଷ୍ଠା ଏବଂ ଅନ୍ୟଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ପୋଲିସ ଦୃଢ଼ ହେବାରେ ଲାଗିଛି। ଏପରିସ୍ଥିତିରେ ଉକ୍ତ ବୃଦ୍ଧାଶ୍ରମ ଭିତରର ଏକ ଅନ୍ତରଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଜଣାଶୁଣା ବ୍ୟକ୍ତି ଥିବା ଜଣାପଡିଛି। ଶର୍ମିଷ୍ଠାଙ୍କ ୱେବ୍‌ ପୋର୍ଟାଲର ମୁଖ୍ୟ କାର୍ଯ୍ୟାଳୟ ଆଶ୍ରମର ଉପର ମହଲାରେ ଥିଲା। ସେଠାକୁ ଅନେକ ସମୟରେ ନେତା ଓ ପ୍ରଶାସନିକ ଅଧିକାରୀମାନେ ଆସୁଥିଲେ ବୋଲି କେୟାରଟେକର କହିଥିଲେ। ଏବେ ଭାଇରାଲ ଭିଡିଓରେ ଆପତ୍ତିଜନକ ଘଟଣା ରହିଥିବାରୁ ପୋଲିସର ସନ୍ଦେହ ଆହୁରି ବଢ଼ିଯାଇଛି। ହୁଏତ ଉକ୍ତ ଚିପ୍‌ରେ ସେମିତି କିଛି ଆପତ୍ତିଜନକ ଦୃଶ୍ୟ ଥାଇପାରେ, ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଯାଇଛି। ତେବେ ହତ୍ୟା ପରେ ଉକ୍ତ ଚିପ୍‌ ନେଇ ଶର୍ମିଷ୍ଠା ଫେରାର ହେବା ସହ ତାହାକୁ ନଷ୍ଟ କରିଦେଇ ପାରିଥାନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।
ଶର୍ମିଷ୍ଠାଙ୍କ ସହ ଫେରାର ଝୁନାଙ୍କ ସ୍ବାମୀ ମୁହଁ ଖୋଲିଲେ
ଶର୍ମିଷ୍ଠାଙ୍କ ସହ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବିରିବନ୍ଧ ସାହିର ଝୁନା ଭୋଇ ନାମ୍ନୀ ଜଣେ ମହିଳା ଫେରାର ହୋଇଯାଇଥିବା ପୋଲିସ ସୂଚନା ପାଇଛି। ସେ ଉକ୍ତ ଆଶ୍ରମରେ କାମ କରୁଥିଲେ। ଗୁରୁବାର ଝୁନାଙ୍କ ସ୍ବାମୀ ଅରୁଣ ଭୋଇ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଗତ ମାର୍ଚ୍ଚ ୭ରେ ଶର୍ମିଷ୍ଠାଙ୍କ ସହ ମୋ ସ୍ତ୍ରୀ ଯାଇଥିଲେ। ଗଲାବେଳେ ଚାନ୍ଦବାଲି ଯାଉଛନ୍ତି ବୋଲି ମତେ କହିଥିଲେ। ହେଲେ ସେହି ଦିନଠାରୁ ତାଙ୍କ ମୋବାଇଲ ଫୋନ୍‌ ବନ୍ଦ ରହିଛି। ଏନେଇ ସେ ପୋଲିସକୁ ଜଣାଇଥିବା କହିଛନ୍ତି। ଏଥିସହ ୨୫ ଦିନ ତଳେ ଝୁନା ଓ ଶର୍ମିଷ୍ଠା ଉକ୍ତ ଚିପ୍‌ ବିଷୟରେ କଥା ମଧ୍ୟ ହେଉଥିଲେ ବୋଲି ସେ କହିଛନ୍ତି। ତେବେ ଯଦି ଝୁନା ଦୋଷୀସାବ୍ୟସ୍ତ ହୁଅନ୍ତି ଆଇନ ଅନୁସାରେ ଦଣ୍ଡ ମିଳୁ ବୋଲି ସ୍ବାମୀ ଅରୁଣ କହିଛନ୍ତି।
ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ମାନସଙ୍କ ମା’
ମାନସଙ୍କ ହତ୍ୟାକୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ସହଯୋଗୀମାନେ ଧରାପଡୁ ନ ଥିବାରୁ ପୋଲିସ ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ମାନସଙ୍କ ମା’ ଯମୁନା ସ୍ବାଇଁ। ଯମୁନା କାନ୍ଦି କାନ୍ଦି ଗଣମାଧ୍ୟମକୁ କହିଛନ୍ତି, ଯଦି ମୋ ପୁଅର ଶବକୁ ମାସେ ପରେ ପୋଲିସ ଖୋଜି ପାଇଲା ତା’ହେଲେ ଶର୍ମିଷ୍ଠା ରାଉତଙ୍କୁ କାହିଁକି ଖୋଜି ପାଇ ପାରିବ ନାହିଁ। ସମସ୍ତ ଅଭିଯୁକ୍ତଙ୍କୁ ଯେମିତି ହେଲେ ଗିରଫ କରିବା ସହ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି।
କମିଶନରେଟ ପୋଲିସର ସହଯୋଗ ଲୋଡ଼ିଲା ଚାନ୍ଦବାଲି ପୋଲିସ
କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଯାବତ୍‌ ୩ ଅଭିଯୁକ୍ତ ଧରାପଡ଼ିଥିବାବେଳେ ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ଶର୍ମିଷ୍ଠାଙ୍କ ସମେତ ୨ ମହିଳା ଓ ଜଣେ ପୁରୁଷ ଫେରାର ଥିବା ଜଣାପଡ଼ିଛି। ପୁଣି ଭୁବନେଶ୍ୱରରେ ରହୁଥିବା ଶର୍ମିଷ୍ଠା ବିଭିନ୍ନ ନେତା ମନ୍ତ୍ରୀଙ୍କ ସହ ସମ୍ପର୍କରେ ଥିବାରୁ ଏହି ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। କାରଣ ସେ ସୋସିଆଲ୍‌ ମିଡିଆରେ ବହୁ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି। ପୁଣି ଭୁବନେଶ୍ୱରରେ ହିଁ ନିର୍ଯାତନା ସହ ହତ୍ୟା କରାଯାଇଥିବାରୁ ଚାନ୍ଦବାଲି ପୋଲିସ କମିଶନରେଟ ପୋଲିସର ସହଯୋଗ ଲୋଡ଼ିଛି। ଏହି ମାମଲାରେ କମିଶନରେଟ ପୋଲିସ ସହଯୋଗ କରୁଥିବା ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri