ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ ସରପଞ୍ଚ ପ୍ରାର୍ଥନୀ ରାଜ୍ୟ ନିର୍ବାଚନ କମିଶନଙ୍କଠାରେ ଅଭିଯୋଗ କରିଛନ୍ତି। କମିଶନ ତାଙ୍କ ଆବେଦନକୁ ଗୁରୁତର ସହ ଗ୍ରହଣ କରି କେନ୍ଦୁଝର ଜିଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ୧୪ଟି ୱାର୍ଡକୁ ନେଇ ଗଠିତ ଶଢା ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଭାରତୀ ପାତ୍ର, ସାଗରିକା ଯେନା ଓ ସୁକାନ୍ତି ପାତ୍ର ନିର୍ବାଚନ ଲଢ଼ୁଥିଲେ। ପଞ୍ଚାୟତର ମୋଟ ୪୫୭୦ଜଣ ଭୋଟର ମତଦାନ କରିଥିବା ବେଳେ ବୈଧ ଭୋଟ ସଂଖ୍ୟା ୪୪୨୬ ଏବଂ ରିଜେକ୍ଟ ଭୋଟ ସଂଖ୍ୟା ୧୪୫ଅଟେ। ଭାରତୀଙ୍କୁ ୩୩ ଖଣ୍ଡ, ସାଗରିକାଙ୍କୁ ୨୨୦୯ଖଣ୍ଡ ଓ ସୁକାନ୍ତିଙ୍କୁ ୨୧୮୪ ଖଣ୍ଡ ଭୋଟ ମିଳିଥିଲା। ବ୍ଲକ ପକ୍ଷରୁ ସାଗରିକାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଏହାର ପ୍ରତିବାଦରେ ସୁକାନ୍ତି କେନ୍ଦୁଝର ଜିଲାପାଳ, ଆନନ୍ଦପୁର ଉପଜିଲାପାଳ,ହାଟଡିହୀ ବିଡିଓ ଏବଂ ରାଜ୍ୟ ନିର୍ବାଚଚ କମିଶନଙ୍କଠାରେ ଲିଖିତ ଅଭିଯୋଗ କରିଥିଲେ। ବୃଦ୍ଧାଙ୍ଗୁଳି ଛାପରେ ତାଙ୍କ ସପକ୍ଷରେ ହୋଇଥିବା ବହୁ ମତଦାନକୁ ରିଜେକ୍ଟ କରାଯାଇଥିବାରୁ ସେ ପରାଜିତ ହୋଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ରିଜେକ୍ଟ ହୋଇଥିବା ସେହି ସବୁ ମତଦାନକୁ ବୈଧ ଭାବେ ପୁନଃଗଣନା ପାଇଁ ସେ ନିବେଦନ କରିଛନ୍ତି। ବିଡିଓ ବିନୀତା ବିଜୟିନୀ ବୃଦ୍ଧାଙ୍ଗୁଳି ଛାପରେ ମତଦାନକୁ ଅବୈଧ କହିଥିବା ବେଳେ ଆନନ୍ଦପୁର ଉପଜିଲାପାଳ ଗୋପୀନାଥ କୁଅଁର ଏପରି ମତଦାନ ବୈଧ ବୋଲି କହିଛନ୍ତି। ଅପରପକ୍ଷେ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଫକୀର ଚରଣ ଶତପଥୀ ଏକ ଗାଇଡ୍‌ଲାଇନ ସମସ୍ତ ଉପଜିଲାପାଳ, ବିଡିଓ ଏବଂ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ପ୍ରେରଣ କରି ବୃଦ୍ଧାଙ୍ଗୁଳି ଛାପରେ ମତଦାନ ବୈଧ ବୋଲି ଏକ ଚିଠିରେ ଉଲ୍ଲେଖ କରିଥିଲେ। ନିର୍ବାଚନ କମିଶନଙ୍କ ଡେପୁଟି ସେକ୍ରେଟାରୀ ଏ.ଏଚ୍‌.ପାଣିଗ୍ରାହୀ ଚିଠିନଂ. ୫୧୯୩/୧୬ା୩ା୨୦୨୨ରେ କେନ୍ଦୁଝର ଜିଲାପାଳଙ୍କୁ ଅଭିଯୋଗର ତଦନ୍ତ ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

ବେଆଇନ ବାଲି ଉତ୍ତୋଳନକୁ ନେଇ ତୁମୁଳକାଣ୍ଡ, ମାଫିଆଙ୍କ ଆକ୍ରମଣରେ ୨ ଆହତ

ପାଟଣା,୧୭ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଟାଙ୍ଗରପଡ଼ା ପଞ୍ଚାୟତ ନୂଆପଡ଼ା ବୈତରଣୀ ନଦୀଘାଟରୁ ମଙ୍ଗଳବାର ରାତ୍ରି ବେଆଇନ ବାଲି ଉତ୍ତୋଲାନକୁ ନେଇ ତୁମୁଳ କାଣ୍ଡ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri