ନର୍ଦ୍ଦମା ଯନ୍ତ୍ରଣାରେ ଅଣନିଃଶ୍ୱାସୀ

ବାଲେଶ୍ୱର ଅଫିସ, ,୧୫।୩ ବାଲେଶ୍ୱର ପୌରାଞ୍ଚଳର ୩୧ଟି ଓ୍ବାର୍ଡ ମଧ୍ୟରୁ ୧୯ ନଂ. ଓ୍ବାର୍ଡ ପ୍ରମୁଖ ଅଟେ। ଏହି ଓ୍ବାର୍ଡରେ ରେଳଷ୍ଟେଶନଠାରୁ ଆରମ୍ଭ କରି ଫାଣ୍ଡି ଛକରୁ ଅଦାଲତ ଯାଏ, ଷ୍ଟେଶନ ଛକରୁ ପୋଲିସଲାଇନ୍‌ ଛକ, ପୋଲିସଲାଇନ୍‌ ଛକରୁ ଏସ୍‌ପି ଅଫିସ୍‌ ସାମ୍ନା ପର୍ଯ୍ୟନ୍ତ, ଭାସ୍କରଗଞ୍ଜ, ତେଲେଙ୍ଗାସାହି ଓ ଅଙ୍ଗାରଗଡ଼ିଆ (ଆଂଶିକ) କଲ୍ୟାଣନଗର, ସାହିନଗର, ରେଲୱେ କଲୋନୀ ଆଦି ହିଛି। ସହରର ମୁଖ୍ୟ ରାସ୍ତା ଓଟି ରୋଡ୍‌କୁ ଛାଡି ଦେଲେ ଅନ୍ୟ ରାସ୍ତାଗୁଡିକରେ ଡ୍ରେନ୍‌ ନାହିଁ କହିଲେ ଚଳେ। ଯେଉଁଠି ବି ଡ୍ରେନ ଅଛି, ତାହାର ଦୁର୍ଗନ୍ଧଯୁକ୍ତ ପାଣି ରାସ୍ତା ଉପରେ ଚାଲୁଥିବାରୁ ଲୋକେ ଅଣନିଃଶ୍ୱାସୀ ହୋଇପଡିଲେଣି। ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ ପାଣି ଦେଖିବାକୁ ମିଳେ। ଅନ୍ୟପକ୍ଷରେ ଷ୍ଟେଶନ ଛକରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଥିବା ରୋଡ ଡିଭାଇଡର ସୌନ୍ଦର୍ଯ୍ୟକରଣ ପାଇଁ କରାଯାଇଥିଲେ ମଧ୍ୟ ରାତିବେଳା ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ପାର୍ଶ୍ୱରେ ଥିବା ଅର୍ଦ୍ଧନିର୍ମିତ ଦୋକାନ ଘର ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ୧୯ନଂ. ୱାର୍ଡ଼ରେ ୫୩୬ ପରିବାର ରହୁଛନ୍ତି। ମୋଟ ଭୋଟର ସଂଖ୍ୟା ୨୭୨୭। ସବୁବେଳେ ରାସ୍ତାଘାଟ ଗହଳି ହେବା ସହ ଏହି ୱାର୍ଡ଼ରେ ସପିଂମଲ୍‌ଠାରୁ ଆରମ୍ଭ କରି ବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅଫିସ୍‌ ରହିଛି। ପ୍ରକୃତରେ ଏହି ଅଞ୍ଚଳରେ ୨୫ହଜାରରୁ ଊର୍ଦ୍ଧ୍ୱ ଲୋକ ବାହାରୁ ଆସି ବସବାସ କରୁଛନ୍ତି। ମାତ୍ର ୱାର୍ଡ଼ରେ ଡ୍ରେନ୍‌ ସଫା ନ ହେବା ଓ ଠିକ୍‌ ସମୟରେ ଅଳିଆ ଉଠା ନ ହେବା, ମହାନାଳ ବି ବର୍ଷ ବର୍ଷ ଧରି ସଫା ନ ହେବା ଏଠାକାର ପ୍ରମୁଖ ସମସ୍ୟା। ସାମାନ୍ୟ ବର୍ଷା ହେଲେ ପାଣି ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘର ଭିତରେ ପଶୁଛି। ସେମିତି ୱାର୍ଡରେ ଅଳିଆ ପକାଇବା ପାଇଁ ମ୍ୟୁନିସିପାଲିଟି ପକ୍ଷରୁ ଡଷ୍ଟବିନ୍‌ ବି ଦିଆଯାଇନାହଁି। ଲୋକେ ବାଧ୍ୟ ହୋଇ ରାସ୍ତା ଉପରେ ଅଳିଆ ଫିଙ୍ଗୁଛନ୍ତି। ପ୍ରତିଦିନ ଅଳିଆ ଉଠା ଯାଉ ନ ଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଅନ୍ୟପକ୍ଷରେ ୱାର୍ଡ଼ର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦିଆଯାଉନାହଁି। ଷ୍ଟେସନ୍‌ ଛକରୁ ରେଳଷ୍ଟେଶନ ପର୍ଯ୍ୟନ୍ତ ଥିବା ରୋଡ ଡିଭାଇଡର ଭିତରେ ସୌନ୍ଦର୍ଯ୍ୟକରଣ କରାଯାଉନାହଁି। ସେଥିପାଇଁ ଡିଭାଇଡର ଏବେ ଅସହାୟଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଅସହାୟଙ୍କୁ ଥଇଥାନ କରାଯାଉ ନାହଁି କି ଡିଭାଇଡର୍‌ ଭିତରେ ‘ମୁକ୍ତା’ ଯୋଜନାରେ ଗଛ ଲଗାଯାଉନାହଁି। ସେହିପରି ୱାର୍ଡ଼ରେ ଯେଉଁ ନଳକୂପ ରହିଛି, ତାହାର ପାଣି ବ୍ୟବହାର ଉପଯୋଗୀ ନୁହେଁ। ପାଣିରେ ଅଧିକ ଆଇରନ ଆସୁଥିବାରୁ ଏହାକୁ ବ୍ୟବହାର ଅନୁପଯୋଗୀ ବୋଲି ୱାର୍ଡ଼ବାସୀ ଅଭିଯୋଗ କରିଛନ୍ତି।
ଏନେଇ ପୂର୍ବତନ ୱାର୍ଡ଼ କାଉନ୍‌ସିଲର ବିଶ୍ୱଜିତ ମହାପାତ୍ର କହନ୍ତି, କାମଚଳା ନୀତିରେ ଡ୍ରେନ୍‌ ସଫା ହେଉଛି। ଫଳରେ ଡ୍ରେନ୍‌ ପୋତିବାକୁ ବସିଲାଣି। ରେଳଷ୍ଟେଶନ ରାସ୍ତାରେ ରାତି ହେଲେ ଅସାମାଜିକଙ୍କ ଦୌରାମତ୍‌ୟ ବୃଦ୍ଧି ପାଉଛି। ପରିତ୍ୟକ୍ତ ଦୋକାନ ଘର ବେଶ୍‌ ସହାୟକ ହେଉଛି। ଏନେଇ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇ ନ ପାରିବା ଦୁର୍ଭାଗ୍ୟଜନକ ବିଷୟ ବୋଲି କହିଛନ୍ତି। ସ୍ଥାନୀୟ ବାସିନ୍ଦା ବିକାଶ ଦାସ କହନ୍ତି, ଅଳିଆ ପକାଇବାକୁ ଡଷ୍ଟବିନ୍‌ ନ ଥିବାରୁ ଲୋକେ ପଲିଥିନ୍‌ରେ ବାନ୍ଧି ରାସ୍ତା କଡ଼ରେ ପକାଉଛନ୍ତି। ଫଳରେ ଗାଈ, କୁକୁର ଟାଣି ଏଠିସେଠି ପକାଉଛନ୍ତି। ବର୍ଷା ହେଲେ ଉକ୍ତ ଅଳିଆ ବର୍ଷା ପାଣିରେ ଭାସି ଲୋକଙ୍କ ଘରେ ପଶିଯାଇ ସମସ୍ୟା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ତୁଷାରପାତରେ… 

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଏବେ ଅସହ୍ୟ ଜାଡ଼ । ତାପମାତ୍ରା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ଏବେ...

କୁକୁର, ଗାଈ ନେଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି

ଭୁବନେଶ୍ୱର,୧୦।୧୨: ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗର ଚିଠି। କୁକୁର, ଗାଈ କଲେଜରେ ପ୍ରବେଶ ରୋକିବା ପାଇଁ ପଦକ୍ଷେପ ନେବାକୁ ଚିଠି ହୋଇଛି। କଲେଜରେ...

ତାମିଲ ବାବୁଙ୍କୁ ଧର…ମୋହନ ସରକାରଙ୍କୁ କାହିଁକି ଏମିତି କହିଲେ ରଣେନ୍ଦ୍ର

ଭୁବନେଶ୍ୱର,୧୦।୧୨(ରବି ନାରାୟଣ ଜେନା):ନିର୍ବାଚନ ବେଳେ ତାମିଲ ବାବୁ ଚାବି ନେଇଗଲେ ବୋଲି କହୁଥିଲ। ଏବେ ତାମିଲ ବାବୁଙ୍କୁ ଧର ବୋଲି ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର...

ଯୁକ୍ତ୨ ପରୀକ୍ଷା ସୂଚୀରେ ପରିବର୍ତ୍ତନ

ଭୁବନେଶ୍ୱର,୧୦।୧୨(ସୁଚିସ୍ମିତା ସାହୁ): ଯୁକ୍ତ୨ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିବର୍ତ୍ତିତ ସୂଚୀ ଅନୁଯାୟୀ, ମାର୍ଚ୍ଚ ୧୧ରେ ହେବାକୁ...

୧୮ ଦିନ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୧୦।୧୨ (ରବିନାରାୟଣ ଜେନା): ସପ୍ତଦଶ ବିଧାନସଭାର ପଞ୍ଚମ ତଥା ଶୀତକାଳୀନ ଅଧିବେଶନ ୧୮ ଦିନ ପୂର୍ବରୁ ମଙ୍ଗଳବାର ଅପରାହ୍ନରେ ଶେଷ ହୋଇଛି। ଗୃହର କୌଣସି ସରକାରୀ...

୧୨ ଯାଏ ଥରିବ ଓଡ଼ିଶା: ଓ୍ବେଭ୍‌ ପାଇଁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆହୁରି ୩ ଦିନ ପର୍ଯ୍ୟନ୍ତ ଶୀତ ଲହରି ବା କୋଲ୍ଡ ଓ୍ବେଭ୍‌ ଜାରି...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri