ଏନ୍‌ଓସି ଦେଇଛି ଏନ୍‌ଏମ୍‌ଏ: ରାଜ୍ୟ ସରକାର

ପୁରୀ ଅଫିସ,୧୨।୩: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ନୋ ଅବ୍‌ଜେକ୍ସ ସାର୍ଟିଫିକେଟ (ଏନ୍‌ଓସି) ଦେଇଥିବାବେଳେ ଆଇନସମ୍ମତ ଭାବେ କାର୍ଯ୍ୟ ଚାଲିଛି ବୋଲି ରାଜ୍ୟ ସରକାର ଶୁକ୍ରବାର ଏକ ପ୍ରେସ୍‌ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପୁରୀ ଐତିହ୍ୟ କରିଡ଼ର ପ୍ରକଳ୍ପ ଜଷ୍ଟିସ୍‌ ବି.ପି.ଦାସ ଆୟୋଗଙ୍କ ସୁପାରିସ ଉପରେ ଆଧାରିତ। ଏହି ପ୍ରକଳ୍ପ ନେଇ ସମସ୍ତ ହିତାଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନେତୃତ୍ୱରେ ଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପାରିତ ହୋଇଥିଲା। ୨୦୨୧ ଫେବୃୟାରୀ ୨୭ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତିକ୍ରମେ ଏହି ପ୍ରକଳ୍ପ ପାରିତ ହୋଇସାରିଛି। ବିଗତ ଦିନରେ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କ ଏହି ପ୍ରକଳ୍ପ କାର୍ଯ୍ୟକୁ ସମର୍ଥନ କରିଥିଲେ ଓ ଅନୁମତି ଦେବା ପାଇଁ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ର ରିଟ୍‌ ପିଟିଶନ୍‌ (ସିଭିଲ୍‌) ନଂ. ୬୪୯, ତା-୪ ନଭେମ୍ବର ୨୦୧୯ର ଆଦେଶରେ ସୁପ୍ରିମ୍‌କୋର୍ଟ ଏହାର ୫୬-୫୭ ପୃଷ୍ଠାରେ କହିଛନ୍ତି, ଆମେ ଆମର କୃତଜ୍ଞତାକୁ ରେକର୍ଡ କରିଛୁ ଯେ, ବିକାଶରେ ସମସ୍ତ ହିତାଧିକାରୀ ଖୁସି ଅଛନ୍ତି। ଏହା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକ୍ଷମ ହେଉଛି ଓ ସେମାନେ ପ୍ରଭୁ ଜଗନ୍ନାଥଙ୍କ ଗୌରବ ଗାଥାର ପୁନରୁଦ୍ଧାରରେ ପରସ୍ପର ସହଯୋଗ କରୁଛନ୍ତି। ଏହି କାର୍ଯ୍ୟରେ ସହଯୋଗ ଓ ଅନୁମତି ଦେବା ପାଇଁ ଆମେ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛୁ। ଏନ୍‌ଏମ୍‌ଏ ଚିଠି ନଂ. ୨-୫/୮୦/୨୦୨୧-ଏନ୍‌ଓସି/ଏନ୍‌ଏମ୍‌ଏର ୨୦୨୧ ସେପ୍ଟେମ୍ବର ୪ରେ ଶ୍ରୀମନ୍ଦିର ଓ ଏହାର ଆଖପାଖରେ ବିକାଶ କାର୍ଯ୍ୟ ପାଇଁ ଏନ୍‌ଓସି ପ୍ରଦାନ କରିଛି। ଏନ୍‌ଓସିରେ ଉଲ୍ଲେଖ ରହିଛି ଯେ, ନିଷିଦ୍ଧାଞ୍ଚଳରେ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ପ୍ରାଧିକରଣର କୌଣସି ଆପତ୍ତି ନାହିଁ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମଧ୍ୟ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ସମର୍ଥନ କରିଛି। ଏଏସ୍‌ଆଇ ମହାନିର୍ଦ୍ଦେଶକ ଗତ ସେପ୍ଟେମ୍ବର ୨୧ରେ ଶ୍ରୀମନ୍ଦିର ପରିଦର୍ଶନ କରି ଐତିହ୍ୟ ପରିକ୍ରମା ପ୍ରକଳ୍ପ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଏଏସ୍‌ଆଇ ଚିଠି ନମ୍ବର ମାଧ୍ୟମରେ ଏକ ନୋଟ୍‌ -ଟି-୧୯୦୩୮/୧୬/୨୦୨୧-ଏମ୍‌. ତାରିଖ- ୫ ମାର୍ଚ୍ଚ ୨୦୨୨ରେ କୁହାଯାଇଛି, ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ମନ୍ଦିର ବାହ୍ୟ ପରିବେଶକୁ ସୁବିଧାଜନକ ଓ ସୌନ୍ଦର୍ଯ୍ୟକରଣ କରିବା। ପ୍ରସ୍ତାବିତ ସୁବିଧାଗୁଡ଼ିକ ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ରହୁଛି। ଯେହେତୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ସୁବିଧା ଆବଶ୍ୟକ, ଏଣୁ ଏହାକୁ ଅନୁମତି ଦିଆଯାଇପାରେ। ରାଜ୍ୟ ସରକାରଙ୍କ ସହ ସମନ୍ବୟ ରଖି ଏଏସ୍‌ଆଇ କାର୍ଯ୍ୟ କରିବ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ସଂପୃକ୍ତ ବିକାଶମୂଳକ କାର୍ଯ୍ୟ ପାଇଁ ଏଜେଣ୍ଡା ଆଇଟମ୍‌ ନମ୍ବର-୫ ମାଧ୍ୟମରେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ସମର୍ଥନ, ଏନ୍‌ଏମ୍‌ଏ ଦ୍ୱାରା ପ୍ରଦତ୍ତ ଏନ୍‌ଓସି ଏବଂ ଏଏସ୍‌ଆଇ ସମର୍ଥନ ସ୍ପଷ୍ଟ ଭାବେ ଦର୍ଶାଉଛି ଯେ, ପୁରୀ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ଠିକ୍‌ ଭାବେ ମହାପ୍ରଭୁଙ୍କ ଆଶୀର୍ବାଦରେ ଅଗ୍ରଗତି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri