୨୪ ଘଣ୍ଟିଆ ଯୁଦ୍ଧବିରତି ପାଇଁ ରୁଷିଆ ଅମଙ୍ଗ

ଇସ୍ତାନବୁଲ, ୧୧ା୩:ଯୁଦ୍ଧବିରତି ପାଇଁ ଗୁରୁବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ତୁର୍କୀର ଆଣ୍ଟାଲ୍ୟାଠାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ଗୁରୁବାର ୧୫ ଦିନ ପୂରିଥିବାବେଳେ ଯୁଦ୍ଧପରଠାରୁ ଏହା ୟୁକ୍ରେନ୍‌ ବହିର୍ବ୍ୟାପାର ମନ୍ତ୍ରୀ ଡିମିଟ୍ରୋ କୁଲେବା ଏବଂ ରୁଷିଆ ପ୍ରତିପକ୍ଷ ସେରଗି ଲାଭ୍ରୋଭ୍‌ଙ୍କ ଥିଲା ପ୍ରଥମ ବୈଠକ। ଆଲୋଚନାରେ ତୁର୍କୀ ବହିର୍ବ୍ୟାପାର ମନ୍ତ୍ରୀ ମେଭଲୁଟ୍‌ କାଭୁସୋଗ୍‌ଲୁ ମଧ୍ୟ ଉପସ୍ଥିତ ଥିଲେ। ୟୁକ୍ରେନ୍‌ର ବନ୍ଦର ସହର ମାରିଉପୋଲରେ ୨୪ ଘଣ୍ଟିଆ ଯୁଦ୍ଧବିରତି ସହ ମାନବୀୟ କରିଡର ନିର୍ମାଣ ନିମନ୍ତେ କ୍ୱିଭ୍‌ ପ୍ରସ୍ତାବ ରଖିଥିଲେ ହେଁ ମସ୍କୋ ସେଥିରେ ରାଜି ହୋଇ ନ ଥିବା କୁଲେବା କହିଛନ୍ତି। ଏଥିସହ ୟୁକ୍ରେନ୍‌ ରୁଷିଆ ଆଗରେ ଆତ୍ମସମର୍ପଣ କରିବା ନିମନ୍ତେ ଲାଭ୍ରୋଭ୍‌ ପ୍ରସ୍ତାବ ରଖିଛନ୍ତି। ହେଲେ କ୍ୱିଭ୍‌ କେବେ ତାହା କରିବ ନାହିଁ ବୋଲି କୁଲେବା ସୂଚନା ଦେଇଛନ୍ତି।
ବୈଠକ ବେଲାରୁଷ ସୀମା ନିକଟରେ ହୋଇଥିବା ପୂର୍ବ ଆଲୋଚନାର ବିକଳ୍ପ ହୋଇପାରିବ ନାହିଁ ବୋଲି ଲାଭ୍ରୋଭ୍‌ କହିଛନ୍ତି। ଏଥିସହ ଯୁଦ୍ଧ ବନ୍ଦ କରିବା ପାଇଁ କୌଣସି ସମାଧାନର ବାଟ ବାହାରିଲେ ୟୁକ୍ରେନ୍‌ ପୁଣି ରୁଷିଆ ସହ ବୈଠକ କରିବାକୁ ରାଜି ହୋଇଥିବା ଲାଭ୍ରୋଭ୍‌ ପ୍ରକାଶ କରିଛନ୍ତି। ୟୁକ୍ରେନ୍‌କୁ ଅସ୍ତ୍ର ଯୋଗାଣ କରି ପାଶ୍ଚାତ୍ୟ ଦେଶ ଭୟଙ୍କର ତଥା ଅନୁଚିତ ବ୍ୟବହାର ଦେଖାଉଛନ୍ତି। ରୁଷିଆର ମିଲିଟାରୀ ଅପରେଶନ ଯୋଜନା ଅନୁସାରେ ଚାଲିଛି। କ୍ୱିଭ୍‌ ନିକଟରେ ରଖାଯାଇଥିବା ଦାବିର ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ନିଦ ହଜାଇଲା ଚାଇନା: ଶେଷରେ ବନ୍ଧୁତା ପଡ଼ିଲା ଭାରୀ

ଓ୍ବାଶିଂଟନ୍‌,୧୯।୧୨: ଆମେରିକା ଦ୍ୱାରା ଭାରତ ଉପରେ ଉଚ୍ଚ ଶୁଳ୍କ ଲାଗୁ କରାଯିବା ପରେ ସରକାର ରପ୍ତାନିକାରୀଙ୍କ ପାଇଁ ବିକଳ୍ପ ବଜାର ଖୋଜିବାର ରଣନୀତି ଗ୍ରହଣ କରିଥିଲେ।...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

କେଦାରନାଥ ଧାମରେ ଏ କଣ, ଡିସେମ୍ବର ମାସରେ ଦେଖାଯାଉନି….

ନୂଆଦିଲ୍ଲୀ,୧୯ା୧୨: ଡିସେମ୍ବର ମାସର ଅଧା ବିତିଯାଇଥିଲେ ମଧ୍ୟ ବାବା କେଦାରନାଥ ଧାମରେ ଏବେ ବି ତୁଷାରମୁକ୍ତ ଅଛି। ଏହି ସମୟ ମଧ୍ୟରେ କେଦାରନାଥ ଧାମ ସାଧାରଣତଃ...

ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି।...

ଓମାନରେ ମୋଦିଙ୍କୁ ଭବ୍ୟ ସ୍ବାଗତରେ ଥରି ଉଠିଲା ମୁସଲମାନ ଦେଶ, ପାକିସ୍ତାନୀ ବିଶେଷଜ୍ଞ କହିଲେ…

ମସ୍କାଟ୍‌/ନୂଆଦିଲ୍ଲୀ,୧୯ା୧୨: ଜୋର୍ଡାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଓମାନରେ ମିଳିଥିବା ଭବ୍ୟ ସ୍ବାଗତରେ ପାକିସ୍ତାନ ରାଗରେ ଖପ୍ପା ହୋଇଉଠିଛି। ମୁସଲମାନ ଦେଶଗୁଡ଼ିକରେ ତାଙ୍କୁ ମିଳିଥିବା ସ୍ବାଗତ...

ମଧୁମେହରେ ପ୍ରତି ୯ ସେକେଣ୍ଡରେ ଜଣଙ୍କର ମୃତ୍ୟୁ, 2050 ମସିହା ସୁଦ୍ଧା…

ନୂଆଦିଲ୍ଲୀ,୧୯ା୧୨: ଭାରତ ସମେତ ଅନେକ ପ୍ରମୁଖ ଦେଶ ପାଇଁ ମଧୁମେହ ଏକ ପ୍ରମୁଖ ସମସ୍ୟା ହେବାରେ ଲାଗିଛି । ଭାରତରେ ଏହି ରୋଗ ଏତେ ଦ୍ରୁତ...

୪୧ ବର୍ଷରେ ପୁଣି ମା’ ହେଲେ ଭାରତୀ: ଶୁଟିଂ ଯିବା ପୂର୍ବରୁ…

କମେଡିଆନ ଭାରତୀ ସିଂହ ପୁଣି ଥରେ ମା’ ହୋଇଛନ୍ତି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଭାରତୀ ତାଙ୍କର ଲୋକପ୍ରିୟ ଟିଭି ଶୋ ‘ଲାଫଟର୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri