ଆଜି ନାଏବ ସରପଞ୍ଚ ନିର୍ବାଚନ: ୧୨ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୧୩ରେ ଜିଲା ପରିଷଦ ସଭାପତି ନିର୍ବାଚନ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ନାଏବ ସରପଞ୍ଚ ପଦବୀ ପାଇଁ ଶୁକ୍ରବାର ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ନିର୍ବାଚନ ଅଧିକାରୀମାନେ ପ୍ରାର୍ଥୀମାନଙ୍କୁ ପୂର୍ବାହ୍ନ ୧୦ରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ପ୍ରଦାନ କରିବେ। ୧୧ଟାରୁ ୧୧ଟା ୩୦ ମିନିଟ ମଧ୍ୟରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ମଧ୍ୟାହ୍ନ ୧୨ଟାରୁ ୧ଟା ମଧ୍ୟରେ ନାଏବ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟ ଗ୍ରହଣ ପରେ ସେହିଦିନ ଗଣନା କରାଯାଇ ଫଳାଫଳ ପ୍ରକାଶ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲା ପରିଷଦ ସଭାପତି ପଦବୀଗୁଡ଼ିକ ପାଇଁ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ୧୨ ତାରିଖରେ ବ୍ଲକ ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଜିଲା ପରିଷଦ ସଭାପତି ନିର୍ବାଚନ ମାର୍ଚ୍ଚ ୧୩ ଏବଂ ଉପସଭାପତି ନିମନ୍ତେ ମାର୍ଚ୍ଚ ୨୫ ତାରିଖରେ ପରୋକ୍ଷ ମତଦାନ ଅନୁଷ୍ଠିତ ହେବ। ଅପରାହ୍ନ ୧ଟା ୩୦ ମିନିଟରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟଗ୍ରହଣ କରାଯିବ ଓ ସେହିଦିନ ଫଳ ପ୍ରକାଶ କରାଯିବ। ତେବେ ପରୋକ୍ଷ ନିର୍ବାଚନରେ ନିୟୋଜିତ ଅଧିକାରୀମାନେ ଗୃହ ବାହାରକୁ ଯାଇ ପାରିବେ ନାହିଁ ବୋଲି କମିଶନ କଟକଣା ଜାରି କରିଛନ୍ତି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କରିବାକୁ କମିଶନ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
୩୦ଟି ଯାକ ଜିଲା ପରିଷଦ ସଭାପତି ପଦବୀ ବିଜେଡି ନିଜ କବ୍‌ଜାକୁ ନେବା ଏକପ୍ରକାର ନିଶ୍ଚିତ ହୋଇଛି। ଭାଜପା ଓ କଂଗ୍ରେସ ଏହି ନିର୍ବାଚନ ପ୍ରତି ସେତେଟା ଧ୍ୟାନ ଦେଉ ନ ଥିବା ଭଳି ମନେହେଉଛି। ଯଦି ବିଜେଡିର କେହି ବିଦ୍ରୋହୀ ପ୍ରାର୍ଥୀ ଉଭା ହୁଅନ୍ତି, ତେବେ ବିରୋଧୀ ଦଳଗୁଡ଼ିକ ସେମାନଙ୍କୁ ସମର୍ଥନ ଦେବା ଲାଗି ପ୍ରସ୍ତୁତ ହେଉଛନ୍ତି। ତେବେ ଜିଲା ପରିଷଦ କ୍ଷେତ୍ରରେ ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଦଳୀୟ ନିଷ୍ପତ୍ତି ବିରୋଧରେ ବିଜେଡିର କୌଣସି ଜିଲା ପରିଷଦ ସଦସ୍ୟ ସଭାପତି ପଦ ଲାଗି ଗଣ୍ଡଗୋଳ ସୃଷ୍ଟି କରିବା ସମ୍ଭାବନା କମ୍‌।
ମାର୍ଚ୍ଚ ୫ ତାରିଖରୁ ଜିଲା ପରିଷଦ ସଭାପତି ପଦବୀ ଲାଗି ମନୋନୟନ ପତ୍ର ଲାଗି ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଯେଉଁ ପ୍ରାର୍ଥୀମାନେ ଏଥିଲାଗି ପ୍ରାର୍ଥତ୍ପତ୍ର ଦାଖଲ କରିଥିବେ ତାହାକୁ ବିଚାରକୁ ନେଇ ଆସନ୍ତା ୧୩ ତାରିଖରେ ନବନିର୍ବାଚିତ ଜିଲା ପରିଷଦ ସଦସ୍ୟମାନଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଆବଶ୍ୟକ ସ୍ଥଳେ ଭୋଟ ଗ୍ରହଣ କରାଯିବ। ୧୫ ତାରିଖରେ କେଉଁ ଜିଲା ପରିଷଦର କିଏ ସଭାପତି ନିର୍ବାଚିତ ହେଲେ ସେ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯିବ। ମାର୍ଚ୍ଚ ୧୭ ତାରିଖରେ ଜିଲା ପରିଷଦ ଉପସଭାପତି ପଦବୀ ଲାଗି ମନୋନୟନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଆବଶ୍ୟକ ହେଲେ ଏଥିଲାଗି ୨୫ ତାରିଖରେ ନିର୍ବାଚନ କରାଯାଇ ମାର୍ଚ୍ଚ ୨୮ ତାରିଖରେ ନିର୍ବାଚିତ ଉପସଭାପତିମାନଙ୍କ ନାମ ଘୋଷଣା କରାଯିବ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ମନୋନୟନ ପତ୍ର ଆହ୍ବାନ କରି ଗତ ୪ ତାରିଖରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୨ ତାରିଖରେ ୩୧୪ ବ୍ଲକର ପଞ୍ଚାୟତ ସମିତିର ପ୍ରଥମ ବୈଠକ ଡକାଯାଇଛି। ଆବଶ୍ୟକ ସ୍ଥଳେ ଅଧ୍ୟକ୍ଷ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଏହାପରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦବୀ ପାଇଁ ୧୫ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇ ୨୩ ତାରିଖରେ ନିର୍ବାଚନ ହେବ।
ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନରେ ସମିତି ସଦସ୍ୟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ୩୧୪ଟି ବ୍ଲକ ମଧ୍ୟରୁ ବିଜେଡି ପାଖାପାଖି ୩୦୦ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ହାସଲ କରିବ ବୋଲି ଦଳର ନେତାମାନେ ଆଶା ବାନ୍ଧିଛନ୍ତି। କଂଗ୍ରେସ ଓ ଭାଜପା ସମର୍ଥିତ ସମିତି ସଦସ୍ୟମାନେ ବିଜେଡି ବିଦ୍ରୋହୀଙ୍କ ଉପରେ ଭରସା କରି କିଛି ସଂଖ୍ୟକ ସମିତି ଅଧ୍ୟକ୍ଷ ପଦବୀ ହାତେଇବା ନେଇ ଯୋଜନା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ଓଡ଼ିଶାରେ ପେଟ୍ରୋଲ ମନା

ଭୁବନେଶ୍ୱର,୨୦।୧୨: ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ପ୍ରମାଣପତ୍ର...

ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…

ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...

ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ 

ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri