୬୪ କୋଟି ଟଙ୍କା ପ୍ରକଳ୍ପରେ ଦୁର୍ନୀତି

ଯାଜପୁର ଅଫିସ,୭ା୩: ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଯାଜପୁର ଜିଲା ବ୍ୟାସନଗରସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ବ୍ୟାସସରୋବର ବିକାଶ କାମ ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନ୍‌ବିସିସି (ନ୍ୟାଶନାଲ ବିଲ୍ଡିଂ କନଷ୍ଟ୍ରକ୍ସନ କର୍ପୋରେଶନ) ଜରିଆରେ ଦିଲ୍ଲୀର ଠିକାସଂସ୍ଥା କ୍ରିଷ୍ଣା ବିଲ୍‌ଡର ଏହି କାମ କରୁଛି ା ତେବେ ଏହି କାମ ଆରମ୍ଭରୁ ଅନେକ ଅନିୟମିତତା ସାମ୍‌ନାକୁ ଆସିଛି। ପାଚେରି ନିର୍ମାଣ କାମ ବିଭାଗୀୟ ଅଟକଳ ଓ ଡିଜାଇନ ଅନୁଯାୟୀ ହେଉ ନ ଥିବା ଅଭିଯୋଗ ହେଉଛି। ଏଥିଯୋଗୁ ଏହି ପର୍ଯ୍ୟଟନସ୍ଥଳୀର ଦୀର୍ଘସ୍ଥାୟିତ୍ୱ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସସରୋବର ପର୍ଯ୍ୟଟକଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥାଏ ା ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ବ୍ୟାସଦେବ ଏବଂ ରାଘବଜୀ ଗୋସାଇଁଙ୍କୁ ପୂଜା କରିବା ଉଦ୍ଦେଶ୍ୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ବାର୍ଷିକ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ବୁଲିବାକୁ ଆସିଥାନ୍ତି। ଯାଜପୁର-କେନ୍ଦୁଝର ରୋଡ୍‌ ରେଳ ଷ୍ଟେଶନଠାରୁ ମାତ୍ର ୩ କି.ମି.ଦୂରରେ ରହିଛି ଏହି ପୌରାଣିକ ସ୍ଥଳ। ୧୯୯୪ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା ା ଇତିମଧ୍ୟରେ ୨୭ ବର୍ଷ ବିତିଛି, ହେଲେ ସେହି ସରୋବରର ବିକାଶ ଉପରେ କୌଣସି ଗୁରୁତ୍ୱ ଦିଆଯାଇ ନ ଥିଲା। କାହିଁ କେଉଁଦିନରୁ ସେହି ସରୋବର ପୋତି ହୋଇଯାଇଛି। କେବଳ ଢିପ ଟାଙ୍ଗରା ଓ ପଥୁରିଆ ଭୂମିକୁ ଦେଖିବାକୁ ପର୍ଯ୍ୟଟକମାନେ ଆସୁଥିଲେ। ସେଠାରେ ମା’ଲକ୍ଷ୍ମୀଙ୍କ ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି ା ପ୍ରାଚୀନ କାଳରେ ସେଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି ା ବିଡମ୍ବନା ଯେ, ସେଠାରେ ବ୍ୟାସଦେବ ନାହାନ୍ତି କିମ୍ବା ବ୍ୟାସସରୋବର ନାହିଁ ା କେବଳ ରହିଯାଇଛି ସେହି ପୌରାଣିକ ସ୍ମୃତି ା ତଥାପି ପ୍ରତିବର୍ଷ ମାଘ ଶୁକ୍ଲପକ୍ଷ ଏକାଦଶୀ ଦିନଠାରୁ ୧୧ ଦିନ ଧରି ସେଠାରେ ବ୍ୟାସ ମହୋସତ୍ବ ମହାସମାରୋହରେ ପାଳିତ ହୋଇ ଆସୁଛି ା
ଏହି ପୀଠର ଅବହେଳିତ ଅବସ୍ଥା ନେଇ ଧରିତ୍ରୀରେ ନିୟମିତ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ପକ୍ଷରୁ ପରିବେଶ ସୁରକ୍ଷା ସହ ଅନେକ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି। ଏଥିରେ ମନ୍ଦିର, ଶିଶୁ ଉଦ୍ୟାନ, ବୋଟିଂ, ନର୍ସରି, ବ୍ୟାସଦେବ ମୂର୍ତ୍ତି, ହସ୍ତିନାପୁର, ଭଗବାନ କୃଷ୍ଣ, ପାଣ୍ଡବ ଓ କୌରବ, ଦ୍ରୌପଦୀ, ଚକ୍ରବୂ୍ୟହ, ମାଛଆଖି, ଭୀଷ୍ମଙ୍କ ଶରଶଯ୍ୟା, ବିଶ୍ୱରୂପ ଇତ୍ୟାଦି ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା ରହିଛି। ଇତିମଧ୍ୟରେ କ୍ରିଷ୍ଣା ବିଲ୍‌ଡର ପକ୍ଷରୁ ସରୋବର ପୁନରୁଦ୍ଧାର ସହ ପାଚେରୀ ନିର୍ମାଣ ହେଉଛି। ତେବେ ଉକ୍ତ ପାଚେରି ପାଇଁ ପ୍ରାୟ ୬ ଫୁଟ ଗାତ ଖୋଳା ଯାଇଛି। ପିଲର ସହ ତଳ ଅଂଶରେ କଂକ୍ରିଟ କରାଯାଉଥିବାବେଳେ ମଝି ପ୍ରାୟ ୩ ଫୁଟ ଇଟା ଯୋଡ଼ା ଯାଉଛି। ସେଠାରୁ ମାଟି ଉପରସ୍ତର ପର୍ଯ୍ୟନ୍ତ ପୁଣି କଂକ୍ରିଟ ହେଉଛି। ଖୋଲା ଗାତରେ ବାଲି ସ୍ଥାନରେ ମାଟି ଓ ମୋରମ ପୋତାଯାଉଛି। ଏଭଳି ପାଚେରୀ ନିର୍ମାଣ ପ୍ରାୟ ୫୦ ଏକର ପରିମିତ ଅଞ୍ଚଳରେ କରାଯାଉଛି। ଏପରି କାର୍ଯ୍ୟ ଯୋଗୁ ପାଚେରୀର ଭିତର ଅଂଶ ଭବିଷ୍ୟତରେ ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ା ଏହି ଦୁର୍ନୀତିରେ ବହୁ କୋଟି ଟଙ୍କା ଆତ୍ମସାତ୍‌ ପାଇଁ ମସୁଧା ଚାଲିଛି ବୋଲି ଅଭିଯୋଗ ହେଉଛି। ପ୍ରସିଦ୍ଧ ବ୍ୟାସସରୋବରର ବିକାଶ ପାଇଁ ଅଞ୍ଚଳବାସୀ ଏକାଧିକ ଥର ଆନ୍ଦୋଳନ କରିଛନ୍ତି । ଏହି ପର୍ଯ୍ୟଟନସ୍ଥଳୀର ବିକାଶ ହେଲେ କର୍ମନିଯୁକ୍ତି ସୃଷ୍ଟି ସହ ଅର୍ଥନୈତିକ ବିକାଶରେ ସହାୟକ ହୋଇପାରିବ। ଏହାବାଦ୍‌ ଏହା ଏକ ସବୁଜିମାରେ ପରିଣତ ହୋଇ ପରିବେଶ ସୁରକ୍ଷାରେ ସହାୟକ ହେବ ବୋଲି ବିଭାଗୀୟ ଯୋଜନା ରହିଛି। କିନ୍ତୁ ଏହି ଉନ୍ନୟନ କାର୍ଯ୍ୟ ଆରମ୍ଭରୁ ଦୁର୍ନୀତି ପ୍ରବେଶ କଲେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ବ୍ୟାସନଗର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ଏନ୍‌ବିସିସି ଜରିଆରେ ଏହି କାମ ହେଉଛି। ଏଥିରେ ତାଙ୍କର କୌଣସି ଦାୟିତ୍ୱ ନାହିଁ। ଏନ୍‌ବିସିସିର ଅଧିକାରୀମାନେ ଏହାର ଜବାବ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲେ ଭକ୍ତ ଦାସ

କେସିଙ୍ଗା,୬।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୯ ପଞ୍ଚାୟତରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସ ଜନସମ୍ପର୍କ ପଦଯାତ୍ରା କରିବା ସହ ନିର୍ବାଚନୀ...

ମାଉସୀଙ୍କ ହାତରେ ପ୍ରସ୍ତୁତ ପୋଡ଼ ପିଠା ଖାଇ ମନ୍ଦିର ଫେରିଲେ ମା’ଠାକୁରାଣୀ

ଦାରିଙ୍ଗବାଡ଼ି,୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିଠାରେ ଚାଲିଥିବା ମା’ଠାକୁରାଣୀଙ୍କ ଯାତ୍ରାର ପୂର୍ଣ୍ଣାହୁତି ହୋଇଯାଇଛି। ରବିବାର ମା’ଙ୍କ ଘଟ ପରିକ୍ରମାର ଶେଷ ଦିବସ ରହିଥିବା ବେଳେ ମା’ଙ୍କୁ...

୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ଅପରାଧିକ ମାମଲା, ସବୁଠାରୁ ଏହି ପ୍ରାର୍ଥୀଙ୍କ ନାଁରେ ରହିଛି ଅଧିକ

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ସବୁଠାରୁ ଗରିବ ପ୍ରାର୍ଥୀ, ପାଖରେ ଅଛି ଏତିକି ଟଙ୍କା, ଏଡିଆର ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ଭୁବନେଶ୍ୱର,୬।୫: କାଳବୈଶାଖୀ ପବନ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ପରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରକୁ ଝାରସୁଗୁଡ଼ା ନିଆଯାଇଛି। ସେଠାରେ ସୁରକ୍ଷିତ...

ଆଦୌ ପାଠ ପଢିନାହାନ୍ତି ୪ ପ୍ରାର୍ଥୀ, ରିପୋର୍ଟରେ ଖୁଲାସା

ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ...

୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା! ଆଜି ପାଇଁ ୬ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୫: ଆଜିଠୁ ରାଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏ ନେଇ ପୂବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,...

କଂଗ୍ରେସ ଗଡ଼ରେ ବିଜେଡିର ରଣହୁଙ୍କାର: ଡବଲ ଶଙ୍ଖ ଚି଼ହ୍ନରେ ଭୋଟ ଦେବାକୁ ନିବେଦନ

ଦାରିଙ୍ଗବାଡି, ୬।୫ (ଅରୁଣ ସାହୁ ):କନ୍ଧମାକ ଜିଲା ଦାରିଙ୍ଗବାଡି ବ୍ଲକ ୧୧ ନଂ ଜିଲାପରିଷଦ ଜୋନ ଝିଞ୍ଜିରୀଗୁଡାରେ ସୋମବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri