ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି ଓ ତଳ ଅଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରବିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବାଳୀ ଶାସନ ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ବାଳୀ ଗ୍ରାମ ଶାସନ ସାହିର ରତ୍ନାକର ଦାଶଙ୍କ ଏକ ଗାଈ ନିକଟସ୍ଥ ଗହୀରକୁ ଚରିବାକୁ ଯାଇଥିଲା। ସେଠାରେ ପୂର୍ବରୁ କେହି ଦୁର୍ବୃତ୍ତ ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା ଖଞ୍ଜିଥିଲେ। ଫଳରେ ଗାଈଟି ଏକ ବୋମା ଚୋବାଇ ଦେଇଥିଲା। ଉକ୍ତ ବୋମା ଫୁଟିଯିବାରୁ ଗାଈ ପାଟିରୁ ମାଂସ ବାହାରି ଆସିଥିଲା। ଫଳରେ ଗାଈଟି ଛଟପଟ ହେବାକୁ ଲାଗିଲା। ସାହିର ଜଣେ ଯୁବକ ଏହାଦେଖି ଅନ୍ୟମାନଙ୍କୁ ଡାକିଥିଲେ। ରତ୍ନାକର ଓ ସାହିଲୋକ ଘଟଣାସ୍ଥଳରେ ପହଞ୍ଚି ଗୁରୁଡିଝାଟିଆ ବନ୍ୟପ୍ରାଣୀ ଚିକିତ୍ସକ ମନୋରଞ୍ଜନ ଲେଙ୍କାଙ୍କୁ ଖବର ଦେଇଥିଲେ। ଏ ସମ୍ପର୍କରେ ଲେଙ୍କା କହିଛନ୍ତି, ଗାଈଟି ବୋମା ଖାଇଥିବାରୁ ପାଟିର ଥୋମଣି ନଷ୍ଟ ହୋଇଯାଇଛି। ହେଲେ ଗାଈର ଅବସ୍ଥା ସଙ୍କଟାପନ୍ନ ଥିବାରୁ ବଞ୍ଚିବା ଅସମ୍ଭବ ବୋଲି ସେ କହିଥିଲେ।
ଗତମାସରେ ମଧ୍ୟ ଏଭଳି ଅନୁରୂପ ଘଟଣା ବାଙ୍କୀ ଅଞ୍ଚଳରେ ଘଟିଥିଲା। ଶିକାର ପାଇଁ ଖଞ୍ଜା ଯାଇଥିବା ବାର୍‌ହା ଗୁଳା ଖାଇ ଏକ ଗାଈ ଗୁରୁତର ହୋଇଥିଲା। ତାଙ୍କୁ ଭୁବନେଶ୍ୱର ଶହୀଦନଗରସ୍ଥିତ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ବାଳୀ ଓ ଏହାର ଆଖପାଖ ଅଞ୍ଚଳରେ ଶିକାରୀମାନେ ବୋମା ରଖି ବନ୍ୟଜନ୍ତୁ ଶିକାର କରୁଥିବା ଲୋକମାନେ ଅଭିଯୋଗ କରିଛନ୍ତି। ବିଶେଷକରି ଆଠଗଡ଼ ଓ ଖୁଣ୍ଟୁଣୀ ବନାଞ୍ଚଳରେ ଏହି ଶିକାରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ ବନ୍ୟଜନ୍ତୁ ଶିକାର କରି ମାଂସକୁ ବିକ୍ରି କରୁଛନ୍ତି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ବନ ବିଭାଗ ଲୋକଦେଖାଣିଆ ଭାବେ କେତେଜଣକୁ ଗିରଫ କରୁଛି। ହେଲେ ଏହି ବେଆଇନ କାର୍ଯ୍ୟକୁ ସମ୍ପୂର୍ଣ୍ଣ ରୋକିବା ସହ ଶିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ଏ ନେଇ ଓରନ୍ଦା ଫରେଷ୍ଟର ରାକେଶ ଦଳେଇଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ ଜଣାପଡିବା ପରେ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri