ମନ୍ଥର ଗତିରେ ଚାଲିଛି ଧାନକିଣା

ଖୋର୍ଦ୍ଧା ଅଫିସ,୪ା୩: ଖୋର୍ଦ୍ଧା ଜିଲାରେ ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଛି। ମଣ୍ଡିରେ ଧାନବସ୍ତା ରଖି ଚାଷୀ ଜଗି ବସିଥିବା ବେଳେ ମିଲର୍ସ ବିଭିନ୍ନ ଆଳ ଦେଖାଇ ଧାନ ଉଠାଉ ନାହାନ୍ତି। ଫଳରେ ଚାଷୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅନ୍ୟପଟେ ଏହାର ସୁଯୋଗ ନେଇ ଆନ୍ଧ୍ର ବେପାରୀ ଦଲାଲଙ୍କ ଜରିଆରେ ଗଁାରେ ପଶି ସରକାରୀ ଧାର୍ଯ୍ୟଠାରୁ କମ୍‌ ମୂଲ୍ୟରେ ଧାନ କିଣି ନେଉଛନ୍ତି। ଏ ନେଇ ଖବର ରହିଥିବା ସତ୍ତ୍ୱେ ଯୋଗାଣ ବିଭାଗ ନୀରବଦ୍ରଷ୍ଟା ସାଜିଛି। ମିଲର୍ସଙ୍କ ଉପରେ ମଧ୍ୟ ପ୍ରଶାସନର ନିୟନ୍ତ୍ରଣ ନାହିଁ। ଗତବର୍ଷ ମାର୍ଚ୍ଚ ୩ ସୁଦ୍ଧା ପ୍ରାୟ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିବା ବେଳେ ଚଳିତ ବର୍ଷ ଗୁରୁବାର ସୁଦ୍ଧା ୨୪,୬୦୦ ଚାଷୀଙ୍କଠାରୁ ମାତ୍ର ୮.୪୯ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିବା ଯୋଗାଣ ବିଭାଗରୁ ସୂଚନା ମିଳିଛି। ତେବେ ଜିଲାର ମଣ୍ଡିରେ ଧାନକିଣା ମନ୍ଥର ଗତିରେ ଚାଲିଥିବାରୁ ଟାର୍ଗେଟ୍‌ ପୂରଣ ହେବା ନେଇ ଆଶଙ୍କା ଦେଖାଦେଇଛି।

ପ୍ରକାଶ ଯେ, ଚଳିତ ବର୍ଷ ଖରିଫ ଧାନ ବିକ୍ରି ଲାଗି ୪୬ହଜାର ଚାଷୀ ନାମ ପଞ୍ଜୀକରଣ କରିଥିବା ବେଳେ ୧୮ ଲକ୍ଷ କୁଇଣ୍ଟାଲ ଧାନ କିଣିବା ଲାଗି ଯୋଗାଣ ବିଭାଗ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେବେ ସମୟ ସରିଆସୁଥିବା ବେଳେ ଧାନକିଣା ମନ୍ଥର ଗତିରେ ଚାଲିଛି। ଧାର୍ଯ୍ୟ ଅନୁସାରେ ଧାନ କିିଣାଯିବା ନେଇ ଆଶଙ୍କା ଦେଖାଦେଇଛି। ମଣ୍ଡିରେ ଧାନ କିଣାଯାଉ ନ ଥିବା ନେଇ ବିଭିନ୍ନ ଅଞ୍ଚଳର ଚାଷୀ ଦୈନିକ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଅଭିଯୋଗ କରୁଛନ୍ତି। ପ୍ରତିବର୍ଷ ଡିସେମ୍ବର ଶେଷଆଡ଼କୁ ଧାନକିଣା ହୋଇ ମାର୍ଚ୍ଚ ୩୧ରେ ଶେଷ ହୋଇଥାଏ। ଚଳିତ ବର୍ଷ ଡିସେମ୍ବର ୨୫ ପରିବର୍ତ୍ତେ ଜାନୁୟାରୀ ୧୨ରେ ମଣ୍ଡିକୁ ଜିଲାପାଳ ଉଦ୍‌ଘାଟନ କଲେ। ତେବେ ଜିଲାପାଳଙ୍କ ଦ୍ୱାରା ମଣ୍ଡି ଉଦ୍‌ଘାଟନ ସତ୍ତ୍ୱେ ଧାନ ଗୁଣାତ୍ମକ ମାନର ନ ଥିବା କହି ମିଲର୍ସମାନେ କ୍ରୟ କରି ନ ଥିଲେ। ଫଳରେ ଚାଷୀ ଧାନ ବ୍ରିକି କରିପାରି ନ ଥିଲେ। ଏହାପରେ ସମସ୍ତ ମଣ୍ଡିରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ଚାଷୀ ସଙ୍ଗଠନ ରାସ୍ତାକୁ ଓହ୍ଲାଇବା ସହ ଧାନବସ୍ତା ରାସ୍ତା ଉପରେ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଏହାସତ୍ତ୍ୱେ ଜିଲା ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଧାନକିଣା ନେଇ କୌଣସି ବ୍ୟବସ୍ଥା କରାଯାଇ ନ ଥିବା କେତେକ ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛନ୍ତି। ଚାଷୀଙ୍କୁ ଧାନ କେବଳ ଝୋଟଅଖାରେ ଆଣିବା ପାଇଁ ରାଜ୍ୟ ଯୋଗାଣ ବିଭାଗର ନିର୍ଦ୍ଦେଶ ସତ୍ତ୍ୱେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏକାଧିକ ମିଲର୍ସ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣି ଗୋଦାମରେ ଷ୍ଟକ୍‌ ରଖୁଥିବା ଜଣାପଡିଛି। ବାଲିଅନ୍ତାର ଏକ ମିଲ୍‌ ମାଲିକଙ୍କୁ ଜିଲାପାଳ ବ୍ଲାକ୍‌ ଲିଷ୍ଟେଡ୍‌ ଘୋଷଣା କରିବା ସହ ଧାନକିଣା ଉପରେ ରୋକ୍‌ ଲଗାଇଛନ୍ତି। ଜିଲାର ଅନ୍ୟ ମିଲ୍‌ ମାଲିକମାନେ ଦଲାଲଙ୍କ ଜରିଆରେ ଚାଷୀଙ୍କଠାରୁ କମ୍‌ ମୂଲ୍ୟରେ ଧାନ କିଣୁଥିବା ଜଣାପଡ଼ିଛି। ଏପଟେ ଟୋକନ ଅବଧି ସରିବାକୁ ବସିଲାଣି। ଚାଷୀ ମଣ୍ଡିକୁ ଧାନ ଆଣୁଥିବା ବେଳେ ମିଲର୍ସମାନେ ବିଭିନ୍ନ ଆଳ ଦେଖାଇ କୁଇଣ୍ଟାଲ ପିଛା ୭ରୁ ୧୦ କେଜି ପର୍ଯ୍ୟନ୍ତ କଟ୍‌ନିଛଟ୍‌ନି କରୁଛନ୍ତି। ପ୍ରତିବାଦ କଲେ ଗୁଣାତ୍ମକ ମାନ ଠିକ୍‌ ନ ଥିବା କହୁଥିବା ଚାଷୀ ସଙ୍ଗଠନ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri