ବିଜୟଯାତ୍ରାରେ ବିଜେଡି

ଭୁବନେଶ୍ୱର,୨୭।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଶନିବାର କଡ଼ା ସୁରକ୍ଷା ମଧ୍ୟରେ ରାଜ୍ୟର ବ୍ଲକ ମୁଖ୍ୟାଳୟଗୁଡ଼ିକରେ ଆରମ୍ଭ ହୋଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜୋନ୍‌ଓ୍ବାରି ଗଣନା ଜାରି ରହିବ। ତେବେ ଗଣନାର ପ୍ରଥମ ଦିବସରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ଫଳାଫଳ ଏକତରଫା ଆଡ଼କୁ ମୁହଁାଇଛି। ୨୧ ବର୍ଷର ଶାସନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ଅମଳିନ ରହିଛି। ରାଜ୍ୟର ପ୍ରାୟ ଅଧିକାଂଶ ଜିଲା ପରିଷଦ ଆସନରେ ବିରୋଧୀ ଭାଜପା ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜୟ ଆଡ଼କୁ ଆଗେଇ ଚାଲିଛି ବିଜେଡି। ଶାସକ ଦଳର ପ୍ରାର୍ଥୀମାନେ କେତେକ ସ୍ଥାନରେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବହୁ ପଛରେ ପକାଇଛନ୍ତି। କେବଳ ଉପକୂଳ ନୁହେଁ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ବିରୋଧୀଙ୍କୁ ବିଜେଡି ମାତ ଦେଇଚାଲିଛି। ଭାଜପାର ଗଡ଼ କୁହାଯାଉଥିବା ବାଲେଶ୍ୱର, ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି, ସୁନ୍ଦରଗଡ଼ ଆଦି ଜିଲାରେ ବିଜେଡି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ ଟକ୍କର ଦେଇ ବିଜୟ ପଥରେ ଆଗେଇ ଚାଲିଛି। ଦୀର୍ଘ ବର୍ଷ ଧରି କଂଗ୍ରେସ କବ୍‌ଜାରେ ଥିବା ଝାରସୁଗୁଡ଼ାରେ ମଧ୍ୟ ରାଜନୈତିକ ଚିତ୍ର ବଦଳିଯାଇଛି। ସମସ୍ତ ଜିଲାରେ ବିଜେଡି ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲା ପରିଷଦକୁ ନିଜ କବ୍‌ଜାକୁ ନେବା ଲକ୍ଷ୍ୟରେ ରହିଛି। ପ୍ରଥମ ଦିବସ ଫଳାଫଳରୁ ଏହା ଏକପ୍ରକାର ସ୍ପଷ୍ଟ ହୋଇଛି। ବିଜେଡି ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବରଗଡ଼, ବଲାଙ୍ଗୀର, କଟକ, ଢେଙ୍କାନାଳ ଜଗତ୍‌ସିଂହପୁର, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ସୁନ୍ଦରଗଡ଼ ଆଦି ଜିଲାରେ ବିରୋଧୀଙ୍କୁ ବହୁ ପଛରେ ପକାଇଦେଇଛି।
୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲାରେ ଭାଜପା ସବୁଠାରୁ ଭଲ ପ୍ରଦର୍ଶନ କରିଥିଲା। ସର୍ବାଧିକ ଜୋନ୍‌ରେ ଭାଜପା ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଭାଜପା ମୟୂରଭଞ୍ଜରେ ଭୋଟରଙ୍କ ବିଶ୍ୱାସଭାଜନ ହୋଇପାରିନାହିଁ। ପ୍ରଥମ ଦିନ ଗଣତିରେ ୨୪ଟି ଜୋନ୍‌ରେ ବିଜେଡି ଆଗରେ ରହିଛି। ସେହିପରି ଭାଜପା ଗଡ଼ କୁହାଯାଉଥିବା ସୁନ୍ଦରଗଡ଼ରେ ମଧ୍ୟ ଭାଜପା ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଗଣତି ହେଉଥିବା ୧୭ଟି ଯାକ ଜୋନ୍‌ରେ ବିଜେଡି ଆଗରେ ରହିଛି। ଭାଜପା ବିଧାୟକ ଜୟନାରାୟଣ ମିଶ୍ରଙ୍କ ଗଡ଼ କୁହାଯାଉଥିବା ସମ୍ବଲପୁରରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ। ଏହି ଜିଲାରେ ୯ଟି ଆସନରେ ବିଜେଡି ଆଗୁଆ ରହିଛି।
ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୮୫୩ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ପ୍ରଥମ ଦିବସରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୩୧୫ଟି ଜୋନ୍‌ରେ ଗଣତି ହୋଇଥିବାବେଳେ ବିଜେଡି ୨୭୬ ଆସନରେ ଆଗୁଆ ରହିଛି। ଭାଜପା ପ୍ରାର୍ଥୀ ୧୯, କଂଗ୍ରେସ ୧୫, ଏବଂ ଅନ୍ୟାନ୍ୟ ୫ ସିଟ୍‌ରେ ଆଗୁଆ ରହିଛନ୍ତି। ପ୍ରତି ପଞ୍ଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲ ବ୍ୟବସ୍ଥା ହୋଇଛି। ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ୱରେ ଅଛନ୍ତି। ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ଅଛନ୍ତି। ରଙ୍ଗ ଅନୁସାରେ ବାଲଟ୍‌ ପେପର ସର୍ଟିଂ ପରେ ଗଣତି ଚାଲିଛି। ମୋଟ ୧ ଲକ୍ଷ ୫୬ ହଜାର ୭୫୩ ୱାର୍ଡମେମ୍ବର, ୩୨ ହଜାର ୮୬୦ ସରପଞ୍ଚ, ୨୭ ହଜାର ୩୪ ସମିତିସଭ୍ୟ ଓ ୩ ହଜାର ୩୩୯ ଜିଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବାବେଳେ ରବିବାର ୩୦୭ ଓ ସୋମବାର ୨୨୯ ଜିଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହେବ।
୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ମୋଟ ଆସନରୁ ୪୭୩ଟି ସିଟ୍‌ରେ ବିଜୟ ହାସଲ କରିଥିବା ବେଳେ ଭାଜପା ୨୯୭ ଏବଂ କଂଗ୍ରେସ ୬୦ଟି ସିଟ୍‌ରେ ବିଜୟୀ ହୋଇଥିଲା। ତେବେ ବିଜେଡି ଗତ ନିର୍ବାଚନ ତୁଳନାରେ ଆହୁରି ଭଲ ପ୍ରଦର୍ଶନ କରିବା ସମ୍ଭାବନା ଥିବାବେଳେ ଭାଜପା ଓ କଂଗ୍ରେସ ନିଜ ଗଡ଼ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିବା ଶନିବାର ଗଣନାରୁ ଜଣାପଡ଼ିଛି। ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଓ ଭାଜପା ନେତାମାନେ ନିରୁତ୍ସାହିତ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଫଳାଫଳରୁ ଯାହା ଜଣାପଡୁଛି ତାହା ଆଶ୍ଚର୍ଯ୍ୟଜନକ। କଂଗ୍ରେସ ପାଇଁ ଏହା ଦୁର୍ଭାଗ୍ୟଜନକ। ଓଡ଼ିଶାର ଜନସାଧାରଣ ଗଣତନ୍ତ୍ରିକ ପଦ୍ଧତି ଅବଲମ୍ବନ କରି ଏକଚ୍ଛତ୍ରବାଦ ପ୍ରତିଷ୍ଠା କରିବାକୁ ଚାହିଁଛନ୍ତି, ଯାହାକି ଗଣତନ୍ତ୍ର ପାଇଁ ବିପଦ। ସୁସ୍ଥ ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ବିରୋଧୀ ଦଳ ଆବଶ୍ୟକ। ନୀତି ଆଦର୍ଶରେ ଭୁଲ ରହିଲା ନା ସଂଗଠନରେ ଭୁଲ ରହିଲା, ଯେତେଦିନ ପର୍ଯ୍ୟନ୍ତ ତାହା ଖୋଜି ବାହାର କରିବାରେ ଆମେ ସକ୍ଷମ ହୋଇନାହୁଁ ସେ ପର୍ଯ୍ୟନ୍ତ କଂଗ୍ରେସ ଆଗେଇପାରିବ ନାହିଁ। ସେହିପରି ରାଜ୍ୟ ଭାଜପା ସଭାପତି ସମୀର ମହାନ୍ତି କହିଛନ୍ତି, ଏହି ଗଣନା ଆମ ପାଇଁ ନୂଆ ଅନୁଭବ। ପ୍ରଥମ ଦିନ ଗଣନା ହୋଇଛି। ଆଉ ଦୁଇଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ପ୍ରଥମ ଦିବସରେ ଅପ୍ରତ୍ୟାଶିତ ଫଳ ହୋଇଛି। ଜନମତକୁ ଆମେ ସମ୍ମାନ ଦେଉଛୁ। କେଉଁଠି ତ୍ରୁଟି ରହିଲା ତାହାକୁ ନେଇ ସମୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri