କ୍ୟାପିଟାଲ ହସ୍ପିଟାଲର ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ ଫିଟୁଛି ଗୁମର : ପ୍ରିୟାପ୍ରୀତିରେ ମିଳୁଛି ଆଇସିୟୁ ବେଡ୍‌

ଭୁବନେଶ୍ୱର,୧୨।୭(ବ୍ୟୁରୋ) : କ୍ୟାପିଟାଲ ହସ୍ପିଟାଲ ଏସ୍‌ଏନ୍‌ସିୟୁ ବିଭାଗର ମହିଳା କର୍ମଚାରୀ ଅନୁପମା ନାୟକଙ୍କ ବୁଧବାର ମୃତ୍ୟୁ ଘଟିଥିଲା। ଏହାପରେ ହସ୍ପିଟାଲର ଭିତିରି ଗୁମର ପଦାକୁ ଆସିବାରେ ଲାଗିଛି। ଅନୁପମାଙ୍କୁ ଆଇସିୟୁ ଆବଶ୍ୟକ ହେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଯୋଗାଇ ନ ଦେବାରୁ ମୃତ୍ୟୁ ଘଟିଥିଲା। ସବୁଠୁ ବଡ କଥା ହେଲା କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ ଲାଗି ପ୍ରିୟାପ୍ରୀତି ତୋଷଣରେ ଚାଲିଥିବା ଅଭିଯୋଗ ହେଉଛି। ହସ୍ପିଟାଲରେ କାର୍ଯ୍ୟ କରୁଥିବା ଉପରିସ୍ଥ ଅଧିକାରୀଙ୍କ କେହି ପରିଚିତ ବ୍ୟକ୍ତିଙ୍କୁ ଆଇସିୟୁ ଆବଶ୍ୟକ ହେଉଥିଲେ ତାହାଙ୍କୁ ବିନା ସର୍ତ୍ତରେ ମିଳୁଛି। କିନ୍ତୁ ଜଣେ ଗରିବ ଶ୍ରେଣୀର ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ହେଉଥିଲେ ମିଳୁନାହିଁ। ଫଳରେ ଅଧିକ ଟଙ୍କା ଦେଇ ପରିବାର ଲୋକେ ରୋଗୀଙ୍କୁ ଘରୋଇ ହସ୍ପିଟାଲ ଆଇସିୟୁକୁ ନେଇ ନ ପାରି ବାଧ୍ୟରେ ଓ୍ବାର୍ଡରେ ରଖି ଚିକିତ୍ସା କରାଉଛନ୍ତି। ଏଥିଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଯାହାକୁ ନେଇ ଅନେକ ଲୋକେ ବିରୋଧ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଉପରେ କିଛି ଫରକ ପଡୁନାହିଁ।
ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟହ ଚିକିତ୍ସା ଲାଗି ବହୁ ରୋଗୀ ଆସୁଛନ୍ତି। କିନ୍ତୁ ଚିକିତ୍ସା ବଦଳରେ ଏଠାରେ ଶୋଷଣ ଚାଲିଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଦେଖିବାକୁ ମିଳୁଛି ଯେଉଁମାନଙ୍କୁ ଆଇସିୟୁ ଅତ୍ୟନ୍ତ ଆବଶ୍ୟକ ନାହିଁ ସେମାନଙ୍କୁ ସହଜରେ ମିଳିଯାଉଛି। ଆଇସିୟୁ ଜରୁରୀ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଉନାହିଁ। ଏଭଳି ବାଛ ବିଛାର କ’ଣ ପାଇଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଆଇସିୟୁ ପାଇଁ ମଧ୍ୟ ହସ୍ପିଟାଲରେ ମୋଟା ଅଙ୍କର ଅର୍ଥ କାରବାର ହେଉଛି। ଯେଉଁମାନେ ଅଧିକାରୀମାନଙ୍କୁ ଟଙ୍କା ଦେଇ ତୋଷ କରାଇଲେ ସେମାନଙ୍କୁ ସହଜରେ ଆଇସିୟୁ ମିଳିଯାଉଛି। ଅନ୍ୟପକ୍ଷେ କେତେଜଣ ଡାକ୍ତର ଅର୍ଥ ଦେଉଥିବା ରୋଗୀଙ୍କୁ ଆଇସିୟୁ ଯୋଗାଇ ନ ପାରିଲେ ଘରୋଇ ହସ୍ପିଟାଲକୁ ଯିବାକୁ ପ୍ରବର୍ତ୍ତାଉଛନ୍ତି। ଘରୋଇ ହସ୍ପିଟାଲ ଆଇସିୟୁକୁ ରୋଗୀଙ୍କୁ ପଠାଉଥିବା ଡାକ୍ତର ଟଙ୍କା ପାଉଛନ୍ତି। ବିଶେଷକରି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଉପରିସ୍ଥ କର୍ମଚାରୀଙ୍କ ସମ୍ପର୍କୀୟ, ଖବରଦାତା ଓ ପୋଲିସକୁ ସହଜରେ ଆଇସିୟୁ ମିଳୁଛି। ଯଦି କେହି ଆଇସିୟୁ ବେଡରେ ଥିବେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ଯିବାକୁ କୁହାଯାଉଛି। ଫଳରେ ଆଇସିୟୁରେ ଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ୧୧ଟି ବେଡ୍‌ ରହିଛି। ତେଣୁ ଜରୁରୀ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଇସିୟୁ ବେଡ୍‌ ଦିଆଯିବାର ନିୟମ ରହିଥିଲେ ମଧ୍ୟ ତାହାକୁ କେହି ମାନୁନାହାନ୍ତି। ବେଡ୍‌ ଫାଙ୍କା ନାହିଁ କହି ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଇସିୟୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ୧୧ ବର୍ଷ ହେବ ଚାକିରିରୁ ଅବସର ନେଇଥିଲେ ହେଁ କିଭଳି ତାଙ୍କୁ ପୁଣି ସେଠାରେ ଦାୟିତ୍ୱରେ ରଖାଯାଇଛି ତାହାକୁ ନେଇ ହସ୍ପିଟାଲର ତଳସ୍ତରର କର୍ମଚାରୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଧନଞ୍ଜୟ ଦାସଙ୍କୁ ପଚାରିବାରେ ଏଭଳି ଅଭିଯୋଗର ସତ୍ୟତା ନାହିଁ। ଯେଉଁ ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ହେଉଛି ଫାଙ୍କା ଥିଲେ ଦିଆଯାଉଛି। ବୁଧବାର ଖାଲି ନ ଥିବାରୁ କର୍ମଚାରୀଙ୍କୁ ବେଡ ମିଳିପାରି ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri