Posted inଗଜପତି

ଭୁଶୁଡ଼ିବାରେ ଲାଗିଛି ମୁଖ୍ୟ ରାସ୍ତା

ପାରଳାଖେମୁଣ୍ଡି,୨୧।୨(ଡି.ଏନ୍‌.ଏ.)  ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟରାସ୍ତା ଯଥା ଶଙ୍କୁରି ପୋଖରୀଠାରୁ ବସ୍‌ଷ୍ଟାଣ୍ଡ ରାସ୍ତାରେ ଥିବା ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଭୁଶୁଡ଼ିବାରେ ଲାଗିଛି। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟିପଡୁନି। ବିଗତ ୪ବର୍ଷ ପୂର୍ବେ ଶଙ୍କୁରି ପୋଖରୀର ଉନ୍ନୟନ ନାମରେ ଖନନ କରାଯାଇଥିଲା। ଉକ୍ତ ପୋଖରୀ ଉନ୍ନୟନ ନାମରେ ସଙ୍କୁଚିତ କରିଦିଆଯାଇଛି। ଏହାପରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଗତ ୨ବର୍ଷ ମଧ୍ୟରେ ଜବରଦଖଲ ହଟାଯିବା, ବୃକ୍ଷ କଟାଯିବା, ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର କରାଯିବା ଆଦି କାର୍ଯ୍ୟ ହୋଇଥିଲେ ହେଁ ଏହି ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଅଟକି ରହିଛି। ତେବେ ଶଙ୍କୁରି ପୋଖରୀର ପୁନରୁଦ୍ଧାର ସମୟରେ ନାଳ ଓ ରାସ୍ତା ପାଇଁ ଯେଉଁ ଖନନ କରାଯାଇଥିଲା ତାହା ଏବେ ଆସ୍ତେ ଆସ୍ତେ ଭୁଶୁଡ଼ିବାରେ ଲାଗିଛି। ସହରର ଏକମାତ୍ର ଏହି ମୁଖ୍ୟ ରାସ୍ତାରେ ଦୈନନ୍ଦିନ ଦୁଇଚକିଆ, ତିନିଚକିଆ ସମେତ ଭାରିଯାନ ଯାତାୟାତ କରୁଛି । ଯଦି ଅସାବଧାନବଶତଃ ରାସ୍ତା ଭୁଶୁଡୁ ଥିବା ସ୍ଥାନ ଦେଇ କୌଣସି ଗାଡି ଚଢ଼ିଯାଏ ନିଶ୍ଚିତ ଏକ ବଡଧରଣ ଦୁର୍ଘଟଣାର ସମ୍ମୁଖୀନ ହେବାର ଅନୁମାନ କରାଯାଇପାରେ। ଉକ୍ତ ରାସ୍ତା ଦେଇ ବିଭିନ୍ନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଯାଉଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ପଡୁନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି ଏକ ବିପଦପୂର୍ଣ୍ଣ ସ୍ଥାନରେ ପୂର୍ତ୍ତ ବିଭାଗ ପକ୍ଷରୁ ବିପଦ ସଙ୍କେତ ମଧ୍ୟ ଲଗାଯାଇ ନାହିଁ। ଅନ୍ୟପକ୍ଷରେ ପୋଖରୀର ଉନ୍ନୟନ ତଥା ରାସ୍ତା ପ୍ରଶସ୍ତୀକରଣ ବେଳେ ଯେଉଁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରାଯାଇଥିଲା ବର୍ତ୍ତମାନ ଧୀରେ ଧୀରେ ଏଠାରେ ପୁଣି ଅସ୍ଥାୟୀ ଦୋକାନମାନ ଗଢି ଉଠିଛି। ପାରଳା ପୌରପରିଷଦ ୨୦୧୯ର ଶେଷ ଭାଗରେ ପ୍ରଶାସନ ହାତକୁ ଯିବାପରେ ମଧ୍ୟ କୌଣସି ଆଖିଦୃଶିଆ ଉନ୍ନୟନ କାମ ହୋଇ ନ ଥିବାରୁ ସାଧାରଣରେ ଆଲୋଚନା ହେଉଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଭୟ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ପୂର୍ତ୍ତ ବିଭାଗ ଅଧିକାରୀ ଅଶୋକ କୁମାର ଦାସଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri